ଅତିରିକ୍ତ ପ୍ରାଣୀଚିକିତ୍ସା ଅଧିକାରୀ ଲାଞ୍ଚ ନେବା ଭିଡିଓ ସାମାଜିକ ଗଣ ମାଧ୍ୟମରେ ଭାଇରଲ ହେବାରେ ଲାଗିଛି l

ଅତିରିକ୍ତ ପ୍ରାଣୀଚିକିତ୍ସା ଅଧିକାରୀ ଅଫିସ ଭିତରେ ଲାଞ୍ଚ ନେବା ଭିଡିଓ ସାମାଜିକ ଗଣ ମାଧ୍ୟମରେ ଭାଇରଲ ହେବାରେ ଲାଗିଛି l ସରକାରୀ ବାବୁ ଅଫିସ ଭିତରେ ଲାଞ୍ଚ ନେବା ଭିଡିଓ ଭାଇରଲ ପରେ ପ୍ରାଣୀଚିକିତ୍ସାଳୟ ଠାରେ ଡାକ୍ତରଙ୍କୁ ଘେରିଛନ୍ତି ଗ୍ରାମବାସୀ l ଏଭଳି ଘଟଣା ବୈପାରୀଗୁଡା ସଦର ମହାକୁମାସ୍ଥିତ ପ୍ରାଣୀଚିକିତ୍ସାଳୟରେ ଦେଖିବାକୁ ମିଳିଛି l ଘଟଣା ଅନୁଯାଇ,ପୂଜାରୀଗୁଡା ପଂଚାୟତ ବlସିନିଗୁଡା ଗ୍ରାମର ନାରଦ ହରିଜନଙ୍କ ବାଛୁରୀ ଚିକିତ୍ସା ପାଇଁ ଅତିରିକ୍ତ ପ୍ରାଣୀଚିକିତ୍ସା ଅଧିକାରୀ ହେମକାନ୍ତ ସାହୁ ବାସିନୀଗୁଡା ଠାରେ ପହଂଚିଥିଲେ ଏବଂ ବାଛୁରୀର ଚିକିତ୍ସା କରିଥିଲେ l ଚିକିତ୍ସା ପରେ ଡାକ୍ତର ଗାଈ ମାଲିକ ନାରଦଙ୍କୁ ଚିକିତ୍ସା ବାବଦକୁ ଟଙ୍କା ମାଗିଥିଲେ l ହେଲେ ନାରଦ ବୈପାରୀଗୁଡା ସ୍ଥିତ ପ୍ରାଣୀ ଚିକିତ୍ସାଳୟର ଡାକ୍ତରଙ୍କ ପ୍ରକୋଷ୍ଟରେ ୩୦୦ ଟଙ୍କା ଦେଇଥିଲେ l ଟଙ୍କା ଦେବା ଭିଡିଓ ସମୟରେ ମୋବାଇଲରେ ଉତ୍ତୋଳନ କରାଯାଇଥିଲା ଆଉ ସେହି ଭିଡିଓ ଭାଇରଲ ହୋଇଥିଲା l ପରେ ଗ୍ରାମବାସୀ ପ୍ରାଣୀଚିକିତ୍ସାଳୟ ପରିସରରେ ଡାକ୍ତରଙ୍କୁ ଘେରିଥିବା ବେଳେ ପ୍ରାଣୀଚିକିତ୍ସାଳୟର ବିଭିଓ ତଥା ବ୍ଲକ ଭେଟନେରୀ ଅଧିକାରୀ ଡ଼ଃ ପ୍ରଦୀପ ଚୌଧୁରୀ ଗ୍ରାମବାସୀଙ୍କୁ ଭୁଲ ମାଗିଥିଲେ ।

Leave a Reply

Your email address will not be published. Required fields are marked *

Sorry this site disable right click
Sorry this site disable selection
Sorry this site is not allow cut.
Sorry this site is not allow copy.
Sorry this site is not allow paste.
Sorry this site is not allow to inspect element.
Sorry this site is not allow to view source.