ପଦ୍ମଶ୍ରୀ ଡଃ ସତ୍ୟନାରାୟ ରାଜଗୁରୁଙ୍କ ୧୨୧ ତମ ଜୟନ୍ତୀ ପାଳନ ପାଇଁ ପ୍ରସ୍ତୁତି ବୈଠକ

ପାରଳାଖେମୁଣ୍ଡି, : ପାରଳାମାଟିର ବରପୁତ୍ର, ପ୍ରଖ୍ୟାତ ଐତିହାସିକ ତଥା ଗବେଷକ ତଥା ପ୍ରଭୂତତ୍ତ୍ୱବିଦ ପଦ୍ମଶ୍ରୀ ଡଃ. ସତ୍ୟନାରାୟଣ ରାଜଗୁରୁଙ୍କ ୧୨୧ ତମ ଜୟନ୍ତୀ ପାଳନ ପୂର୍ବକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିବାର ଜଣାପଡିଛି । ଏହି ଜୟନ୍ତୀ ଆସନ୍ତା ୧୯.୦୮.୨୦୨୩ ଦିନ ପାଳନ ନିମନ୍ତେ ଡଃ ସତ୍ୟ ନାରାୟଣ ରାଜଗୁର ସ୍ମୃତି ସଂସଦ ତରଫରୁ ସଂସଦର ସଭାପତି ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ହୋଇଥିଲା । ସଂସଦର ସମ୍ପାଦକ ଆଚାର୍ଯ୍ୟ ବିନøାଦ ଚନ୍ଦ୍ର ଜେନା ଗତ ବର୍ଷ ଜୟନ୍ତୀ ପାଳନର ସଫଳତା ସମ୍ପର୍କରେ ସୂଚନା ଦେଇଥିଲେ । ଚଳିତ ବର୍ଷ ବ୍ରହ୍ମପୁର କିମ୍ବା ଭୁବନେଶ୍ୱରୁ ଏକ ବିଶିଷ୍ଟ ସାହିତ୍ୟକ କିମ୍ବା ଐତିହାସିକଙ୍କୁ ଅତିଥି ବାବେ ନିମନ୍ତ୍ରଣ କରାଇବା ପାଇଁ ଆଲୋଚନା ହୋଇଥିବା ବେଳେ ଗଜପତି ଜିଲ୍ଲାପାଳଙ୍କୁ ମୁଖ୍ୟ ଅତିଥି ବାବେ ନିମନ୍ତ୍ରଣ କରାଯିବାପାଇଁ ପ୍ରସ୍ତ।।ବ ଗୃହୀତ ହୋଇଥିଲା । ଏହା ସହ ଏହି ଅବସରରେ ସ୍କୁଲ ଓ ମହାବିଦ୍ୟାଳୟ ସ୍ତରରେ ପୂର୍ବବର୍ଷମାନଙ୍କ ପରି ହେଉଥିବା ବକ୍ତୃତା ପ୍ରତିଯୋଗିତା ଆୟୋଜନ ଓ ବିଷୟବସ୍ତୁକୁ ନେଇ ଆଲୋଚନା ମଧ୍ୟ ହୋଇଥିଲା । ଏହି ପ୍ରସ୍ତୁତି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସଂସଦର କାର୍ଯ୍ୟକାରିିଣୀ କମିଟିର ସଦସ୍ୟ/ସଦସ୍ୟାମାନଙ୍କ ସହ ଭାରତଭୂଷଣ ମହାନ୍ତି, ଆଶାଲତା ପାଣିଗ୍ରାହୀ, ଜଗଦୀଶ ମହାପାତ୍ର, ମଲ୍ଲିକାର୍ଜୁନ ପଟ୍ଟନାୟକ, ଭାଗବତ ପାଢୀ ପ୍ରମୁଖ ଉପସ୍ଥିତଥିଲେ । ପରିଶେଷରେ ସଭ୍ୟ ତ୍ରିପତି ପ୍ରସାଦ ପଣ୍ଡା ଧନ୍ୟବାଦ ପ୍ରଦାନ କରିଥିଲେ ।

Leave a Reply

Your email address will not be published. Required fields are marked *

Sorry this site disable right click
Sorry this site disable selection
Sorry this site is not allow cut.
Sorry this site is not allow copy.
Sorry this site is not allow paste.
Sorry this site is not allow to inspect element.
Sorry this site is not allow to view source.