ଦୁଇ ଆନ୍ତଃରାଜ୍ୟ ଗଞ୍ଜେଇ ଚାଲାଣକାରୀଙ୍କୁ ଧରିଲା ଅଡବା ପୋଲିସ

ବହୁଦିନ ପରେ ଗଜପତି ଜିଲ୍ଲା ଅଡବା ପୋଲିସ ବାନ୍ଧିଲା ଦୁଇଜଣ ଆନ୍ତଃରାଜ୍ୟ ର ଗଞ୍ଜେଇ ଚାଲାଣ କାରିକୁ । ଅଡବା ଥାନା ଏସ. ଆଇ. ଲକ୍ଷ୍ମଣ ବେସ୍ରା ଓ ଥାନା କର୍ମଚାରି ପେଟ୍ରୋଲିଙ୍ଗ କରି ଫେରୁଥିବା ବେଳେ ଅଞ୍ଜଳି ଗ୍ରାମ ନିକଟରେ ସନ୍ଦେହ କରି ଦୁଇଜଣଙ୍କୁ ଅଟକାଇ ପଚାରାଉଚରା ବେଳେ ଜଣାପଡିଥିଲା କି ଦୁଇଜଣ ଉତ୍ତର ପ୍ରଦେଶ ଓ ମଧ୍ୟ୍ୟ ପ୍ରଦେଶର ବୋଲି । ପୋଲିସ ସେମାନଙ୍କ ଠାରୁ ୪୫ କେଜି ୨୦୦ ଗ୍ରାମ ଗଞ୍ଜେଇ ଜବତ କରଯାଇଥିଲା । ମୋହନା ତହସିଲ ଦାର ଙ୍କ ଉପସ୍ଥିତି ରେ ଗଞ୍ଜେଇ ଜବତ କରିବା ସହ ଦୁଇଜଣଙ୍କୁ କୋର୍ଟ ଚାଲାଣ କରିଛି ଏହି ଦୁଈ ଜଣହେଲେ ସଞ୍ଜୟ ରାୟ ଓ ଟିଂକୁ ଶର୍ମା । ଏନେଇ ଅଡବା ପୋଲିସ ୮୨/୨୩ ରେ ଏକ ମାମଲା ରାଜୁକରି ଅଧିକ ତଦନ୍ତ ଚାଲୁ ରଖିଛି ।