ମାଗଣା ଶିକ୍ଷା ସହ ମିଳିବ ଚାକିରି ପାଇଁ ଅଫର : ଗୋଟିଏ ୱେବସାଇଟରେ ସବୁ ସର୍ଭିସ

ଦେଶର ନାଗରିକମାନଙ୍କ ପାଇଁ ପ୍ରାୟତଃ ବିଭିନ୍ନ ନୂଆ ନୂଆ ଯୋଜନା ଆଣୁଛନ୍ତି ଭାରତ ସରକାର । ଏଗଡିକୁ ଶିକ୍ଷା ଏବଂ ଅର୍ଥିକ ସ୍ଥିତି ସୁଦୃଢ କରିବାରେ ବ୍ୟବହର କରାଯାଇପାରେ । କିନ୍ତୁ ଅନେକ ସମୟରେ ନାଗରିକମାନଙ୍କ ନିକଟରେ ଏହାର ତଥ୍ୟ ନ ପହଞ୍ଚିପାରୁ ସେମାନେ ଯୋଜନାର ଫାଇଦାରୁ ବଞ୍ଚିତ ହୋଇଯାଆନ୍ତି । କିନ୍ତୁ ଏଭଳି ସମସ୍ୟାର ସମାଧାନ ରୂପକ ଏକ ୱେବସାଇଟ ଜାରି ହୋଇଛି, ଯାହା ସରକାରଙ୍କ ଯୋଜନା ସିଧା ନାଗରିକମାନଙ୍କ ପାଖରେ ପହଞ୍ଚାଇଥାଏ । ଏଥିରେ ଆବେଦନ କରି ଦେଶର ନାଗରିକ ଶିକ୍ଷା ଏବଂ ଚାକିରି ଆଦି ସରକାରୀ ଯୋଜନାର ଲାଭ ଉଠାଇପାରିବେ ।

ସରକାରଙ୍କ ଦ୍ୱାରା ଜାରି ହୋଇଥିବା ଏହି ପୋର୍ଟାଲ ହେଉଛି www.myscheme.gov.in । ଭାରତୀୟ ନାଗରିକ ଏଥିରେ କ୍ଲିକ କରି ସରକାରଙ୍କର ବିଭିନ୍ନ ଯୋଜନା ସମ୍ପର୍କରେ ତଥ୍ୟ ହାସଲ କରିପାରିବେ । ଏହାବ୍ୟତୀତ ଆବେଦନ କରି ବିଭିନ୍ନ ଯୋଜନାର ଫାଇଦା ମଧ୍ୟ ଉଠାଇପାରିବେ ଭାରତୀୟ ନାଗରିକ । ତେବେ ଏହି ପୋର୍ଟାଲରେ ଆପଣ ଖୁବଶୀଘ୍ର ପ୍ରତିକ୍ରିୟା ପାଇପାରିବେ । ପୋର୍ଟାଲରେ ସରକାରଙ୍କର ସମସ୍ତ ଯୋଜନା ଉପଲବ୍ଧ ରହିଥିବା ବେଳେ ଆପଣ ନିଜ ପସନ୍ଦର ଗୋଟିଏ ଯୋଜନାକୁ ଚୟନ କରିପାରିବେ ।

ଏହି ପୋର୍ଟାଲ ସାହାଯ୍ୟରେ ନାଗରିକମାନେ କୃଷି, ଗ୍ରାମୀଣ ଓ ପରିବେଶ, ବ୍ୟାଙ୍କିଙ୍ଗ ଆର୍ଥିକ ଏବଂ ବୀମା ଯୋଜନା, ବ୍ୟବସାୟ ସମ୍ବନ୍ଧୀୟ ବିଭିନ୍ନ ଯୋଜନା ବିଷୟରେ ତଥ୍ୟ ପାଇପାରିବେ । ସେହିଭଳି ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ସୁସ୍ଥତା ଠାରୁ ଆରମ୍ଭ କରି ଗୃହ ଏବଂ ଅନ୍ୟାନ୍ୟ ବିଭିନ୍ନ ସରକାରୀ ଚାକିରି ବିଷୟରେ ତଦାରଖ କରି ଆବେଦନ କରିପାରିବେ । ଏଥିମଧ୍ୟରୁ ନିଜ ପସନ୍ଦରେ କୌଣସି ଯୋଜନାକୁ ଚୟନ କରି ଏହାର ଫାଇଦା ଉଠାଇପାରିବେ । ତେବେ ନିଜ ଅଞ୍ଚଳରେ ମଧ୍ୟ କୌଣସି ସୁବିଧା ହାସଲ କରିପାରିବେ ଦେଶର ପ୍ରତିଟି ନାଗରିକ ।

Leave a Reply

Your email address will not be published. Required fields are marked *

Sorry this site disable right click
Sorry this site disable selection
Sorry this site is not allow cut.
Sorry this site is not allow copy.
Sorry this site is not allow paste.
Sorry this site is not allow to inspect element.
Sorry this site is not allow to view source.