ବିବାଦୀୟ ଆନ୍ଧ୍ର ମନ୍ତ୍ରୀ ଙ୍କୁ ସମ୍ବର୍ଦ୍ଧନା ପ୍ରସଙ୍ଗ : ପ୍ରତିବାଦ ଜଣାଇଲେ ଉଭୟ ବିରୋଧୀ ବିଜେପି ଓ କଂଗ୍ରେସ ।

ପାରଳାଖେମୁଣ୍ଡି : ଆନ୍ଧ୍ର ସରକାରଙ୍କ ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗ ମନ୍ତ୍ରୀ ସିଧି ଆପଲା ରାଜୁ ଗଜପତି ଜିଲ୍ଲା ଗସ୍ତରେ ଆସିଥିବା ବେଳେ ଗୋଷାଣି ବ୍ଳକ ଅଧ୍ୟକ୍ଷଙ୍କ ଦ୍ଵାରା ସ୍ଵାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା, ଯାହାର ପ୍ରତିବାଦ ଜଣାଇଛନ୍ତି ଉଭୟ ବିଜେପି ଓ କଂଗ୍ରେସ । ୨୦୨୧ ମସିହା ସେପ୍ଟେମ୍ବର ମାସରେ ଗଜପତି ଜିଲ୍ଲାର ସୀମାନ୍ତ ବିବାଦୀୟ ଅଞ୍ଚଳ ଗଙ୍ଗାବାଡ ମାଣିକପାଟଣା ଗ୍ରାମରେ ଅଙ୍ଗନବାଡି କେନ୍ଦ୍ରକୁ ନେଇ ଉଠିଥିବା ବିବାଦରେ ଗଜପତି ଜିଲ୍ଲା ପ୍ରଶାସନର ଉପସ୍ଥିତିରେ ଆନ୍ଧ୍ର ମନ୍ତ୍ରୀ ନିଜ ଦଳବଳ ଓ କିଛି ଆନ୍ଧ୍ର ସରକାରି ଅଧିକାରୀ ଙ୍କୁ ଧରି ଧସେଇ ପଶି ଗଜପତି ଜିଲ୍ଲାର ପ୍ରଶାସନିକ ଅଧିକାରୀ, ସ୍ଥାନୀୟ ଜନପ୍ରତିନିଧି ଙ୍କୁ ଧମକ ଦେବା ସହ ଅସଭ୍ୟ ବ୍ୟବହାର କରିଥିଲେ । ଯାହାକୁ ନେଇ ସେହି ସମୟରେ ବିବାଦୀୟ ପରିସ୍ଥିତି ସହ ଘଟଣା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା । ଘଟଣାକୁ ସେହି ସମୟରେ ରାଜ୍ୟ ସ୍ତରୀୟ ନେତୃବୃନ୍ଦ ମଧ୍ୟ ତିବ୍ର ସମାଲୋଚନା କରିବା ସହ ଘଟଣା ସ୍ଥଳ ପରିଦର୍ଶନ କରିଥିଲେ । ହେଲେ ସୀମା ବିବାଦ ଘଟଣାରେ ଯୋଡି ହୋଇଛି ଆଉ ଏକ ଫର୍ଦ । ଆଜି ଗୋଷାଣି ବ୍ଳକ ଅଧ୍ୟକ୍ଷ ଏନ୍.ବୀରରାଜୁ ବିବାଦୀୟ ମନ୍ତ୍ରୀଙ୍କୁ ନିଜ ବ୍ଳକକୁ ଆମନ୍ତ୍ରଣ କରି ଉପଢୌକନ ସହ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଛନ୍ତି ଯାହା ଏବେ ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି । ଘଟଣାକୁ ନେଇ ଜିଲ୍ଲା କଂଗ୍ରେସ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ତିବ୍ର ନିନ୍ଦା କରିବା ସହ ଗତ ଦିନରେ ଆନ୍ଧ୍ର ର ବିବାଦୀୟ ମନ୍ତ୍ରୀଙ୍କୁ ଶାସକ ଦଳର ନେତା ହୋଇ ପାଛୋଟି ନେବାର ପଛରେ କାରଣ କ’ଣ ରହିଛି ବୋଲି ପ୍ରଶ୍ନ କରିଛି । ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ତୁରନ୍ତ ବ୍ଳକ ଅଧ୍ୟକ୍ଷ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ରଖିଛି। ନଚେତ୍ ଆଗାମୀ ଦିନରେ ଦଳ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି ଜିଲ୍ଲା କଂଗ୍ରେସ । ସେହିଭଳି ସମାନ ଅଭିଯୋଗ କରିଛି ଗଜପତି ଜିଲ୍ଲା ବିଜେପି । ବିଜେପି ଜିଲ୍ଲା ସଭାପତି ତଥା ପାରଳାଖେମୁଣ୍ଡି ବିଧାୟକ କେ. ନାରାୟଣରାଓ କହିଛନ୍ତି ଗତ ୨୦୨୧ ସେପ୍ଟେମ୍ବର ମାସରେ ଆନ୍ଧ୍ର ମନ୍ତ୍ରୀ ଗଙ୍ଗାବାଡ଼ ପଞ୍ଚାୟତର ମାଣିକପାଟଣା ଗ୍ରାମର ଯେଉଁ ବିବାଦୀୟ ପରିସ୍ଥିତି ସୃଷ୍ଟି କରିଥିଲେ ସେତେବେଳେ ରାଜ୍ୟ ସରକାର କିମ୍ବା ବିଜେଡିର ରାଜ୍ୟ ସ୍ଥନିୟ ନେତୃବୃନ୍ଦ କେହି ଘଟଣାକୁ ଗୁରୁତର ସହ ନେଇନଥିଲେ କେବଳ ବିଜେପିର ପ୍ରତିନିଧି ଦଳ ଘଟଣାସ୍ଥଳେ ପହଞ୍ଚି ଆନ୍ଧ୍ର ପ୍ରଶାସନ ଶହ ଲଢେଇ କରିଥିବା କହି । ଆନ୍ଧ୍ର ସରକାରଙ୍କ ନିକଟରେ ରାଜ୍ୟ ସରକାର ସରଣାପନ୍ନ ହୋଇଛନ୍ତି । ଆନ୍ଧ୍ର ସୀମାରେ ଯେ କୌଣସି ବେଆଇନ କାରବାର କିମ୍ବା ଜଳ, ଜମି , ଜଙ୍ଗଲ ଲୁଟିନେଲେଭି କେବଳ ନିରୋବଦ୍ରଷ୍ଟା ସାଜିଛନ୍ତି ବୋଲି ଅଭିଯୋଗ କରିବାସହ ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି ପାରଳାଖେମୁଣ୍ଡି ବିଧାୟକ ଶ୍ରୀ ରାଓ ।

Leave a Reply

Your email address will not be published. Required fields are marked *

Sorry this site disable right click
Sorry this site disable selection
Sorry this site is not allow cut.
Sorry this site is not allow copy.
Sorry this site is not allow paste.
Sorry this site is not allow to inspect element.
Sorry this site is not allow to view source.