ପାରଳା ରାଜଦାଣ୍ଡରେ ଜବରଦଖଲ ଉଚ୍ଛେଦ ।

ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ପୌରପରିଷଦ ପକ୍ଷରୁ ଆଜି ରାଜଦାଣ୍ଡ ଠାରେ ଜବରଦଖଲ ଉଚ୍ଛେଦ କରାଯାଇଥିବାର ଦେଖିବାକୁ ମିଳିଥିଲା । ଏହି ଜବରଦଖଲ ଉଚ୍ଛେଦ କେବଳ ଆଗାମୀ ରଥଯାତ୍ରା ପାଇଁ ହୋଇଥିବାର ଜଣାପଡିଛି । ଆଜି ପୌରପରିଷଦ ନିର୍ବାହୀ ଅଧିକାରୀ ବନମାଳୀ ଶତପଥିଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ପୌରକର୍ମଚାରୀମାନେ ରାଜଦାଣ୍ଡର ଉଭୟ ପାଶ୍ୱର୍ରେ ଥିବା ଜବରଦଖଲ ଉଚ୍ଛେଦ କରିଥିଲେ । ବିଶେଷ କରି ହୋଡିଂ ବୋର୍ଡ, ରାସ୍ତା ଉପରକୁ ମାଡି ଆସିଥିବା ଅସ୍ଥାୟୀ ଦୋକାନ ଆଦିକୁ ଉଠାଇଥିଲେ । ଏଥି ସହ ଜବରଦଖଲକାରୀଙ୍କୁ ଏପରି ପୁନରାବୃତ୍ତି ନ କରିବାକୁ ତାଗିଦ କରିଥିଲେ । ସେହିପରି ରାସ୍ତା ଉପରେ ଗାଡି ପାର୍କିଂ କରୁଥିବା ବ୍ୟକ୍ତିବିଶେଷଙ୍କୁ ସେମାନେ ନିଜେ ନିଜେ ପାର୍କିଂ ବ୍ୟବସ୍ଥା କରିବାପାଇଁ କୁହାଯାଇଛି । ଏଥି ଲାଗି ସେମାନଙ୍କୁ ସମୟ ଦିଆଯାଇଛି । ଯଦି ଆଗାମୀ ଦିନରେ ଜବରଦଖଲ କିମ୍ବା ପାର୍କିଂ ପୁନରାବୃତ୍ତି ହୁଏ ତେବେ କାର୍ଯ୍ୟାନୁଷ୍ଠାନ ସହ ଜରିମାନା ଭରିବେ ବୋଲି ଚେତାବନୀ ଦିଆଯାଇଛି । । ଅନ୍ୟପକ୍ଷରେ ପାରଳା ସହରର ରାଜଦାଣ୍ଡ ଏକ ପ୍ରମୁଖ ସ୍ଥଳ ହୋଇଥିବାରୁ ପ୍ରବଳ ଭିଡ ପରିଲିକ୍ଷିତ ହୋଇଥାଏ । ବିଶେଷ କରି ସନ୍ଧ୍ୟା ସମୟରେ ଅସ୍ଥାୟୀ ଦୋକାନୀ ମାନେ ଠେଲାଗାଡି ମାଧ୍ୟମରେ ଚାର୍ଟ, ଫାଷ୍ଟଫୁଡ, ଗୁପଚୁପ, ଜଳଖିଆ ଦୋକାନ ଆଦି କରୁଥିବାରୁ ପ୍ରବଳ ଗହଳି ହେଉଛି । ଏଥି ଯୋଗୁଁ ରାଜଦାଣ୍ଡ ରାସ୍ତା ସଂକୀର୍ଣ୍ଣ ହେବା ସହ ଟ୍ରାଫିକ ସମସ୍ୟା ସୃଷ୍ଟି କରୁଛି । ଏଥି ପ୍ରତି ପୌରପ୍ରଶାସନ ଦୃଷ୍ଟି ନିକ୍ଷେପ କରିଥିଲେ ସହରବାସୀ ଉପକୃତ ହୋଇପାରିଥାନ୍ତେ ବୋଲି ସାଧାରଣରେ ଆଲୋଚନା ହେଉଛି । ଆଜିର ଜବର ଦଖଲ ଉେଚ୍ଛେଦ ବେଳେ ବହୁ ପୌର କର୍ମଚାରୀଙ୍କ ସମେତ ଶାନ୍ତିଶୃଙ୍ଖଳା ରକ୍ଷା କରିବାପାଇଁ ପାରଳାଖେମୁଣ୍ଡି ଆଦର୍ଶ ଥାନା ଅଧିକାରୀ ବାବୁଲୀ ନାୟକଙ୍କ ତତ୍ୱାବଧାନରେ ବହୁ ପୋଲିସ କର୍ମଚାରୀ ମୁତୟନ ହୋଇଥିବାର ଦେଖିବାକୁ ମିଳିଥିଲା ।

Leave a Reply

Your email address will not be published. Required fields are marked *

Sorry this site disable right click
Sorry this site disable selection
Sorry this site is not allow cut.
Sorry this site is not allow copy.
Sorry this site is not allow paste.
Sorry this site is not allow to inspect element.
Sorry this site is not allow to view source.