ରାଜ୍ୟସ୍ତରୀୟ ଉତ୍କଳ ସମ୍ମିଳନୀରେ ବିଭିନ୍ନ ପ୍ରସଙ୍ଗ ଉଠାଇଲେ ଆଚାର୍ଯ୍ୟ ବିନୋଦ ଚନ୍ଦ୍ର ଜେନା ।

ପାରଳାଖେମୁଣ୍ଡି: ଭୁବନେଶ୍ୱର ଲୋହିଆ ଏକାଡେମୀ ପରିସର ମଧ୍ୟରେ ଅନୁଷ୍ଠିତ ହୋଇଥିବା ରାଜ୍ୟସ୍ତରୀୟ ଉତ୍କଳ ସମ୍ମିଳନୀର ୩ୟ କେନ୍ଦ୍ରୀୟ କାର୍ଯ୍ୟକାରିଣୀ ବୈଠକରେ ପାରଳାଖେମୁଣ୍ଡି ତଥା ଗଜପତି ଜିଲ୍ଲାର ବିଭିନ୍ନ ପ୍ରସଙ୍ଗକୁ ନେଇ ଦାବି ଉପସ୍ଥାପନ କରାଯାଇଥିବାର ଜଣାପଡିଛି । ଏହି ସମ୍ମିଳନୀରେ ରାଜ୍ୟ ସଭାପତି ପ୍ରଫେସର ଅଦୈତ ପ୍ରସାଦ ପାତ୍ର ଅଧ୍ୟକ୍ଷତା କରିଥିବା ବେଳେ ଗଜପତି ଶାଖାର ପରାମର୍ଶ ଦାତା ବିନୋଦ ଚନ୍ଦ୍ର ଜେନା ଏଥିରେ ଅଂଶ ଗ୍ରହଣ କରି ଅଞ୍ଚଳର ସମସ୍ୟା ସମ୍ପର୍କରେ ଦାବି ଉପସ୍ଥାପନ କରିଥିଲେ । ଶ୍ରୀ ଜେନା କହିଥିଲେ ଯେ ଆନ୍ଧ୍ର-ଓଡିଶା ସୀମାନ୍ତବର୍ତ୍ତୀ ସ୍ଥାନକୁ ଗମନାଗମନ ପାଇଁ ପକ୍କା ରାସ୍ତା ସହିତ ବସ୍ ଚାଳାଚଳ, ବିଦୟାଳୟ ଗୁଡିକରେ ଓଡିଆ ଶିକ୍ଷକଙ୍କ ନିଯୁକ୍ତି ଉପରେ ଗୁରୁତ୍ୱାରୋପ କରିଥିଲେ । ସେହିପରୀ ସୀମାନ୍ତବର୍ତ୍ତୀ ସ୍ଥାନରେ ପୋଲିସ ଫାଣ୍ଡିର ସ୍ଥାପନ, ଆନ୍ଧ୍ର ବିଦ୍ୟାଳୟରେ ଓଡିଆ ପିଲାଙ୍କ ପାଇଁ ଶିକ୍ଷାବର୍ଷ ପ୍ରାରମ୍ଭରୁ ବହି ଯୋଗାଇ ଦେବା ଆଦି ସମସ୍ୟା ଗୁଡିକର ତୁରନ୍ତ କିପରି ସମାଧାନ ହୋଇପାରିବ ସେନେଇ ରାଜ୍ୟସ୍ତରରେ ଉତ୍କଳ ସମ୍ମିଳନୀ କାର୍ଯ୍ୟ କରିବା ଉଚ୍ଚିତ ବୋଲି ମତ ରଖିଥିବାର ଜଣାପଡିଛି । ଏହା ସହ ମୁଖ୍ୟତଃ ସୀମାନ୍ତବର୍ତ୍ତୀ ଓଡିଆ ଲୋକଙ୍କୁ ସରକାରଙ୍କ ସମସ୍ତ ସହାୟତା ପ୍ରଦାନ କଲେ ସେମାନେ ଆନ୍ଧ୍ର ମୁହାଁ ହେବେ ନାହିଁ ବୋଲି ମଧ୍ୟ ମତ ରଖିଥିଲେ । ଓଡିଶାର ବିଭିନ୍ନ ପ୍ରାନ୍ତରୁ ପ୍ରତିନିଧିମାନେ ଯୋଗଦେଇଥିବା ବେଳେ ଗଜପତିରୁ ଶ୍ରୀ ଜେନାଙ୍କ ସମେତେ ଲିଙ୍ଗରାଜ ଦାସ, ତ୍ରିପତୀ ପ୍ରସାଦ ପଣ୍ଡା ପ୍ରମୁଖ ଯୋଗଦେଇଥିଲା ।

Leave a Reply

Your email address will not be published. Required fields are marked *

Sorry this site disable right click
Sorry this site disable selection
Sorry this site is not allow cut.
Sorry this site is not allow copy.
Sorry this site is not allow paste.
Sorry this site is not allow to inspect element.
Sorry this site is not allow to view source.