ଜବାହର ନବୋଦୟ ବିଦ୍ୟାଳୟରେ ଜାତୀୟ ଶିକ୍ଷାନୀତି-୨୦୨୦ ପ୍ରଣୟନର ୩ୟ ବାର୍ଷିକ ପାଳନ ଉତ୍ସବ, ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ଭର୍ଚୁଆଲ ଉଦ୍ ଘାଟନୀ କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି, ୩୦।୭ : କେନ୍ଦ୍ର ସରକାରଙ୍କ ଦ୍ବାରା ପ୍ରଣୟନ ହୋଇଥିବା ଜାତୀୟ ଶିକ୍ଷା ନୀତି-୨୦୨୦ର 3ୟ ବାର୍ଷିକ ଉତ୍ସବ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ବାରା ଉଦ୍ଘଘାଟନୀ କାର୍ଯ୍ୟକ୍ରମ ଭର୍ଚୁଆଲ ମୋଡରେ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହର ଉପକଣ୍ଠସ୍ଥ ବେତାଗୁଡା ଠାରେ ଥିବା ଜବାହର ନବୋଦୟ ବିଦ୍ୟାଳୟ ଠାରେ ଏହାର ସିଧା ପ୍ରସାରଣ କାର୍ଯ୍ୟକ୍ରମ ବଡ ପରଦାରେ ପ୍ରଦର୍ଶନ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀମାନହ୍କ ସମେତ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ଓ ଅଭିଭାବକମାନେ ଉପସ୍ଥିତ ରହି ଜାତୀୟ ଶିକ୍ଷା ନୀତିର ବିଭିନ୍ନ ଉପାଦୟ ଉପକାରିତା ଉପରେ ବିଶେଷ ବାବେ ଅବଗତ ହୋଇଥିଲେ । ଓଡିସାରେ କେନ୍ଦ୍ର ସରକାରହ୍କ ଅଧିନସ୍ଥ କାର୍ଯ୍ୟରତ ସମସ୍ତ ବିଦଯାଳୟ ବିଭିନ୍ନ ଶିକ୍ଷାନୁଷ୍ଠାନ ଜାତୀୟ ଶିକ୍ଷାନୀତିକୁ କାର୍ଯ୍ୟକାରୀ କରୁଛନ୍ତି । ଯାହାକି, ଏ ସବୁ ପ୍ରାଥମିକ, ମଧ୍ୟାମିକ ଓ ଉଚ୍ଚ ଶିକ୍ଷାନୁଷ୍ଠାନରେ କେନ୍ଦ୍ର ସରକାରଙ୍କ ଜାତୀୟ ଶିକ୍ଷା ନୀତିର ବ୍ୟବସ୍ଥା ଅନୁଯାୟି ପାଠ୍ୟ-ଖସଡା ପ୍ରସ୍ତୁତ କରାଯାଇ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷାଦାନ କରାଯାଉଛି । ମୁଖ୍ୟତଃ କେନ୍ଦ୍ର ସରକାରଙ୍କ ଏହି ନୂତନ ଶିକ୍ଷାନୀତି ଛାତ୍ରଛାତ୍ରୀ ମାନଙ୍କ ସର୍ବାଙ୍ଗୀନ ବିକାଶ ଦିଗରେ କିଭଳି ସହାୟକ ହେଉଛି ଏବଂ ଆଗାମୀ ଭବିଷ୍ୟତ ଦିନ ମାନଙ୍କରେ ଏହା ଦ୍ବାରା ଛାତ୍ରଛାତ୍ରୀ କିଭଳି ଉପକୃତ ହେବେ ଏବଂ ଏହା ଅଭିଭାବକମାନଙ୍କୁ କିଭଳି ଲାଭଦାୟକ ହେବ ଏବଂ ଏହା ଛାତ୍ରଛାତ୍ରୀଙ୍କ ମଧ୍ୟରେ ସୃଜନଶୀଳତା ବୃଦ୍ଧି ହେବା ଦିଗରେ ବିଶେଷ ସହାୟକ ହେବା ସହ ମୌଳିକ ଶିକ୍ଷାକୁ ସୁଦୃଢ କରିବା ଏବଂ ଶ୍ରେଣୀ ଗୃହରେ ଛାତ୍ରଛାତ୍ରୀଙ୍କ ସନ୍ଦେହ ଦୂର କରିବା ପ୍ରତି ବିଶେଷ ଗୁରୁତ୍ବ ଦିଆଯିବା ଏବଂ ସର୍ବୋପରି ଛାତ୍ରଛାତ୍ରୀ ମାନହ୍କୁ ଆଗ୍ରହ ଅନୁସାରେ ବିଷୟ ମନୋୟନ କରିବା ପ୍ରତି ସମସ୍ତ ବିଦ୍ୟାର୍ଥୀ ସମାନ ସୁଯୋଗ ପାଇବା ନିମନ୍ତେ ଏ ଦିଗରେ ଏକାଧିକ ପଦକ୍ଷେପ ନିଆଯାଇଥିବା ସମ୍ପର୍କରେ ବିଦ୍ୟାଳୟର ଛାତ୍ରୀ କେ. ବୈଶାଲ୍ୟ ଓ ଅଭିଭାବକ ପ୍ରଜ୍ଞା ପରମିତା ଦୋରା ସମେତ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀକାନ୍ତ ରଥ ପ୍ରମୁଖ ସେମାନଙ୍କ ପ୍ରତିକ୍ରିୟାରେ କହିଛନ୍ତି ।

Leave a Reply

Your email address will not be published. Required fields are marked *

Sorry this site disable right click
Sorry this site disable selection
Sorry this site is not allow cut.
Sorry this site is not allow copy.
Sorry this site is not allow paste.
Sorry this site is not allow to inspect element.
Sorry this site is not allow to view source.