ଛତିଶଗଡ ବନ ବିଭାଗ ର ଚଢ଼ାଉ ବାଘ ଛାଲ, ବନ୍ଧୁକ, ଫାଶ ଜବତ ସହ ଓଡିଶା ର ୬ ଜଣ ଅଟକ।

ନୂଆପଡା ଜିଲ୍ଲା ଖଡ଼ିଆଳ ବନ ଖଣ୍ଡ ଅଧୀନ ସୁନାବେଡ଼ା ଅଭୟାରଣ୍ୟ ପାଟଧରା ଅଞ୍ଚଳ ରେ ଛତିଶଗଡ ବନ ବିଭାଗ ଚଢ଼ାଉ କରୀ ବାଘ ଛାଲ, ନଖ, ଦାନ୍ତ, ବଜ୍ର କାପ୍ତା ର କାତି, ଦେଶୀ ବନ୍ଧୁକ, ଫାଶ ଜବତ କରିଛି l ଏଥିରେ ବାଘ ଶିକାର ସନ୍ଦେହ ରେ ଛଅ ଜଣ ଙ୍କୁ ଅଟକ ରଖି ଅଧିକ ତଦନ୍ତ ଚଳାଇଛି ବନ ବିଭାଗ l ଅଟକ ଛଅ ଜଣ ହେଲେ ନୂଆପଡା ଜିଲ୍ଲା ବୋଡେ଼ନ ଥାନା ପାଟଧରା ଗାଁର 4 ଜଣ, ଚିକଲ ଚୁଆଁ ଏବଂ ଖଡୁପାଣି ଗାଁର ଜଣେ ଲେଖାଏ ହୋଇଥିବା ସୂଚନା l ଛତିଶଗଡ ରାଜ୍ୟ ଉଦନ୍ତୀ ସୀତା ନଦୀ ଅଭୟାରଣ୍ୟ ରେ ଜଙ୍ଗଲ ବିଭାଗ ପକ୍ଷରୁ ଏକ ଟ୍ରାକ କ୍ୟାମେରା ଲଗାଇ ବାଘ ର ଗତିବିଧି ଉପରେ ନଜର ରଖି ଦୁଇଟି ମହାବାଳ ବାଘ ଚିତ୍ର କଏଦ ହୋଇଥିଲା l ହେଲେ କିଛି ଦିନ ପରେ ଗୋଟିଏ ମହାବାଳ ବାଘ କ୍ୟାମେରା ରେ ଦେଖା ଯାଉ ନ ଥିଲା l ପରେ କୌଣସି ସୂତ୍ର ରେ ଖବର ପାଇ ଛତିଶଗଡ ବନ ବିଭାଗ ନୂଆପଡା ଜିଲ୍ଲା ବୋଡେ଼ନ ଥାନା ଖଡୁପାଣି ଗାଁର ଜଣଙ୍କ ଘରେ ଚଢ଼ାଉ କରିଥିଲାl ଛତିଶଗଡ ର ଉଦନ୍ତୀ ସୀତା ନଦୀ ଅଭୟାରଣ ର ଉପ ନିର୍ଦ୍ଧେଶକ ଅନୁଜ ଜୈନ ଙ୍କ ନେତୃତ୍ୱ ରେ କୋଡ଼ିଏ ଜଣିଆ ଏକ ଦଳ ଖଡ଼ିଆଳ ବନଖଣ୍ଡ ଅଫିସ ରେ ପହଁଞ୍ଚି ଅଧିକ ତଦନ୍ତ ଚଳାଇଛନ୍ତି l ଅପରପକ୍ଷରେ ତଦନ୍ତ ଦିର୍ଘ ଦୁଇ ଦିନ ହୋଇଯାଇଥିଲେ ହେଁ ଖଡ଼ିଆଳ ବନ ବିଭାଗ ପାଖରେ ସଠିକ ତଥ୍ୟ ନାହିଁ , ଛତିଶଗଡ଼ ର ଏକ ସ୍ୱତନ୍ତ୍ର ଟିମ ତଦନ୍ତ ଚଳାଇଛି ଆମକୁ ଜଣାଇଲେ ସମସ୍ତ ତଥ୍ୟ ପ୍ରକାଶ କରିବୁ ବୋଲି ଖଡ଼ିଆଳ DFO କହିଛନ୍ତି ।

Leave a Reply

Your email address will not be published. Required fields are marked *

Sorry this site disable right click
Sorry this site disable selection
Sorry this site is not allow cut.
Sorry this site is not allow copy.
Sorry this site is not allow paste.
Sorry this site is not allow to inspect element.
Sorry this site is not allow to view source.