ବ୍ରହ୍ମପୁର ସମ୍ଭାଳିବେ ପିଣ୍ଟୁ !

ବ୍ରହ୍ମପୁର ସମ୍ଭାଳିବେ ପିଣ୍ଟୁ । ବହୁ ବର୍ଷ ଧରି ବିଭିନ୍ନ ମାମଲାରେ ଛନ୍ଦି ହୋଇ ନିକଟରେ ଜେଲ୍ ରୁ ମୁକୁଳି ଥିବା ବ୍ରହ୍ମପୁର ମହାନଗର ନିଗମର ପୂର୍ବତନ ମେୟର ଶିବ ଶଙ୍କର ଦାସ (ପିଣ୍ଟୁ) ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଙ୍କ ଗସ୍ତ ସମୟରେ ସର୍କିଟ ହାଉସ୍ ରେ ସାକ୍ଷାତ କରି ସ୍ଵାଗତ ଜଣାଇଛନ୍ତି । ତେବେ ଦୀର୍ଘ ବର୍ଷ ବ୍ୟବଧାନରେ ପୁଣି ଶିବଶଙ୍କରଙ୍କ ନିଜ ଦଳକୁ ବାହୁଡ଼ା ହେବା ଦେଖି କର୍ମୀ ଓ ନେତା ଯେତିକି ଖୁସି ଥିଲେ ସେତିକି ଆଚମ୍ବିତ ମଧ୍ୟ ଥିବା ଦେଖିବାକୁ ମିଳିଥିଲା । ଅନ୍ୟପଟେ ଆଗକୁ ୨୦୨୪ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବାବେଳେ ବ୍ରହ୍ମପୁରରୁ ଦଳୀୟ ପ୍ରାର୍ଥୀ ହେବେ କି ଶିବ ଶଙ୍କର ତାହା ସମସ୍ତଙ୍କ ମନରେ ପ୍ରଶ୍ନ ଦାନା ବାନ୍ଧୁଛି।

Leave a Reply

Your email address will not be published. Required fields are marked *

Sorry this site disable right click
Sorry this site disable selection
Sorry this site is not allow cut.
Sorry this site is not allow copy.
Sorry this site is not allow paste.
Sorry this site is not allow to inspect element.
Sorry this site is not allow to view source.