ପାରଳା ପୌରପରିଷଦରେ ଦିବ୍ୟାଙ୍ଗ ମାନଙ୍କ ନିମନ୍ତେ ସଚେତନତା କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି, ୨୮।୫ :   ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ତଥା ଜିଲ୍ଲା ଦୌରାଜଜ୍ ପ୍ରଣବ କୁମାର ରାଉତରାୟଙ୍କ ନିର୍ଦ୍ଧେଶ କ୍ରମେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ପୌରପରିଷଦ କାର୍ଯ୍ୟାଳୟ ପରିସରରେ ଜିଲ୍ଲା ଆଇନସେବା ପ୍ରାଧିକରଣ ଅଧ୍ୟକ୍ଷ ରବି ନାରାୟଣ ବେହେରାଙ୍କ ଅଧ୍ୟକ୍ଷତାରେ ଦିବ୍ୟାଙ୍ଗ ମାନଙ୍କ ନିମନ୍ତେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପାରଳାଖେମୁଣ୍ଡି ପୌର ଅଧ୍ୟକ୍ଷା ନିର୍ମଳା ସେଠୀ, ଉପାଧ୍ୟକ୍ଷ ଲେଙ୍କା ମଧୂ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସନ୍ତୋଷ ନାୟକ, ସାମର୍ଥ ଭିନ୍ନକ୍ଷମ ଅନୁଷ୍ଠାନର ସମ୍ପାଦକ ସନ୍ତୋଷ ମହାରଣା, ଏନୟୁଏଲଏମର ପରିଚାଳକ ନକୂଳ ବିଶୋୟୀ ପ୍ରମୁଖ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଭିନ୍ନକ୍ଷମ ମାନଙ୍କୁ ତ୍ୱରିତ ନ୍ୟାୟ ଏବଂ ବିଭିନ୍ନ ଯୋଜନାରେ ସାମିଲ କରିବା, ସମସ୍ତ ପ୍ରକାରର ସରକାରୀ ସୁବିଧା ସୁଯୋଗ ଯୋଗାଇଦେବା, ଯାହାକି ଇନ୍ଦିରା ଗାନ୍ଧୀ  ଜାତୀୟ ବାର୍ଦ୍ଧକ୍ୟ ଭତ୍ତା, ମଧୁବାବୁ ପେନସନ ଯୋଜନା, ବିଜୁ ପକ୍କାଘର ବା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରିବା ଉପରେ ସଚେତନତା କରା ଯାଇଥିଲା । ତାତସହ ଦିବ୍ୟାଙ୍ଗ ମାନଙ୍କ ସେମାନଙ୍କ ଅଭିଯୋଗ ଶୁଣାଣି ହୋଇ ଏହି କାର୍ଯ୍ୟକ୍ରମରେ ୯ ଜଣ ଦିବ୍ୟାଙ୍ଗ ଚିହ୍ନଟ କରାଯାଇ ତୁରନ୍ତ ଇଉଡ଼ିଆଇଡ଼ି କାର୍ଡ,  ଟ୍ରାଇ ସାଇକେଲ ତଥା ହ୍ବିଲ ଚେୟାର ସହ ଭିନ୍ନକ୍ଷମ  ଉପକରଣ ପ୍ରଦାନ କରାଯାଇଥିଲା ।

Leave a Reply

Your email address will not be published. Required fields are marked *

Sorry this site disable right click
Sorry this site disable selection
Sorry this site is not allow cut.
Sorry this site is not allow copy.
Sorry this site is not allow paste.
Sorry this site is not allow to inspect element.
Sorry this site is not allow to view source.