ପାରଳାଖେମୁଣ୍ଡି ପୌର ପରିଷଦର ମନମୁଖୀ କାର୍ଯ୍ୟ ପାଇଁ ଦୋକାନୀଙ୍କ ଘେରାଉ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ଦୋକାନୀ ମାନଙ୍କ ଆକ୍ରୋଶ ଦେଖିବାକୁ ମିଳିଛି । ପାରଳାଖେମୁଣ୍ଡି ପୌର ପରିଷଦର ମନମୁଖୀ କାର୍ଯ୍ୟ ପାଇଁ ଦୋକାନୀ ମାନେ ପୌର ପରିଷଦ ଘେରାଉ କରିଥିଲେ। ସୂଚନା ପ୍ରକାରେ ଗତ କିଛି ଦିନ ହେଲା ପୌର ପରିଷଦ ପକ୍ଷରୁ ସହରର ବିଭିନ୍ନ ଦୋକାନ ଏବଂ ଅନୁଷ୍ଠାନ ଗୁଡିକ ଉପରେ ଚଢ଼ାଉ କରି ଟ୍ରେଡ୍ ଲାଇସେନ୍ସ, ଖାଦ୍ୟର ମାନ, ହୋଲ୍ଡିଂ ଟିକସ ଏବଂ ବିଶେଷ କରି ପଲିଥିନ ବ୍ୟବହାରକୁ ନେଇ ଜୋର ଜାର ଯାଞ୍ଚ କରିବା ସହ ଫାଇନ କାଟିଥିଲେ । ହେଲେ ପୌରପରିଷଦ ପକ୍ଷରୁ ଅତିରିକ୍ତ ଫାଇନ କଟାଯିବା, ଟିକସ ଅସୁଲ କରିବା ଭଳି ଅଭିଯୋଗ ହୋଇଛି । ପୌର ପରିଷଦର ଏଭଳି ପ୍ରକ୍ରିୟା ଦୋକାନୀମାନଙ୍କୁ କ୍ଷୁବ୍ଧ କରିବା ସହ ବିଭିନ୍ନ ଦୋକାନୀ ମାନଙ୍କ ମଧ୍ୟରେ ଛନକା ପଶି ଥିବା ବେଳେ ଆକ୍ରୋଶ ଦେଖିବାକୁ ମିଳିଥିଲା । ଆଜି ଏ ନେଇ ସ୍ଥାନୀୟ ଦୋକାନୀ ମାନେ ପୌର ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ବନମାଳୀ ଶତପଥୀ ଙ୍କୁ ଭେଟି ନିଜ ସମସ୍ୟା କହିଥିଲେ । ଅନ୍ୟପଟେ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଶତପଥୀ ଆଲୋଚନା କରି କିଛି ଦିନ ସମୟ ଦେବା ସହ ସରକାରୀ ଅନୁମୋଦନ ପଲିଥିନ ବ୍ୟବହାର କରିବା ନେଇ ସଚେତନତା କରିଥିଲେ ।

Leave a Reply

Your email address will not be published. Required fields are marked *

Sorry this site disable right click
Sorry this site disable selection
Sorry this site is not allow cut.
Sorry this site is not allow copy.
Sorry this site is not allow paste.
Sorry this site is not allow to inspect element.
Sorry this site is not allow to view source.