ଅନୁଗୁଳ: ୧୫ହଜାର ପିଲାକୁ ୧୨ହଜାର ସିଟ୍, ୩୦୦୦ ପିଲା ପଢ଼ିବେ କେଉଁଠି?
ଅନୁଗୁଳ : ଏଥର ଅନୁଗୁଳ ଜିଲ୍ଲାରେ ଯେତେ ସଂଖ୍ୟକ ବିଦ୍ୟାର୍ଥୀ ମାଟ୍ରିକ୍ରେ ସଫଳତାର ସହିତ ପାସ୍ କରିଛନ୍ତି, ସେତିକି ସଂଖ୍ୟକ ପିଲାଙ୍କୁ କଲେଜରେ ନାମ ଲେଖାଇବା ପାଇଁ ସିଟ୍ ହିଁ ନାହିଁ। ଜିଲ୍ଲାରେ ଏଥର ମାଟ୍ରିକ୍ ପାସ୍ କରିଥିବା ବିଦ୍ୟାର୍ଥୀଙ୍କ ସଂଖ୍ୟା ୧୫ହଜାର ହୋଇଥିବା ବେଳେ ସିଟ୍ ଅଛି ପ୍ରାୟ ୧୨ହଜାର। ତେଣୁ, ଅବଶିଷ୍ଟ ତିନି ହଜାର ବିଦ୍ୟାର୍ଥୀ କେଉଁଠି ପଢ଼ିବେ, ତାହାକୁ ନେଇ ଆଶଙ୍କା ପ୍ରକାଶ ପାଇଛି। ଏ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କୁ ଚିନ୍ତା ଘାରିଛି । ତେଣୁ ରାଜ୍ୟ ସରକାର ଏଥି ପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦେବା ପାଇଁ ଅନୁରୋଧ ହୋଇଛି ।