ଗ୍ରୀଷ୍ମପ୍ରବାହ ସମୟରେ ରକ୍ତର ଅଭାବ ପୂରଣ ପାଇଁ ଗଣମାଧ୍ୟମର ଭୂମିକା ଗୁରୁତ୍ୱପୂର୍ଣ୍ଣ – ଦକ୍ଷିଣାଞ୍ଚଳ ଆଇଜି

ବ୍ରହ୍ମପୁର : ଗ୍ରୀଷ୍ମପ୍ରବାହ ସମୟରେସାଧାରଣତଃ ସବୁଠାରେ ରକ୍ତର ଅଭାବ ଦେଖିବାକୁ ମିଳିଥାଏ। ଏଭଳି ସମୟରେ ବ୍ରହ୍ମପୁରରେ ପ୍ରେସ କ୍ଲବ ପକ୍ଷରୁ ଆୟୋଜିତ ହୋଇଥିବା ରକ୍ତଦାନ ଶିବିର ଏବଂ ରକ୍ତର ଅଭାବ ଦୂର କରିବା ପାଇଁ ଗଣମାଧ୍ୟମର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଥିବା ନେଇ ଉଦଘାଟକ ଭାବେ ଯୋଗ ଦେଇ ପ୍ରଶଂସା କରିଛନ୍ତି ଦକ୍ଷିଣାଞ୍ଚଳ ପୋଲିସ ଆଇ.ଜି ସତ୍ୟବ୍ରତ ଭୋଇ। ବାଲେଶ୍ଵରର ବାହନାଗା ଠାରେ ହୋଇଥିବା ଦୁର୍ଘଟଣାକୁ ନେଇ ମୃତକ ପରିବାରକୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଆହତ ଓ ଗୁରୁତ୍ତରଙ୍କ ଆରୋଗ୍ୟ କାମନା କରି ବ୍ରହ୍ମପୁର ପ୍ରେସ କ୍ଲବ ପରିସରରେ ଏଭଳି ରକ୍ତଦାନ ଶିବିର ଆୟୋଜନ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଏହି ଶିବିରରେ ଅତିଥି ରୂପେ ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ତଥା ବ୍ରହ୍ମପୁର ପୂର୍ବତନ ବିଧାୟକ ଡା.ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ବ୍ରହ୍ମପୁର ମେୟର ସଂଘମିତ୍ରା ଦଳେଇ, ବ୍ରହ୍ମପୁର ଏମକେସିଜି ମେଡିକାଲ ଅଧିକ୍ଷକ ଡାକ୍ତର ପ୍ରଫେସର ସୁଚିତ୍ରା ଦାସ, ଜିଲ୍ଲା ସୂଚନା ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା ପ୍ରମୁଖ ଯୋଗ ଦେଇ ବର୍ତ୍ତମାନର ପରିସ୍ଥିତିରେ ରକ୍ତର ଆବଶ୍ୟକତା ଏବଂ ଗଣମାଧ୍ୟମର ପ୍ରତିନିଧି ମାନେ ଯେପରି ଏହାର ଭୂମିକା ନେଇ ଆୟୋଜନ କରିଛନ୍ତି ତାହା ଅନ୍ୟମାନଙ୍କ ପାଇଁ ଉଦାହରଣ ବୋଲି ଗୁରୁତ୍ୱାରୋପ କରିଥିଲେ। ଏହି ଅବସରରେ ବ୍ରହ୍ମପୁର ସହରର ଗଣମାଧ୍ୟମ ପ୍ରତିନିଧିଙ୍କ ଠାରୁ ଆରମ୍ଭ କରି ସହରର ବିଭିନ୍ନ ପ୍ରମୁଖ ସଂଗଠନର