ଅବକାରୀ ଚଢଉ : ବ୍ୟାପକ ପରିମାଣର ପୋଚ ଓ ଦେଶୀ ରନ୍ଧାମଦ ନଷ୍ଟ, ୩ଗୋଟି ମାମଲା ରୁଜୁ, ୨ଗିରଫ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନଙ୍କ ଆଦେଶ ପ୍ରକାରେ ଅବକାରୀ ଅଧିକ୍ଷକ ପ୍ରଭାତ କୁମାର ସେଠୀଙ୍କ ନିର୍ଦ୍ଦେଶରେ କାଶୀନଗର ବ୍ଲକ ଅନ୍ତର୍ଗତ ସିଙ୍ଗିପୁର ଗ୍ରାମର ବିଭିନ୍ନ ସ୍ଥାନ ଠାରେ ଅବକାରୀ ଚଢଉ କରାଯାଇଥିଲା । ଏହି ଚଢଉ ବେଳେ ଆଠ ଶହଲ ଲିଟର ପୋଚ ସହ ଶହେ ଲିଟର ଦେଶୀ ରନ୍ଧା ମଦ ଜବତ କରାଯାଇ ନଷ୍ଟ କରାଯାଇଥିବାର ଜଣାପଡିଛି । ଏଥି ସହ ଘଟଣାକୁ ନେଇ ତିନି ଗୋଟି ମାମଲା ରୁଜୁ କରାଯାଇ ଥିବା ବେଳେ ଗୋଟିଏ ସ୍କୁଟି ସମେତ ଦୁଇ ଜଣଙ୍କୁ ଗିରଫ କରାଯାଇଥିବାର ସୂଚନା ପ୍ରଦାନ କରାଯାଇଛି । ଏହି ଚଢଉରେ ଅବକାରୀ ନିରୀକ୍ଷକ ପ୍ରକାଶ ସାହୁ, ଏସ୍ଆଇ ବିଙ୍ଗରାଜ ଦାମି, ଏଏସ୍ଆଇ ସୁରେଶ ଚନ୍ଦ୍ର ମିଶ୍ର, ଅବକାରୀ ମୋବାଇଲ ୟୁନିଟର ଏସ୍ଆଇ ମଙ୍ଗଳା ଛତ୍ରୀୟ ପ୍ରମୁଖଙ୍କ ସମେତ ବହୁ ଅବକାରୀ କର୍ମଚାରୀମାନେ ସାମିଲ ଥିଲେ । ଗିରଫ ଅଭିଯୁକ୍ତ ଦ୍ବୟ ହେଲେ ଯଥା ପି.ନାରାୟଣ ରାଓ ଓ ନାକା କ୍ରିଷ୍ଣା ବୋଲି ଜଣାପଡିଥିବା ବେଲେ ଉଭୟଙ୍କୁ କୋର୍ଟକୁ ଚାଲାଣ କରାଯାଇଥିବାର ବିଭାଗୀୟ ସୂତ୍ରପୁର ପ୍ରକାଶ ।

Leave a Reply

Your email address will not be published. Required fields are marked *

Sorry this site disable right click
Sorry this site disable selection
Sorry this site is not allow cut.
Sorry this site is not allow copy.
Sorry this site is not allow paste.
Sorry this site is not allow to inspect element.
Sorry this site is not allow to view source.