ବିଷାକ୍ତ ସାପ କାମୁଡାରେ ଜଣେ ବ୍ୟକ୍ତି ମୃତ ।

ଗୋଷାଣି : ଗଜପତି ଜିଲ୍ଲା ଗୋଷାଣି ବ୍ଲକ ଅନ୍ତର୍ଗତ ଖର୍ଷଣ୍ଢା ଗ୍ରାମରେ ଜଣେ ବ୍ୟକ୍ତିଙ୍କୁ କୌଣସି ବିଷାକ୍ତ ସାପ କାମୁଡି ଦେଇଥିବା ଯୋଗୁଁ ତାଙ୍କର ମୃତ୍ୟୁ ଘଟିଥିବାର ଜଣାପଡିଛି । ଘଟଣାରୁ ପ୍ରକାଶ ଯେ, ଖର୍ଷଣ୍ଢା ଗ୍ରାମର ଇ.ଗୋପାଳ ରାଓ(୬୭) ଗତକାଲି ବିଳମ୍ବିତ ରାତ୍ର ସମୟରେ ନିଜ ଚାଷ ଜମିରେ ପାଣି ଜମିଯାଇଥିବାକୁ ନେଇ କାମ କରିବା ସମୟରେ ହଠାତ ଏକ ସାପ ତାଙ୍କ ଗୋଡକୁ କାମୁଡି ଦେଇଥିଲା । ଫଳରେ ସେ ଗୁରୁତର ହୋଇପଡିଥିଲେ । ତାଙ୍କୁ ତୁରନ୍ତ ପାରଳାଖେମୁଣ୍ଡିସ୍ଥ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ନିମନ୍ତେ ପରିବାର ଲୋକେ ଭର୍ତ୍ତି କରିଥିଲେ । ହେଲେ ଚିକିତ୍ସିତ ଅବସ୍ଥାରେ ଆଜି ସକାଳ ସମୟରେ ତାଙ୍କର ମୃତ୍ୟୁ ଘଟିଥିବାର ଜଣାପଡିଛି । ଖବର ପାଇ ଗୁରାଣ୍ଡି ଥାନା ଅଧିକାରୀ ରବୀନ୍ଦ୍ର ପାତ୍ରଙ୍କ ତତ୍ୱାବଧାନରେ ଏସ୍‌ଆଇ ବଳରାମ ବେହେରା ପହଞ୍ଚି ତଦନ୍ତ କରୁଥିବାର ଜଣାପଡିଛି । ଏନେଇ ଗୁରାଣ୍ଡି ଥାନାରେ ୨/୨୩ରେ ଏକ ଅପମୃତ୍ୟୁମାମଲା ରୁଜୁ ହୋଇଥିବାର ଏସ୍‌ଆଇ ଶ୍ରୀ ବେହେରା ସୂଚନା ପ୍ରଦାନ କରିଛନ୍ତି ।

Leave a Reply

Your email address will not be published. Required fields are marked *

Sorry this site disable right click
Sorry this site disable selection
Sorry this site is not allow cut.
Sorry this site is not allow copy.
Sorry this site is not allow paste.
Sorry this site is not allow to inspect element.
Sorry this site is not allow to view source.