ଏସକେସିଜି ସ୍ଵୟଂଶାସିତ ମହାବିଦ୍ୟାାଳୟ ପରିସରରେ ନବମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରରେ ନବମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ସ୍ଥାନୀୟ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂଶାସିତ ମହାବିଦ୍ୟାଳୟର ପରିସରରେ ଅନୁଷ୍ଠିତ ଯୋଗ ଦିବସ ଅବସରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଅଜୟ କୁମାର ତ୍ରିପାଠୀ ଯୋଗଦେଇ ଉଦ୍‌ଘାଟନ କରିଥିଲେ । ମହାବିଦ୍ୟାଳୟ ପରିସରରେ ଏନ୍‌ସିସି ଆର୍ମି ବିଭାଗର ୧୨୩ ଜଣ କ୍ୟାଡେଟ୍ ମାନେ ବରିଷ୍ଠ ଯୋଗ ପ୍ରଶିକ୍ଷକ ପ୍ରସନ୍ନ କୁମାର ରଥ ଓ ରଞ୍ଜନ ମହାନ୍ତିଙ୍କ ଉପସ୍ଥିତରେ ଯୋଗ କାର୍ଯ୍ୟକ୍ରମ ପ୍ରଦର୍ଶନ କରିଥିଲେ । ସମସ୍ତ କ୍ୟାଡେଟ୍ ମାନେ ଯୋଗାସନ ଯଥା ପଦ୍ମାସନ, ମକରାସନ, ଗଦ।।ସନ, ଭୂଜଙ୍ଗାସନ, ମୁଣ୍ଡକାସନ, ସୂର୍ଯ୍ୟାସନ ସହ ପ୍ରଣାୟମ ପ୍ରଦର୍ଶନ କରିଥିଲେ । ପ୍ରାରମ୍ଭରେ ମହାବିଦ୍ୟାଲୟର ଅଧ୍ୟକ୍ଷ ଶ୍ରୀ ତ୍ରିପାଠୀ ଯୋଗ ଓ ପ୍ରାଣାୟମର ଉପାଦେୟତା, ମାହାତ୍ମ୍ୟ, ନିରୋଗ ସୂତ୍ର, ସୁସ୍ଥ ମନ ଓ ଶରୀର ପାଇଁ ଯୋଗର ଆବଶ୍ୟକତା ବିଷୟରେ ଦିଗଦର୍ଶନ ଦେବା ସଙ୍ଗେ ସଙ୍ଗେ ଏହାର ପ୍ରଚ।।ର ଓ ପ୍ରସାର ପାଇଁ କ୍ୟାଡେଟ୍ ମାନଙ୍କୁ ପରାମର୍ଶ ଦେଇଥିଲେ । ଯୋଗ କାର୍ଯ୍ୟକ୍ରମର ଶେଷ ୧୫ମିନିଟ ଯୋଗର ସଂକଳ୍ପ ଓ ଶାନ୍ତି ପାଠ କରାଯାଇଥିଲା । ବସୁଧେବ କୁଟୁମ୍ବକମ୍ ପାଇଁ ଯୋଗ ଏବଂ ଗୋଟିଏ ପୃଥିବୀ, ଗୋଟିଏ ପରିବାର ଏବଂ ଗୋଟିଏ ଭବିଷ୍ୟତର ଉଦ୍ଦେଶ୍ୟ ବୋଲି କୁହାଯାଇଥିଲା । ୨ୟ ଓଡିଶା ଏନ୍‌ସିସି ୟୁନିଟ ଆନୁକୁଲ୍ୟରେ ଏହି ଯୋଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଗଜପତି ଜିଲ୍ଲାର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଯଥା ପାରଳାଖେମୁଣ୍ଡିର ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂଶାସିତ ମହାବିଦ୍ୟାଳୟ, କାଶୀନଗର ଶ୍ରୀରାମ ଡିଗ୍ରୀ କଲେଜ, ପାରଳାଖେମୁଣ୍ଡିର ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ଓ ଗୁରାଣ୍ଡି ସ୍ଥିତ ଉଚ୍ଚ ବିଦ୍ୟାଳୟର ଏନ୍‌ସିସି କ୍ୟାଡେଟ୍ ମାନେ ସେମାନଙ୍କ ଏନ୍‌ସିସି ଶିକ୍ଷକଙ୍କ ଉପସ୍ଥିତରେ ଯୋଗଭ୍ୟାସ କରିଥିଲେ । କାର୍ଯ୍ୟକ୍ରମକୁ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଡି.ଶ୍ରୀରାମ ମୂର୍ତ୍ତୀଙ୍କ ସମେତ ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟତ୍ରୀ ମାନେ ପରିଚାଳନା କରିଥିବା ବେଳେ ଶିକ୍ଷକ ନିରଞ୍ଜନ ବେହେରା, ଜଗନ୍ନାଥ ପଟ୍ଟନାୟକ, ଏସ୍‌. ମନ୍ମଥ ରାଓ, ପି.ବେଙ୍କେଟ୍ ରାଓ ପ୍ରମୁଖ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *

Sorry this site disable right click
Sorry this site disable selection
Sorry this site is not allow cut.
Sorry this site is not allow copy.
Sorry this site is not allow paste.
Sorry this site is not allow to inspect element.
Sorry this site is not allow to view source.