ଗୁରାଣ୍ତି ଠାରେ ଅମୃତ ବାଟିକା କାର୍ଯ୍ୟକ୍ରମ : ଗୋଷାଣି ବିଡିଓଙ୍କ ଦ୍ୱାରା ଚାରା ରୋପଣ

ଗୋଷାଣି : ଗଜପତି ଜିଲ୍ଲା ଗୋଷାଣି ବ୍ଲକ ଅନ୍ତର୍ଗତ ଗୁରାଣ୍ଡି ଗ୍ରାମ ପଞ୍ଚାୟତ ତରଫରୁ ମନେରଗା ଯୋଜନାରେ ଅମୃତ ବାଟିକା କାର୍ଯ୍ୟକ୍ରମ ଅନ୍ତର୍ଗତ ଅମୃତ ବାଟିକା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏହି ଅମୃତ ବାଟିକା କାର୍ଯ୍ୟକ୍ରମ ଅନ୍ତର୍ଗତ ପଞ୍ଚାୟତର ବିଭିନ୍ନ ସ୍ଥାନରେ ଚାରା ତଥା ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ଆଜି ଗୁରାଣ୍ଡି ଗ୍ରାମ ଠାରେ ଗୋଷାଣି ବିଡିଓ ଅଜୟ କୁମାର ପ୍ରଧାନ ଯୋଗଦେଇ ଚାରା ରୋପଣ କରିଥିବାର ଦେଖିବାକୁ ମିଳିଥିଲା । ଏନେଇ ବିଡିଓ ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରତି ପଞ୍ଚାୟତରେ ଏହି ଅମୃତ ବାଟିକା କାର୍ଯ୍ୟକ୍ରମ ଅନ୍ତର୍ଗତ ବିଭିନ୍ନ ଜଳାଶୟ ନିକଟରେ ବିଭିନ୍ନ କିସମର ଚାରା ରୋପଣ କରାଯିବ ଏବଂ ଏହାର ଯତ୍ନ ନିମନ୍ତେ ସରପଞ୍ଚ ତଥା ବ୍ୟକ୍ତିବିଶେଷ ମାନେ ନେବେ । ଏହି ବୃକ୍ଷ ତଥା ଚାରା ରୋପଣ ଦ୍ୱାରା ବିଭିନ୍ନ ଉପକାର ସହ ମୁଖ୍ୟତଃ ସୁସ୍ଥ ପରିବେଶ ସୃଷ୍ଟି ହେବାରେ ଏହା ଅତି ସହାୟକ ହେବ । ତେଣୁ ଏପରି କାର୍ଯ୍ୟକ୍ରମକୁ ସମସ୍ତେ ଆଗଭର ହୋଇ ଆସି ବୃକ୍ଷ ତଥା ଚାରା ରୋପଣ କରନ୍ତୁ ବୋଲି ଆହ୍ୱାନ ଦେଇଛନ୍ତି । ଏହି କାର୍ଯ୍ୟକ୍ରମକୁ ଗୁରାଣ୍ଡି ସରପଞ୍ଚ ଶିଳ୍ପା ପାତ୍ର ପରିଚାଳନା କରୁଥିବା ବେଳେ ସ୍ଥାନୀୟ ଅଞ୍ଚଳବାସୀ ସହଯୋଗ କରୁଛନ୍ତି ।

Leave a Reply

Your email address will not be published. Required fields are marked *

Sorry this site disable right click
Sorry this site disable selection
Sorry this site is not allow cut.
Sorry this site is not allow copy.
Sorry this site is not allow paste.
Sorry this site is not allow to inspect element.
Sorry this site is not allow to view source.