ଚଷାପଡା ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ମାଆ ଓ ୪ ବର୍ଷର ଶିଶୁକନ୍ୟା ମୃତଚଷାପଡା ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା

ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଳକ ଅନ୍ତର୍ଗତ ଚଷାପଡା ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ସ୍କୁଟି କୁ ଧକ୍କା ଦେଲା ଟ୍ରକ । ମାଆ ଓ ୪ ବର୍ଷର ଶିଶୁକନ୍ୟା ମୃତ। ସ୍କୁଟି ଚାଳକ ଗୁରୁତର ଆହତ। ଘଟଣା ସ୍ଥଳରେ ଉତ୍ତେଜନା । ସୂଚନା ମୁତାବକ ଆଜି ସକାଳ ପ୍ରାୟ ୮ଟା ସମୟରେ ତିର୍ତ୍ତୋଲ ଥାନା ବଡ଼ଶାରୋଳ,ମିରମହଲା ଗାଁ ର ଶେଖ ମୁକ୍ତାର ଓ ତାଙ୍କ ବୋହୁ କଲିମା ବିବି ଓ ୪ବର୍ଷର ଶିଶୁ କନ୍ୟାକୁ ନେଇ ସ୍କୁଟି ଯୋଗେ ଜଗତସିଂହପୁର ମେଡ଼ିକାଲ କୁ ଆସୁଥିବା ବେଳେ ଚଷାପଡା ଛକ ନିକଟରେ ଏକ ଟ୍ରକ ସେମାନଙ୍କୁ ଧକ୍କା ଦେଇଥିଲା । ଘଟଣା ସ୍ଥଳରେ ମାଆ ଝିଅ ଙ୍କର ମୃତ୍ୟୁ ହୋଇ ଯାଇଥିବା ବେଳେ ଶଶୁର ଶେଖ ମୁକ୍ତାର ଆହତ ହୋଇ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି ।ଘଟଣା ସ୍ଥଳରେ ବାଲିକୁଦା ପୋଲିସ ପହଞ୍ଚି ଦୁର୍ଘଟଣା ଘଟାଇଥିବା ଟ୍ରକକୁ ଅଟକ ରଖିବା ସହିତ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣା ର ପ୍ରାଥମିକ ତଦନ୍ତ ଆରମ୍ଭ କରିଛି।ତେବେ ଟ୍ରକ୍ ଚାଳକଙ୍କ ବେପରୁଆ ଗାଡି ଚାଳନା ଯୋଗୁଁ ଚାଲିଗଲା ଦୁଇଟି ନିରୀହ ଜୀବନ। ଗାଁ ଗହଳିର ଅଣଓସାରିଆ ରାସ୍ତାରେ ଡ୍ରାଇଭର ମାନେ ଦୃତ ଗତିରେ ଗାଡି ଚଳାଉଥିବାରୁ ଏଭଳି ଦୁର୍ଘଟଣା ଘଟୁଛି। ଏଥି ପ୍ରତି ପ୍ରଶାସନ ପକ୍ଷରୁ ପଦକ୍ଷେପ ନେବାର ଯଥେଷ୍ଟ ଆବଶ୍ୟକତା ରହିଛି। ମୃତକଙ୍କ ପରିବାର କୁ କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରି ରଖିଛନ୍ତି।

Leave a Reply

Your email address will not be published. Required fields are marked *

Sorry this site disable right click
Sorry this site disable selection
Sorry this site is not allow cut.
Sorry this site is not allow copy.
Sorry this site is not allow paste.
Sorry this site is not allow to inspect element.
Sorry this site is not allow to view source.