କର୍ମକର୍ତ୍ତା, ବିଦ୍ୟାର୍ଥୀ, ଶିକ୍ଷୟତ୍ରୀ ପ୍ରମୁଖ ଯୋଗଦେଇ ସ୍ଵେଚ୍ଛାକୃତ ଭାବେ ୬୧ ୟୁନିଟ ରକ୍ତଦାନ କରିଥିଲେ। ଯାହାକି ୧୫ ରୁ ଉର୍ଦ୍ଧ୍ବ ମହିଳା ଓ ଛାତ୍ରୀ ମାନେ ଏଥିରେ ରକ୍ତଦାନ କରିବା ଏବଂ ପ୍ରଥମ ଥର ପାଇଁ ବହୁ ଯୁବକ, ଯୁବତୀ ଓ ମହିଳା ଏହି ଶିବିରରେ ଯୋଗ ଦେଇ ରକ୍ତଦାନ କରିଥିବା ବେଳେ ତିନୋଟି ଦମ୍ପତି ଏଥିରେ ରକ୍ତଦାନ କରି ଏକ ନିଆରା ବାର୍ତ୍ତା ପ୍ରଦାନ କରିଥିଲେ। ଶିବିରରେ ଅନ୍ୟମାନଙ୍କ ମଧ୍ୟରେ ଅର୍ବାନ ବ୍ୟାଙ୍କ ସଭାପତି ଆର.ମୁରଲୀ ମୋହନ, ବିଜେଡି ର ଜିଲ୍ଲା ଉପସଭାପତି ତଥା ସମାଜସେବୀ ଭୀମସେନ ଦଳେଇ, କର୍ପୋରେଟର ସୁରେନ୍ଦ୍ର ମହାରଣା, ଆର.ପାବନୀ, ପ୍ରଦୀପ ଶତପଥି, ଦୁର୍ଗା ଲାୟକ, ବିଜେପି ମେୟର ପ୍ରାର୍ଥୀନୀ ସବିତା ସୁଆର, ବିଜେପି ନେତା ଡାକ୍ତର ସୁବାସ ସାହୁ, ଶିକ୍ଷାବିତ ତଥା ବିଜେପି ନେତା ଇ.ଉତ୍ତମ ପାଣିଗ୍ରାହୀ, ଆନ୍ତର୍ଜାତୀୟ ଓଡ଼ିଆ ସ୍ୱାଭିମାନ ପ୍ରତିଷ୍ଠାନର ସଭାପତି ସୁଶାନ୍ତ ସାବତ, ଲୋକ ସେବକ ମଣ୍ଡଳ ସଦସ୍ୟ ରାଜେନ୍ଦ୍ର ଜେନା, ସକାଳ ର ଦକ୍ଷିଣ ଓଡ଼ିଶା ମୁଖ୍ୟ ଜଗନ ମୋହନ ମହାପାତ୍ର, ପ୍ରମେୟର ଡିଜିଏମ୍ ଅମ୍ବିକା ପ୍ରସାଦ ଦାସ, ଓଟିଭି ର ଦକ୍ଷିଣ ଓଡ଼ିଶା ମୁଖ୍ୟ ଅଶୋକ ବ୍ରହ୍ମା, ବରିଷ୍ଠ ସାମ୍ବାଦିକ ମନୋଜ କାନ୍ତ ଦାସ, ସମାଜର ଶାଖା ପରିଚାଳକ ଦଣ୍ଡପାଣି ପ୍ରଧାନ , ଜ୍ୟୋତି ରଞ୍ଜନ ଦାସ ପ୍ରମୁଖ ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ପ୍ରେସ କ୍ଲବର କାର୍ଯ୍ୟକାରୀ ସଭାପତି ବିଶ୍ଵନାଥ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଶିବିରରେ ଇଟିଭି ଭାରତ ର ପ୍ରତିନିଧି ସାମ୍ବାଦିକ ସମୀର କୁମାର ଆଚାର୍ଯ୍ୟ ଏହାକୁ ସଂଯୋଜନା କରିଥିଲେ । କାର୍ଯ୍ୟକ୍ରମର ପ୍ରାରମ୍ଭରେ ବରିଷ୍ଠ ସାମ୍ବାଦିକ ସୁଦୀପ ସାହୁ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ ଶେଷରେ ପ୍ରେସ କ୍ଳବ୍ ର କୋଷାଧ୍ୟକ୍ଷ ନାରାୟଣ ମହାଙ୍କୁଡ ଧନ୍ୟବାଦ୍ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ନାଟକ ସମାରୋହ ସମିତିର ସଭାପତି ଅନୀଲ ପାତ୍ର, ଯୁବ ବିଜେଡି ନଗର ସଭାପତି ଅଜିତ ପଣ୍ଡା, ବିଜୟ ସାମଲ, ବିଜେପି ନେତା ରାମ କୁମାର ପାତ୍ର ପ୍ରଭାତ ଷଡଙ୍ଗୀ, ଯୁଧିଷ୍ଠିର ବେହେରା, ଗଞ୍ଜାମ ଜିଲ୍ଲା କୃମି କ୍ଷେତ୍ରୀୟ ସମାଜର ପ୍ରତିଷ୍ଠାତା ଇ. ଅଭିମନ୍ୟୁ ପ୍ରଧାନ, ରାକେଶ ପ୍ରଧାନ, ଅନୁଜ ନନ୍ଦ ବିଶ୍ଵାଳ, ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ରତ୍ନଗର୍ଭା ସରସ୍ଵତୀ, ରାମେଶ୍ୱରୀ ନନ୍ଦ, ସୁଜାତା ପାତ୍ର, ହାସ୍ୟ ଅଭିନେତା ପ୍ରୀତି ରଞ୍ଜନ ପ୍ରଧାନ, ଅବନୀ ଗୟା, ସୁଭଦ୍ରା ଶୁକ୍ଳା, ଅସ୍ମିତା ମହାନ୍ତି, ସନ୍ତୋଷିନୀ ବେହେରା, ପ୍ରଣୀତ ହୋତା ପ୍ରମୁଖ ଉପସ୍ଥିତ ରହି ଏଭଳି ଏକ କାର୍ଯ୍ୟକ୍ରମର ଆୟୋଜନ ଦ୍ଵାରା ଅନ୍ୟମାନଙ୍କ ପାଇଁ ପ୍ରେରଣା ଏବଂ ଉଦାହରଣ ବୋଲି କହିଥିଲେ। କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ପ୍ରଶାନ୍ତ ଦାଶ, ବରିଷ୍ଠ ସାମ୍ବାଦିକ ଏ.ରାଜା ରାଓ , ଏଲ୍.ସୁଦାମ ଦାଶ, ଶିବରାମ ଚୌଧୁରୀ,ସାମ୍ବାଦିକ ଅନନ୍ତରାମ ପ୍ରଧାନ, ବିକ୍ରମ ଜେନା, ପିଣ୍ଟୁ ବେହେରା, ସରୋଜ ପଣ୍ଡା, କିରଣ କୁମାର ମିଶ୍ର, ଗୋପାଳ ରେଡ୍ଡି, ଚନ୍ଦନ ସାହୁ, ଲଡୁ କିଶୋର ପାତ୍ର, ହିମାଂଶୁ ସାବତ, ଆର.ଶ୍ରୀନିବାସ, ଲକ୍ଷ୍ମୀ ବେଜ, ଶିବରାମ ଦଳେଇ, ସୁଶାନ୍ତ ପଣ୍ଡା ,ଏନ୍.ନାଗରାଜୁ,ପିତାମ୍ବର ନାହାକ, ପ୍ରହଲ୍ଲାଦ ସାହୁ, ସଚିନ ବେହେରା, ନିର୍ମଳ ସାହୁ, ସୀତାରାମ, ମଳୟ ସାହୁ , ପ୍ରଦୀପ କୁମାର ନାୟକ,ଦିନେଶ ପଟ୍ଟନାୟକ,ଶୁଭେନ୍ଦୁ ସାହୁ ,ଆଲୋକ ବେହେରା, ଜାନକୀକାନ୍ତ ପଟ୍ଟନାୟକ ବିଶ୍ବଜିତ ସାହୁ ,ଟି.