କିଶୋର ନ୍ୟାୟ ପରିଷଦ ଦ୍ବାରା ନାବାଳକଙ୍କୁ ୨ବର୍ଷ ୩ ମାସ ଦୋଷ ଦଣ୍ଡରେ ଦଣ୍ଡିତ ନିର୍ଦ୍ଦେଶ।
ପାରଳାଖେମୁଣ୍ଡି : ପାରଳାଖେମୁଣ୍ଡି ସ୍ଥିତ ଗଜପତି ଜିଲ୍ଲା କିଶୋର ନ୍ୟାୟ ପରିଷଦ ଦ୍ଵାରା ଏକ ମାମଲାରେ ବିଚାରଧୀନ ଜଣେ ନାବାଳକ ଦଣ୍ଡିତ ହୋଇଥିବା ଜଣାଯାଇଛି । କିଶୋର ନ୍ୟାୟ ପରିଷଦ ଗଜପତି ଜଣେ ବିଚାରଧୀନ ନାବାଳକକୁ ଏକ ହତ୍ୟା ମାମଲାର ବିଚାର କରି ପରିଷଦର ପ୍ରିନିସିପାଲ ମାଜିଷ୍ଟ୍ରେଟ ସତ୍ୟବ୍ରତ ରଣା ଏବଂ ସଦସ୍ୟା ଭାଗ୍ୟଲକ୍ଷ୍ମୀ ନାୟକ ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ୨ବର୍ଷ ୩ ମାସ ଦୋଷ ଦଣ୍ଡ ସାବ୍ୟସ୍ତ କରିଛନ୍ତି । ନାବାଳକର ଚରିତ୍ରରେ ସୁଧାର ଆଣିବା ପାଇଁ ତାର ପାଠପଢା ଓ ଦକ୍ଷତା ବିକାଶ ପାଇଁ ତାକୁ ବ୍ରହ୍ମପୁର ସ୍ଥିତ ସ୍ଵତନ୍ତ୍ର ଆବାସରେ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହା ରାୟଗଡା ଥାନା କେଶ ନଂ ୫୪/-୧୩/୬/୨୧ ଟ/ଝ ୩୦୨/୩୪ ଭାରତୀୟ ପିଙ୍ଗଳ କୋଡ଼ ଦଫା ଅନୁସାରେ ମକଦ୍ଦମା ଚାଲିଥିଲା ।ଉକ୍ତ ମକଦ୍ଦମାଟିକୁ ସରକାରୀ ଓକିଲ ପାଣ୍ଟାଲା ପ୍ରସାଦ ରାଓ ପରିଚାଳନା କରିଥିଲେ ।