ଜିଲ୍ଲା ପ୍ରଶାସନ ତରଫରୁ ଉପ କାରାଗାର ଥିବା ଅନ୍ତେବାସୀଙ୍କୁ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସରଞ୍ଜାମ ବଣ୍ଟନ
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ଉପ କାରାଗାରରେ ଥିବା ସମସ୍ତ ଅନ୍ତେବାସୀଙ୍କୁ ଗଜପତି ଜିଲ୍ଲା ପ୍ରଶାସନ ତରଫରୁ ବିଭିନ୍ନ ସ୍ଵାସ୍ଥ୍ୟ ସମ୍ବନ୍ଧୀୟ ସରଞ୍ଜାମ ଯୋଗାଇ ଦିଆଯାଇଅଛି । ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନଙ୍କ ଆଦେଶ କ୍ରମେ ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ଉପ କାରାଗାର ଗ୍ରସ୍ତ କରି ୩୦୦ ଶହ ଗୋଟି ସ୍ଵାସ୍ଥ୍ୟ ସମ୍ବନ୍ଧୀୟ ସରଞ୍ଜାମ ପୁରୁଷ ଓ ମହିଳା ଅନ୍ତେବାସୀଙ୍କୁ ବଣ୍ଟନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଜେଲ ଅଧିକ୍ଷକ ହନୁ ସେଠୀଙ୍କ ସମେତ ଉପ କାରାଗାର କର୍ମଚରୀ ଓ ଅନ୍ତେବାସୀମାନେ ଉପସ୍ଥିତ ଥିଲେ।