ଶୁଭମଣ୍ୟମ ସ୍ବାମୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ସେହିପରି ଏଥିରେ ସମାଜର ଶାଖା ପରିଚାଳକ ଦଣ୍ଡପାଣି ପ୍ରଧାନ, ସମୀର ରଥ, ଆଶ୍ରୀବାଦ ରାଉତ,ପ୍ରସନ୍ନ କୁମାର ସାହୁ,ସ୍ଵାଧୀନ କୁମାର ସାହୁ, କୁନା ମିଶ୍ର, ମନୋଜ ପଣ୍ଡା, ଜଗନ୍ନାଥ ସାହୁ, ଶିବ ପଣ୍ଡା, ସତ୍ୟ ଚେତନ ପରିଡ଼ା , ଲଲାଟେନ୍ଦୁ ଚୈଧୁରୀ ,ଅନୀଲ ଚୌଧୁରୀ,ନଳିନୀ ତ୍ରିପାଠୀ,ପ୍ରଣବ ପଣ୍ଡା ପ୍ରମୁଖ ଗଣମାଧ୍ୟମ ପ୍ରତିନିଧି ମାନେ ରକ୍ତଦାନ କରିଥିଲେ। ଏଥିରେ ସହରର ପର୍ଯ୍ୟଟନ ଭାରତ,କାଳଞ୍ଜଳି ଆଟିଷ୍ଟ୍ରି ଟ୍ରଷ୍ଟ, ଏଆଇଡିବି ଏରୋବିକ୍ ଏକାଡ଼େମୀ, ଲଳିତା ଡ୍ୟାନ୍ସ ଏକାଡ଼େମୀ, ସ୍ମୃତି ଡ୍ୟାନ୍ସ ଏକାଡ଼େମୀ, ମହାନ ସଂଘ, ଆନ୍ତର୍ଜାତିକ ସ୍ୱାଭିମାନ ପ୍ରତିଷ୍ଠାନ, ମହାନଗର ସାଂସ୍କୃତିକ ପରିଷଦ, ଓଡିଶା ନାଟକ ସମାରୋହ ସମିତି, ଲାଇଫ ଲାଇନ, ଗାନ୍ଧୀ ନଗର ୱେଲଫର୍ ଆସୋସିଏସନ, ଗଞ୍ଜାମ ଜିଲ୍ଲା ବିକାଶ ମାଞ୍ଚ, ମାନବ ଅଧିକାର ସୁରକ୍ଷା ମଞ୍ଚ, ଲିଏନ ଫାଉଣ୍ଡେସନ, ମେଡିକାଲ୍ ହେଲ୍ପ କେୟାର ଗ୍ରୁପ, ଜୟ ଜଗନ୍ନାଥ ଲଫିଂ କ୍ଲବ୍, ଆରିଆନ୍ ଡ୍ୟାନ୍ସ ଏକାଡ଼େମୀ, ଗାୟତ୍ରୀ ଗ୍ରୁପ୍, ନାୟାନି ଡ୍ୟାନ୍ସ ଏକାଡ଼େମୀ, ଗଞ୍ଜାମ ଜିଲ୍ଲା କୁର୍ମି କ୍ଷେତ୍ରୀୟ ସଂଘ, ରାଧାକୃଷ୍ଣ ବଣିକ ସଂଘ, ଗୋପାଳ ସମାଜ, ଗଞ୍ଜାମ କଳା ପରିଷଦ, ଉତ୍କଳ ଆଶ୍ରମ ଟ୍ରଷ୍ଟ, ଓଡିଶା ନାଟକ ସମାରୋହ ସମିତି, ସର୍ଦ୍ଧାର ବଲ୍ଲଭଭାଇ ପଟେଲ ବହୁମୁଖୀ ସଂଘ ପରି ବହୁ ସଂଗଠନ ଉପସ୍ଥିତ ରହିଥିଲେ।

Leave a Reply

Your email address will not be published. Required fields are marked *

Sorry this site disable right click
Sorry this site disable selection
Sorry this site is not allow cut.
Sorry this site is not allow copy.
Sorry this site is not allow paste.
Sorry this site is not allow to inspect element.
Sorry this site is not allow to view source.