ଅପାରଗ ବିଦ୍ୟୁତ ବିଭାଗ, ମୃତ୍ୟୁ ବଳୟରେ ଗ୍ରାମବାସୀ ।
ପାରାଦ୍ଵୀପ – ୧୧ କେଭି ତାର ସଂସ୍ପର୍ଶରେ ଆସି ଜଣେ ବୃଦ୍ଧ ଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ପିପ୍ପଳ ବରେଇ ଗ୍ରାମର କଣ୍ଡୁରୀ ରାଉତ (୬୨) । ଘଟଣାକୁ ନେଇ ଗ୍ରାମରେ ଉତ୍ତେଜନା ଦେଖାଦେବା ସହିତ, ଗ୍ରାମବାସୀମାନଙ୍କ ପକ୍ଷରୁ ସିଙ୍ଗିଟ୍ଟାଳୀ ନିକଟରେ ପାରାଦ୍ଵୀପ-କଟକ ଜାତୀୟ ରାଜପଥ ଅବରୋଧ କରାଯାଇଛି। ଘଟଣାକୁ ବିଦ୍ୟୁତ ବିଭାଗର ଅବହେଳା କାରଣରୁ ଘଟିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଦିର୍ଘ ଦିନ ହେଲା ଏହି ଗ୍ରାମ ଦେଇ ଯାଇଥିବା ୧୧ କେଭି ବିଦ୍ୟୁତ୍ ତାର କମ୍ ଉଚ୍ଚତା ରେ ଥିବାରୁ, ଏହାକୁ ମରାମତି ପାଇଁ ବାରମ୍ବାର ଦାବି କରିଥିଲେ ଗ୍ରାମବାସୀ । ମାତ୍ର ବିଦ୍ୟୁତ୍ ବିଭାଗର ଅଫିସର ଏହାକୁ ଶୁଣି ନଥିଲେ । ଆଜି କୈାଣସି କାମରେ ପିପ୍ପଳ ବରେଇ ଗ୍ରାମର କଣ୍ଡୁରୀ ରାଉତ ବିଲ କୁ ଯାଇଥିବା ବେଳେ ତଳେ ଛିଡ଼ି ପଡ଼ିଥିବା ୧୧ କେଭି ତାର ସଂସ୍ପର୍ଶରେ ଆସି ମୃତ୍ୟୁ ବରଣ କରିଛନ୍ତି । ଏପରିକି ଗତ ୭ ଦିନ ତଳେ ଏକ ଟ୍ରାକ୍ଟର ମଧ୍ୟ ଏହି ତାର ସଂସ୍ପର୍ଶରେ ଆସି ଯାଇଥିଲା । ମାତ୍ର ଡ୍ରାଇଭର ଅଳ୍ପକେ ବର୍ତ୍ତି ଯାଇଥିଲେ, ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ବିଦ୍ୟୁତ୍ ବିଭାଗ ଏହାକୁ ଅଣଦେଖା କରିବାରୁ ଆଜି ଜଣଙ୍କ ଜୀବନ ଯାଇଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ମୃତକ ପରିବାରକୁ କ୍ଷତିପୂରଣ ଦେବା ଏବଂ ଉକ୍ତ ଅଞ୍ଚଳ ଦେଇ ଯାଇଥିବା ବିଦ୍ୟୁତ ତାର ଗୁଡ଼ିକୁ ତୁରନ୍ତ ମରାମତି କରି ଅଧିକ ଉଚ୍ଚତାରେ ତାର ବାନ୍ଧିବାକୁ ଗ୍ରାମବାସୀ ଦାବି କରିଛନ୍ତି । ଘଟଣାସ୍ଥଳରେ ଲକ୍ ଥାନା ପୋଲିସ ପହଞ୍ଚି ଗ୍ରାମବାସୀଙ୍କ ସହିତ ଆଲୋଚନା ଜାରି ରଖିଛନ୍ତି ।