ଆଜି ଠାରୁ କଳାବ୍ୟାଜ ପରିଧାନ କରି କାର୍ଯ୍ୟରେ ଯୋଗଦେଲେ ପିଇଓ ସମୂହ

ଗୋଷାଣି : ଗଜପତି ଜିଲ୍ଲାର ବିଭିନ୍ନ ବ୍ଲକରେ ଆଜି ଠାରୁ କଳାବ୍ୟାଜ ପରିଧାନ କରି କାର୍ଯ୍ୟରେ ଯୋଗଦେଲେ ପିଇଓ ମାନେ । ଆଜିଠାରୁ ୧୭ତାରିଖ ପର୍ଯ୍ୟନ୍ତ ବ୍ଲକର କାର୍ଯ୍ୟରତ ସମସ୍ତ ପିଇଓ ମାନେ କଳାବ୍ୟାଜ୍ ପରିଧାନ କରି କାର୍ଯ୍ୟରେ ଯୋଗଦବେ ବୋଲି ଜଣାପଡିଛି । ତେବେ ଇତି ମଧ୍ୟରେ ଦାବି ପୂରଣ ନହୁଏ ୧୮ତାରିଖରୁ ସମସ୍ତେ ସମୂହ ଛୁଟିରେ ରହି ଆନ୍ଦୋଳନରେ ଓହ୍ଲାଇବୁ ବୋଲି ସଙ୍ଘ ପକ୍ଷରୁ ଚେତାବନୀ ଦେଇଛନ୍ତି । ନିଖିଳ ଉତ୍କଳ ପଞ୍ଚାୟତ ନିର୍ବାହୀ ଅଧିକାରୀ(ପିଇଓ) ସଂଘର ବିଭିନ୍ନ ବ୍ଲକ ଶାଖା ପକ୍ଷରୁ ବିଭିନ୍ନ ଦାବି ଯଥା ପଞ୍ଚାୟତ ନିର୍ବାହୀ ଅଧିକାରୀ ପଦବୀର ଶିକ୍ଷାଗତ ଯୋଗ୍ୟତା +୨ ରୁ +୩ କରିବା ସହିତ ଦରମା ହାର ଲେବୁଲ – ୫ ରୁ ଲେବୁଲ – ୯ କୁ ଧାର୍ଯ୍ଯ କରିବା, ନୂତନ ପଦବୀ ସୃଷ୍ଟି କରି ୧୦ବର୍ଷ କାର୍ଯ୍ୟ ସମ୍ପୂର୍ଣ୍ଣ କରିଥିବା ପଞ୍ଚାୟତ ନିର୍ବାହୀ ଅଧିକାରୀ ମାନଙ୍କୁ ପଦୋନ୍ନତି ପ୍ରଦାନ ସହିତ ଜିପିଡିଓ ପଦବୀରେ ୧୦୦% ପଦୋନ୍ନତି ପ୍ରଦାନ କରିବା ଓ ଓପିଆରଏସ କ୍ୟାଡ଼ର ରୁଲରେ ଅନ୍ତର୍ଭୁକ୍ତ କରିବା ଆଦି ଦୁଇ ଦଫା ଦାବି ନେଇ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ପୂର୍ବରୁ ଏକ ସ୍ମାରକ ପତ୍ର ପ୍ରଦାନ କରିଥିଲେ । ଏହା ପରେ ମଧ୍ୟ ସରକାର ଦାବି ପୂରଣ କରିନଥିବାରୁ ଆଜି ଠାରୁ କଳାବ୍ୟାଜ ପରିଧାନ କରି କାର୍ଯ୍ୟରେ ଯୋଗ ଦେଇଥିବା ପିଇଓ ସଂଘ ପକ୍ଷରୁ କୁହାଯାଇଛି ।

Leave a Reply

Your email address will not be published. Required fields are marked *

Sorry this site disable right click
Sorry this site disable selection
Sorry this site is not allow cut.
Sorry this site is not allow copy.
Sorry this site is not allow paste.
Sorry this site is not allow to inspect element.
Sorry this site is not allow to view source.