ବିଶ୍ବ ପ୍ରସିଦ୍ଧ ମହିମା ପୀଠର ଉନ୍ନତି ପାଇଁ 5-ଟି ସଚିବଙ୍କ ଆଗମନ

ଢେଙ୍କାନାଳ ଜିଲ୍ଲାରେ ଥିବା ଜୋରୋନ୍ଦା ସ୍ଥିତ ବିଶ୍ୱ ପ୍ରସିଦ୍ଧ ମହିମା ଅଲେଖଙ୍କ ପୀଠ, କପିଳାସ ବାବା ଚନ୍ଦ୍ର ଶେଖର ଜିହୁ, ସପ୍ତଶଯ୍ୟା ଏହି ତିନୋଟି ଜଗର ସର୍ବାଙ୍ଗୀନ ଉନ୍ନତି ପାଇଁ ରାଜ୍ୟ ସରକାର 50 କୋଟି ଅର୍ଥ ରାଶି ପ୍ରଦାନ କରିଛନ୍ତି l ଏହି ପରିପେକ୍ଷୀରେ 150 ବର୍ଷରୁ ଚାଲି ଆସିଥିବା ଜମି ବିବାଦକୁ ବନ୍ଦ କରି କୌପୁନି ଧାରି ଓ ବ୍ଲକଲ ଧାରି ବାବା ମାନଙ୍କ ଶହ ସାଧୁସନ୍ଥ ଓ ଭକ୍ତ ମାନଙ୍କ ମିଳାମିଶା କରି ପୀଠର ସର୍ବାଙ୍ଗୀନ ଉର୍ଣ୍ଣତି କରିବାକୁ 5 ଟି ସଚିବ ଭି କେ ପାଣ୍ଡିଆନଙ୍କ ଜୋରନ୍ଦା ମହିମାଗାଦୀକୁ ଗସ୍ତ 12.30 ମିନିଟରେ ହେଲିକ୍ୟାପ୍ଟର ଯୋଗେ ଆସି ଜୋରନ୍ଦା ହାଇସ୍କୁଲ ପଡିଆରେ ଅବତରଣ କରିଥିଲେ l ସର୍ବ ପ୍ରଥମେ ଜୋରୋନ୍ଦା ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ମୋ ସ୍କୁଲକୁ ପରିଦର୍ଶନ କରି ଥିଲେ l ସେଠାରେ ଏନ ସିସି ରେ ସାମିଲ ହୋଇଥିବା 26 ଜଣ ଛାତ୍ର ଛାତ୍ରୀ 5 ଟି ସଚିବଙ୍କ ଭବ୍ୟ ସ୍ୱାଗତ କରି ଉଚ୍ଚ ବିଦ୍ୟାଳୟର ପରିଦର୍ଶନ କରିଥିଲେ l ସ୍ୱତନ୍ତ୍ର ଗାଡ଼ିରେ ଏସସ୍କଟ ହୋଇ ମୁଖ୍ୟ ଗାଦି ମନ୍ଦିର ପରିସରରେ ପହଞ୍ଚି ଥିଲେ l ଉଛେଦ ପରେ କୌପୁନି ଧାରି ବାବା ମାନଙ୍କୁ ପ୍ରଦତ୍ତ ହୋଇଥିବା ଜାଗାରେ ନିର୍ମିତ ସଭରେ ପହଞ୍ଚି ମୁଖ୍ୟ ମନ୍ତ୍ରୀଙ୍କ ଆଗ୍ରହ କ୍ରମେ ସମସ୍ତ ସାହାଯ୍ୟ ବାବାମାନଙ୍କ ସମସ୍ୟାକୁ ସମାଧାନ କରିବାକୁ ବ୍ୟବସ୍ଥା ହୋଇଛି ବୋଲି ପ୍ରକାଶ କରିଥିଲେ l ଉପସ୍ଥିତ ଥିବା ଦୁଇ ଗୋଷ୍ଠି ବାବା ମାନେ 5 ଟି ସଚିବଙ୍କ କଥାରେ ହୃଦବୋଧ ହୋଇ ମହିମା ଅଲେଖ ଧ୍ୱନିରେ ସ୍ଥାନକୁ ପ୍ରକମ୍ପିତକରି ଥିଲେ l କାଲୁରୀଆ ଠାରେ ନିର୍ମିତ ପୋଲକୁ ମହିମା ସେତୁ ନାମରେ ନାମିତ କରିଛନ୍ତି ମୁଖ୍ୟମନ୍ତ୍ରୀ ବୋଲି ସଚିବ ପ୍ରକାଶ କରିଥିଲେ l କୌପୁନି ଧାରି ବାବାମାନଙ୍କ ମଠକୁ ଯାଇ ଆଶୀର୍ବାଦ ନେବାପାରେ ବ୍ଲକଲ ଧାରି ବାବାମାନଙ୍କ ବତୀ ମନ୍ଦିର, ଧୂନି ମନ୍ଦିର, କାଗଜ ଘର ପରିଦର୍ଶନ କରି ବିଶ୍ୱନାଥ ବାବାଙ୍କ ଆମ୍ବମୁଳ ଆଶ୍ରମରେ ଭିକ୍ଷା ଅର୍ଥାତ ଭୋଜନ ଗ୍ରହଣ କରି ପତ୍ୟାବର୍ତନ କରିଛନ୍ତି l ବିଧାୟକ ସୁଧୀର କୁମାର ସାମଲ ଓ ପ୍ରଣବ ପ୍ରକାଶ ଦାସ ସଚିବଙ୍କ ପାଇଁ ସମସ୍ତ ବ୍ୟବସ୍ଥା କରିଥିଲେ l ସଚିବ ରୁପାରୋଶନ ସାହୁ, ଜିଲ୍ଲାପାଳ ସରୋଜ କୁମାର ସେଠି 5 ଟି ସଚିବଙ୍କ ପାଖରେ ରହି କାର୍ଯ୍ୟକ୍ରମର ତଦାରଖ କରିଥିଲେ l ଶାନ୍ତି ଶୃଙ୍ଖଳା ତଥା ଗମନା ଗମନର ସମସ୍ତ ସୁବିଧା ଗୁଡିକୁ ଉତରାଅଞ୍ଚଳ ଡ଼ି ଏଇ ଜି, ଜିଲ୍ଲା ଆରକ୍ଷୀ ଅଧିକ୍ଷକ 3 ପ୍ଲାଟୁନ ପୋଲିସ ମୁତୟନ କରି ସୁବ୍ୟବସ୍ଥା କରିଥିଲେ।

Leave a Reply

Your email address will not be published. Required fields are marked *

Sorry this site disable right click
Sorry this site disable selection
Sorry this site is not allow cut.
Sorry this site is not allow copy.
Sorry this site is not allow paste.
Sorry this site is not allow to inspect element.
Sorry this site is not allow to view source.