ବିଶାଖାପାଟଣା ଗୁଣୁପୁର ଟ୍ରେନରୁ ଖସି ପଡ଼ି ଯାତ୍ରୀଙ୍କ ଦୁଇଟି ପାଦ କଟିଲା
![](https://newsalertodisha.com/wp-content/uploads/2023/08/ବିଶାଖପାଟଣା-ଗୁଣୁପୁର-ଟ୍ରେନରୁ-ଖସି-ଯାତ୍ରୀ-ଜଣକ-ଗୁରୁତର-।1-1024x461.jpg)
ପାରଳାଖେମୁଣ୍ଡି : ବିଶାଖାପାଟଣା ଗୁଣୁପୁର ଟ୍ରେନରୁ ଖସି ପଡ଼ି ଯାତ୍ରୀଙ୍କ ଦୁଇଟି ପାଦ କଟିଥିବା ଜଣାପଡ଼ିଛି। ଗୁରୁତର ଆହତ ଜଣକ ହେଉଛନ୍ତି କାଶୀନଗର ଥାନା ଅନ୍ତର୍ଗତ ପୁରୁଟିଗୁଡା ଗ୍ରାମର ୫୦ ବର୍ଷୀୟ ବାନାଲା ରବି ବାବୁ । ଆଜି ବିଶାଖାପାଟଣା ଠାରୁ ନିଜ ଗାଁକୁ ଫେରୁଥିବା ସମୟରେ ଘଟିଲା ଅଘଟଣ। ଟ୍ରେନର ଗତି କମିବା ସମୟରେ ହଠାତ୍ ଟ୍ରେନ ଗେଟରୁ ଖସିପଡିଥିଲେ ରବି ବାବୁ। ସେହି ସମୟରେ ଟ୍ରେନ ଚକା ତଳେ ରହି ତାଙ୍କ ପାଦ ଦୁଇଟି କଟିଯାଇଛି । ତୁରନ୍ତ ତାଙ୍କୁ ଉଦ୍ଧାର କରି ପାରଳାଖେମୁଣ୍ଡି ମୂଖ୍ୟ ଚିକିତ୍ସାଳୟକୁ ଆଣିଥିଲେ ଲୋକେ । ତେବେ ତାଙ୍କ ଅବସ୍ଥା ଗୁରୁତର ଥିବାରୁ ଅଧିକ ଚିକିତ୍ସା ଚାଲୁ ରହିଥିବା ଏବଂ ଆବଶ୍ୟକ ସ୍ଥଳେ ଅଧିକା ଚିକିତ୍ସା ପାଇଁ ଏଠାରୁ କୌଣସି ବଡ ସହରରେ ଥିବା ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇ ପାରେ ବୋଲି ମେଡିକାଲ ସୂତ୍ରରୁ ପ୍ରକାଶ ।