ବ୍ରାହ୍ମଣ ସୀତାପୁର ଗ୍ରାମରେ ଗ୍ରାମଦେବୀଙ୍କ ଉଦ୍ଯାପନୀ ଉତ୍ସବ ।
ଗଜପତି ଜିଲ୍ଲା ଗୋଷାଣି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣ ସୀତାପୁର ଗ୍ରାମରେ ଅନୁଷ୍ଠିତ ହେଉଥିବା ଗ୍ରାମଦେବୀ ଙ୍କ ଯାତ୍ରା ଆଜି ଶେଷ ହୋଇଯାଇଛି । ମା’ଙ୍କ ଦର୍ଶନ ପାଇଁ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଗାବରା ତିରୁପତି ରାଓଙ୍କ ସହ ହାଇଟେକ୍ ଗ୍ରୁପ୍ ର ଅଧକ୍ଷ୍ୟ ଡ. ତିରୁପତି ପାଣିଗ୍ରାହୀ, ଗୋଷାଣି ବ୍ଲକ ଅଧ୍ୟକ୍ଷ ବୀର ରାଜୁ, କାଶୀନଗର ବ୍ଲକ ର ଅଧ୍ୟକ୍ଷା ବି. ସାୟାମ୍ମା, ଜିଲ୍ଲା ପରିଷଦ ସଦସ୍ୟ ଏସ୍.ବାଲାରାଜୁ, ପୂର୍ବତନ ଜିଲ୍ଲା ବିଜେଡି ସଭାପତି ବସନ୍ତ ଦାସ, ଆରଏମସି ସଭାପତି ଗଜପତି ରାଓ ଙ୍କ ସମେତ ବହୁ ବିଜେଡି ନେତା ମା’ଙ୍କ ଦର୍ଶନ କରିଥିଲେ । ଯାତ୍ରା ଶେଷ ଦିନରେ ମଧ୍ୟ ଭିଷଣ ଗରମ ସାଙ୍ଗକୁ ଗୁଳଗୁଳି ଅସହ୍ୟ ତଥାପି ଲୋକଙ୍କ ଉତ୍ସାହ କମି ନଥିବା ପରିଲକ୍ଷିତ ହେଉଥିଲା । ଅନ୍ୟ ପଟେ ବିଭିନ୍ନ ମନରଞ୍ଜନ କାର୍ଯ୍ୟକ୍ରମ ଲୋକଙ୍କ ଭିଡ଼କୁ ଦ୍ବିଗୁଣିତ କରିଥିଲା । ଆଜି ଗ୍ରାମର ଯୁବକ ମାନେ ନିଜସ୍ବ ଖର୍ଚ୍ଚ ରେ ପାରଳାଖେମୁଣ୍ଡିର ପ୍ରସିଦ୍ଧ ମିରାକେଲ୍ ଡେନ୍ସ ଗ୍ରୁପ୍ ର ଡେନ୍ସ ପୋଗ୍ରାମ ଆୟୋଜନ କରିଥିବା ବେଳେ କେତେକ ଉତ୍ସାହିତ ଯୁବକ ଡିଜେ ର କାର୍ଯ୍ୟକ୍ରମ ଆୟୋଜନ କରିଥିଲେ । ମା’ଙ୍କ ମଣ୍ଡପ ନିକଟରେ ଭିନ୍ନଳା ର ଲୋକପ୍ରିୟ ସାସ୍କୃତିକ କାର୍ଯ୍ୟକ୍ରମ ରାଧାପ୍ରେମ ଲୀଳା ଅନୁଷ୍ଠିତ ହୋଇଥିଲା । ଏହି ସବୁ ପୋଗ୍ରାମ ରାତ୍ର ଶେଷ ପ୍ରହର ଯାଏଁ ଦର୍ଶକମାନଙ୍କୁ ବାନ୍ଧି ରଖିଥିବା ବେଳେ ଆଜି ନବମ ଦିନରେ ମା’ଙ୍କ ବିଦାୟ ପର୍ବ ଆରମ୍ଭ ହୋଇଛି, ପ୍ରତି ଘରେ ଘରେ ସ୍ବତନ୍ତ୍ର ଭାବେ ଘଟ ବସାଇ ପୂଜାର୍ଚ୍ଚନା କରୁଛନ୍ତି । ପ୍ରାୟ ୭୦୦ ଘଟ ମା’ଙ୍କ ଘର ବାହୁଡ଼ା ବେଳେ ବାହାରିଥିବା ବେଳେ ପରିଚାଳନା କମିଟିର ସଭାପତି ମହେନ୍ଦ୍ର ବରାଡ଼, ସଂପାଦକ ଜଗନ୍ନାଥ, କୋଷାଧ୍ୟକ୍ଷ ମନରଞ୍ଜନ ପଣ୍ଡା ଙ୍କ ସହ ଗାଁର ଯୁବକ ମାନେ ଏବଂ ଶିଶିର ପଣ୍ଡା, ମନୋଜ ପଣ୍ଡା ସତ୍ୟ ଭୁକ୍ତା, ପ୍ରଫୁଲ୍ଲ କୁମାର ବଡୁ, ବାଲ୍ ଗୋପାଳ ମହାନ୍ତି ପ୍ରମୁଖ ଯାତ୍ରାକୁ ପରିଚାଳନା କରିଥିଲେ ।