ଏସ୍କେସିଜି ସ୍ୱୟଂଶାସିତ ମହାବିଦ୍ୟାଳୟର +୩ ପରୀକ୍ଷା ଫଳ ପ୍ରକାଶିତ
କଳାରେ ୭୬.୦୫, ବାଣିଜ୍ୟରେ ୬୦.୦୦ ଏବଂ ବିଜ୍ଞାନରେ ୭୨.୪୧ ପାସ ହାର
ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଶ୍ରୀ କୃଷ୍ଣଚନ୍ଦ୍ର ସ୍ୱୟଂ ଶାସିତ ମହା ବିଦ୍ୟାଳୟ ୨୦୨୨ ଯୁକ୍ତ ତିନି ଶେଷ ବର୍ଷର ପରୀକ୍ଷାଫଳାଫଳ ପ୍ରକାଶିତ ହୋଇଛି । ମହାବିଦ୍ୟାଳୟର +୩ରେ ସର୍ବମୋଟ ପାସ ହାର ୭୨.୭୪ ରହିଥିବା ବେଳେ କଳାରେ ୭୬.୦୫, ବାଣିଜ୍ୟରେ ୬୦.୦୦ ଏବଂ ବିଜ୍ଞାନରେ ୭୨.୪୧ ପାସ ହାର ରହିଛି । କେବଳ ବିଜ୍ଞାନ ବିଭାଗରେ ୧୬ଜଣ ଏ+ ଛାତ୍ରଛାତ୍ରୀ ପାସ ହୋଇଥିବା ବେଳେ କଳା ଓ ବାଣିଜ୍ୟରେ ଜଣେ ମଧ୍ୟ ଏ+ ନଥିବାର ଜଣାପଡିଛି । ସେହିଭଳି କଳାରେ ଏ-ଗ୍ରେଡରେ ୨୭ ଜଣ, ବାଣିଜ୍ୟରେ ୧୦ଜଣ ଏବଂ ବିଜ୍ଞାନରେ ୭୫ଜଣ ପାସ ହୋଇଥିବା ବେଳେ ବି-ପ୍ଲସରେ ଯଥା କ୍ରମେ କଳାରେ ୮୧, ବାଣିଜ୍ୟରେ ୧୦ ଏବଂ ବିଜ୍ଞାନରେ ୫୧ଜଣ କୃତକାର୍ଯ୍ୟ ହୋଇଛନ୍ତି । ସେହିପରି ବି-ଗ୍ରେଡରେ କଳାରେ ୪୯, ବାଣିଜ୍ୟରେ ୧୦ ଓ ବିଜ୍ଞାନରେ ୫୧ଜଣ ଏବଂ ସି- ଗ୍ରେଡରେ କଳାରେ ୫ ଜଣ କୃତକାର୍ଯ୍ୟ ହୋଇଛନ୍ତି । କଳାରେ ସର୍ବ ମୋଟ ୨୪୯ ପରୀକ୍ଷା ପାଇଁ ଫର୍ମ ଭରିଥିବା ବେଳେ ୨୧୨ଜଣ ପରୀକ୍ଷା ଦେଇଥିଲେ । ବାଣିଜ୍ୟରେ ସର୍ବମୋଟ ୭୩ ଜଣ ଫର୍ମ ଭରିଥିବା ବେଳେ ୫୦ଜଣ ଏବଂ ବିଜ୍ଞାନରେ ୨୩୮ ଫର୍ମ ଭରିଥିବା ବେଳେ ୨୦୩ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ । କଳାରେ ସର୍ବମୋଟ ୧୬୨ଜଣ, ବାଣିଜ୍ୟରେ ୩୦ଜଣ ଏବଂ ବିଜ୍ଞାନରେ ୧୪୭ଜଣ ଛାତ୍ରଛାତ୍ରୀ ପାସ ହୋଇଥିବାର ଜଣାପଡିଛି । ଆଜି ପ୍ରକାଶିତ ଫଳାଫଳ ଅନୁଯାୟୀ ବାଣିଜ୍ୟରେ ବୀରଞ୍ଚି ନାରାୟଣ ରଥ , ଉଦ୍ଭିଦ ବିଜ୍ଞାନରେ ଶିଳ୍ପା ବିନ୍ଧାଣି ରତ୍ନ, ରାସାୟନ ସି.ରାଣୀ, ଗଣିତରେ ପ୍ରତି ସାହୁ, ପଦାର୍ଥ ବିଜ୍ଞାନ ଗାୟତ୍ରୀ ପଣ୍ଡା, ଜୀବ ବିଜ୍ଞାନ ସ୍ବାଗତିକା ମହାପାତ୍ର, ଅର୍ଥନୀତିରେ ଶିବ ମଙ୍ଗଳା, ଇଂରାଜୀରେ ନନ୍ଦିନୀ ମହାପାତ୍ର, ଭୌଗଳରେ ସମୀର କୁମାର ଶବର, ଇତିହାସରେ କପିଳେନ୍ଦ୍ର କୁମ୍ଭ, ଓଡିଆରେ ଲିସା ପାଣିଗ୍ରାହୀ, ରାଜନୀତି ବିଜ୍ଞାନ ପି. ୟମୁନା ଏବଂ ସଂସ୍କୃତରେ ମଧୁମିତା ଶବର ପ୍ରଥମ ସ୍ଥାନ ଅଧିକାର କରିଥିବାର ଜଣାପଡିଛି ।