ଦିଗପହଣ୍ଡି କଲେଜ ନିକଟରେ ଦୁଇ ବସ ମଧ୍ୟରେ ଧକ୍କା : ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ରେ ୧୨ ଜଣଙ୍କ ମୃତ୍ୟୁ
ସହାୟତା ରାଣି ଘୋଷଣ : ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି ମୃତକଙ୍କ ପରିବାରକୁ ମିଳିବ ୩ ଲକ୍ଷ ଏବଂ ପ୍ରତି ଆହତଙ୍କ ଚିକିତ୍ସା ପାଇଁ ୩୦ ହଜାର ଟଙ୍କା ସହାୟତା ଘୋଷଣା

ଦିଗପହଣ୍ଡି : ଦିଗପହଣ୍ଡି କଲେଜ ନିକଟରେ ଦୁଇ ବସ ମଧ୍ୟରେ ଧକ୍କା ଘଟିଛି । ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ରେ ୧୨ ଜଣ ମୃତ୍ୟୁବରଣ କରିଥିବା ବେଳେ ୧୫ରୁ ଉର୍ଦ୍ଧ୍ବ ଆହତ ହୋଇଥିବାର ଜଣାପଡିଛି । ସରକାରୀ ବସର ବେପରୁଆ ଗାଡ଼ି ଚାଳନା ଯୋଗୁଁ ଏହି ଘଟଣା ଘଟିଥିବାର ଚର୍ଚ୍ଚା ହେଉଛି । ମୃତକ ମାନେ ସାନଖେମୁଣ୍ଡି ଖଣ୍ଡଦେଉଳି ଏବଂ ସିଙ୍ଗିପୂର୍ ଗ୍ରାମର ବୋଲି ଜଣା ପଡ଼ିଛି । ଦିଗପହଣ୍ଡି ନିକଟ ମୌଳାଭଣଜା ଛକରେ ଦୁଇ ବସ ମୁହାମୁହିଁ ଧକ୍କା। ୧୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫ରୁ ଉର୍ଦ୍ଧ୍ବ ଆହତ ହୋଇଛନ୍ତି। କନ୍ୟାଯାତ୍ରୀ ବ୍ରହ୍ମପୁରରେ ଝିଅ ବାହାଘର କରି ଫେରୁଥିବା ବେଳେ ଘଟିଛି ଦୁର୍ଘଟଣା। ଆହତଙ୍କ ମଧ୍ୟରେ ୫ଜଣଙ୍କ ଅବସ୍ଥା ଗୁରୁତର ଥିବା ଡାକ୍ତର ପ୍ରକାଶ କରିଛନ୍ତି। ବ୍ରହ୍ମପୁର ବଡଡ଼ାକ୍ତରଖାନାରେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା, ବ୍ରହ୍ମପୁର ଏସପି ଡା.ସରବଣା ବିବେକ ଏମ ଓ ବ୍ରହ୍ମପୁର ଉପଜିଲ୍ଲାପାଳ ଆଶୁତୋଷ କୁଲକଣ୍ଣି ପହଞ୍ଚି ତଦାରଖ କରୁଛନ୍ତି । ଦିଗପହଣ୍ଡି ଦୁର୍ଘଟଣାର ମୃତକଙ୍କ ପରିବାର ପାଇଁ ସହାୟତା ରାଶି ଘୋଷଣା କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଏହି ସହାୟତା ରାଶି ଘୋଷଣା କରାଯାଇଥିବାବେଳେ ପ୍ରତି ମୃତକଙ୍କ ସଂପର୍କୀୟଙ୍କୁ ୩ ଲକ୍ଷ ଲେଖାଏଁ ସହାୟତା ଦିଆଯିବ ବୋଲି କୁହାଯାଇଛି । ସେହିପରି ପ୍ରତି ଆହତଙ୍କ ଚିକିତ୍ସା ପାଇଁ ୩୦ ହଜାର ଟଙ୍କା ସହାୟତା ଘୋଷଣା କରାଯାଇଛି । ଦୁର୍ଘଟଣା ପରେ ପରେ SRCଙ୍କ ପକ୍ଷରୁ ଟ୍ୱିଟ୍ କରାଯାଇଥିଲା । ଆହତମାନଙ୍କୁ ବ୍ରହ୍ମପୁର MKCG ମେଡିତାଲରେ ଭର୍ତ୍ତିକରାଯାଇଥିବା SRC ସୂଚନା ଦେଇଥିଲେ । ସେମାନଙ୍କ ଚିକିତ୍ସା ପାଇଁ ୩୦ ହଜାର ଟଙ୍କା ଲେଖାଏ ପ୍ରଦାନ କରାଯାଇଛି ବୋଲି କୁହାଯାଇଥିଲା । ଗଂଜାମ ଜିଲ୍ଲା ପ୍ରଶାସନର ତତ୍ୱାବଧାନରେ ଆହତଙ୍କ ଚିକିତ୍ସା କରାଯାଉଥିବା ସ୍ୱତନ୍ତ୍ର ରିଲିଫ କମିଶନର ଟ୍ୱିଟ୍ କରି ସୂଚନା ଦେଇଥିଲେ । ବର୍ତ୍ତମାନର ସୂଚନା ଅନୁସାରେ ବସ୍ ଦୁର୍ଘଟଣା ଯୋଗୁ ୧୨ ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୬ ଜଣ ପୁରୁଷ, ୪ ଜଣ ମହିଳା ଓ ୨ ଜଣ ଶିଶୁ ରହିଛନ୍ତି । ସମସ୍ତ ଆହତଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି । ଗୁଡାରି ଠାରୁ ଭୁବନେଶ୍ୱର ଯାଉଥିବା OSRTC ବସ ଓ ବ୍ରହ୍ମପୁରରୁ ଏକ ଭୋଜି ପାଇଁ ଆସି ଖଣ୍ଡଦେଉଳି ଫେରୁଥିବା ଘରୋଇ ବସ ମଧ୍ୟରେ ଏହି ମୁହାଁମୁହିଁ ଧକ୍କା ହୋଇଛି ।







