ପାଣି ପାଇଁ ରାଜ ରାସ୍ତାରେ ସିଦ୍ଧାମଡଙ୍ଗ ଗ୍ରାମବାସୀ
ପାରଳାଖେମୁଣ୍ଡି : ପାଣି ପାଇଁ ରାସ୍ତା ରୋକ, ସିଧାମଡଙ୍ଗ ନିକଟରେ ରାସ୍ତା ରୋକ କରିଛନ୍ତି ଅଞ୍ଚଳ ବାସିନ୍ଦା, ଦିର୍ଘ ସମୟ ହେଲା ପାରଳାଖେମୁଣ୍ଡି – ରାୟଗଡ଼ା ମୁଖ୍ୟ ରାସ୍ତା ଅବରୋଧ କରି ରଖିଛନ୍ତି ଗ୍ରାମବାସୀ, ଉଭୟ ପଟରୁ ଶହ ଶହ ଗାଡି ଅଟକି ରହିଛି ,ଗ୍ରାମରେ ପାଇପ୍ ଯୋଗେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ରହିଥିଲେ ସୁଧା ଦିର୍ଘ ବର୍ଷ ଧରି ପାନୀୟ ଜଳ ସମସ୍ୟା ଲାଗି ରହିଛି କିନ୍ତୁ ସ୍ଥାନୀୟ ପ୍ରଶାସନ ଗୁରୁତ୍ବ ଦେଉନଥିବା ଅଭିଯୋଗ ରେ ରାସ୍ତା ରୋକ କରିଛନ୍ତି ଅଞ୍ଚଳ ବାସିନ୍ଦା, ପାନୀୟ ଜଳ ସମସ୍ୟାର ସ୍ଥାୟୀ ସମାଧାନ ଦାବିରେ ହାଣ୍ଡି ମାଠିଆ ଧରି ଦୀର୍ଘ 3ଘଣ୍ଟା ସମୟ ଧରି ରାସ୍ତା ଅବରୋଧ କରିଥିଲେ ସିଦ୍ଧାମଡଙ୍ଗ ଗ୍ରାମବାସୀ ।