ଭାରତ ସରକାରଙ୍କ ଯୁଗ୍ମ ସଚିବ ତଥା ବରିଷ୍ଠ ପ୍ରଶାସିକା ରୂପା ମିଶ୍ରଙ୍କ ଗଜପତି ଗସ୍ତ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଳା ପାରଳାଖେମୁଣ୍ଡି ଭାରତ ସରକାରଙ୍କ ଯୁଗ୍ମ ସଚିବ ତଥା ବରିଷ୍ଠ ପ୍ରଶାସିକା ରୂପା ମିଶ୍ର ଆଜି ଗଜପତି ଗସ୍ତରେ ଆସି ବିଭିନ୍ନ ଉନ୍ନୟକ କାର୍ଯ୍ୟର ଅନୁଧ୍ୟାନ କରିଛନ୍ତି ।  ସେ ପାରଳାଖେମୁୁଣ୍ଡି ପହଂଚିବା ପରେ ପାରଳା ପୌରାଂଚଳ ଅନ୍ତର୍ଗତ ଶଙ୍କୁରୀ ପୋଖରୀ, ସଦରା ପୋଖରୀ, ରାମନଗର ସ୍ଥିତ ବର୍ଯ୍ୟବସ୍ତୁ କମ୍ପୋଷ୍ଟ ୟୁନିଟ ଆଦି ବୁଲି ଦେଖିଥିଲେ ।  ସେହି ସବୁ ସ୍ଥାନର ଉନ୍ନୟନ କାର୍ଯ୍ୟ ବିଷୟରେ ଅଧିକାରୀମାନଙ୍କୁ ପଚାରି ବୁଝିବା ସହ ସେମାନଙ୍କ ସହ ବିସ୍ତୃତ ଭାବେ ଆଲୋଚନା କରିଥିଲେ ।  ପରେ ସେ ପାରଳା ସହରର ରାମସାଗର ପରିଦର୍ଶନ କରି ତାର ଉନ୍ନୟନ ବିଷୟରେ ସମିକ୍ଷା କରିଥିଲେ ।  ସେ ପରିଦର୍ଶନ କରିବା ସମୟରେ ପାରଳା ପୌରାଧକ୍ଷା ନିର୍ମଳା ସେଠୀ, ନିର୍ବାହୀ ଅଧିକାରୀ ବନମାଳୀ ଶତପଥୀ, ଯନ୍ତ୍ରୀ ସଂଜିବ ଚମ୍ପତି, କନିିଷ୍ଠଯନ୍ତ୍ରୀ ଡି ଯୁଧିଷ୍ଠିର ପ୍ରମୁଖଙ୍କ ସହ ଅନ୍ୟାନ୍ୟ କର୍ମକର୍ତା ଉପସ୍ଥିତ ଥିଲେ ।   

Leave a Reply

Your email address will not be published. Required fields are marked *

Sorry this site disable right click
Sorry this site disable selection
Sorry this site is not allow cut.
Sorry this site is not allow copy.
Sorry this site is not allow paste.
Sorry this site is not allow to inspect element.
Sorry this site is not allow to view source.