ଟିପ୍ପର ଧକ୍କାରେ ସାଇକେଲ ଆରୋହୀଙ୍କ ଶୋଚନୀୟ ମୃତ୍ୟୁ, ଘଟଣାକୁ ନେଇ ଉତ୍ତେଜନା

ଗୋଷାଣି : ଗଜପତି ଜିଲ୍ଲା ଗୋଷାଣି ବ୍ଲକ ଅନ୍ତର୍ଗତ ସାତମାଇଲ ଛକ-ବାଘଶଳା ଗ୍ରାମ୍ୟ ମୁଖ୍ୟ ରାସ୍ତା ଅନ୍ତର୍ଗତ କୁଡୁଡା ଗ୍ରାମ ନିକଟରେ ଟିପର ଧକ୍କାରେ ଜଣେ ସାଇକେଲ ଆରୋହୀଙ୍କ ଶୋଚନୀ ମୃତ୍ୟୁ ଘଟିଥିବାର ଜଣାପଡିଛି । ଘଟଣାରୁ ପ୍ରକାଶ ଯେ, ସାଇକେଲ ଆରୋହୀ ଜଣକ ବାଘଶଳା ଗ୍ରାମ ହରିଜନ ସାହି ନିବାସୀ ନକୁ ମୋହନ ରାଓ (୩୬) ସାତମାଇଲ ଛକକୁ ଚିକେନ କ୍ରୟ କରି ନିଜ ଗ୍ରାମ ଅଭିମୁଖେ ଫେରୁଥିବା ବେଳେ ପଛପଟରୁ ଓଡି ୦୭ ଏମ୍ ୮୨୪୭ ନମ୍ବର ବିଶିଷ୍ଟ ଟିପ୍ପର ସାଇକେଲ ଆରୋହୀଙ୍କ ଉପରେ ମାଡି ଯିବାରୁ ଘଟଣା ସ୍ଥଳରେ ଶୋଚନୀୟ ମୃତ୍ୟୁ ଘଟିଥିଲା । ଘଟଣା ସମ୍ପର୍କେ ଖବର ପାଇ ଗ୍ରାମବାସୀ ତଥା ଅଞ୍ଚଳବାସୀ ଦୁର୍ଘଟଣା ସ୍ଥଳେ ପହଞ୍ଚି ଟିପ୍ପର ଚାଳକଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣକରିବା ଏବଂ ମୃତକଙ୍କ ପରିବାରଙ୍କୁ ସହାୟତା କରିବାପାଇଁ ରାସ୍ତା ଅବରୋଧ କରିଥିବାର ଜଣାପଡିଛି । ଦୁର୍ଘଟଣା ସମ୍ପର୍କେ ଖବର ପାଇ ଗୁରାଣ୍ଡି ଥାନା ଅଧିକାରୀ ରବୀନ୍ଦ୍ର ପାତ୍ରଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ପୋଲିସ ଟିମ ପହଞ୍ଚି ରାସ୍ତା ଅବରୋଧକାରୀଙ୍କୁ ବୁଝାସୁଝା କରୁଛନ୍ତି । ଖବର ଲେଖା ହେବା ପର୍ଯ୍ୟନ୍ତ ଦୁର୍ଘଟଣା ସ୍ଥଳରେ ଉତ୍ତେଜନା ଲାଗି ରହିବା ସହ ରାସ୍ତା ଅବରୋଧ ଜାରି ରହିଛି । ଗ୍ରାମବାସୀଙ୍କ କହିବା ମୁତାବକ ମୃତକ ମୋହନ ରାଓ ଜଣେ ଗରୀବ ଶ୍ରେଣୀର ହୋଇଥିବା ବେଳେ ତାଙ୍କର ଦୁଇପୁତ୍ର ରହିଛନ୍ତି । ବଡ ପୁଅଙ୍କ ଆଖି ଖରାପ ହୋଇ ଯାଇଥିବାରୁ ସେ ଏକ ପ୍ରକାରର ଅକର୍ମଣ୍ୟ ହୋଇପଡିଛନ୍ତି । ଏପରି ସ୍ଥଳେ ଯଦି ସରକାରୀ ସହାୟତା ପ୍ରଦାନ କରାଗଲେ ମୃତକଙ୍କ ପରିବାର ଉପକୃତ ହୋଇପାରିବେ ବୋଲି ନିବେଦନ କରିଛନ୍ତି ।

Leave a Reply

Your email address will not be published. Required fields are marked *

Sorry this site disable right click
Sorry this site disable selection
Sorry this site is not allow cut.
Sorry this site is not allow copy.
Sorry this site is not allow paste.
Sorry this site is not allow to inspect element.
Sorry this site is not allow to view source.