ରେଳ ଦୁର୍ଘଟଣା ରେ ଆହତଙ୍କ ଲାଗି ପାରଳା ଏସ୍.ବି.ଆଇ ମୁଖ୍ୟଶାଖା ପକ୍ଷରୁ ରକ୍ତଦାନ ଶିବିର

ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ଭାରତୀୟ ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖା ପକ୍ଷରୁ ରକ୍ତଦାନ ଶିବିରର ଆୟୋଜିତ ହୋଇଥିଲା । ଏଥିରେ ମୋଟ ୨୭ ୟୁନିଟ ରକ୍ତ ସଂଗୃହୀତ ହୋଇଥିବାର ଜଣାପଡିଛି । ଏହି ଶିବିର ଭାରତୀୟ ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖା ଏବଂ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର ମିଳିତ ଆନୁକୁଲ୍ୟରେ ମୁଖ୍ୟ ଶାଖା  ପରିସରରେ ରବିବାର ଦିନ ଆୟୋଜିତ ହୋଇଥିଲା । ଏଥିରେ  ଏସବିଆଇର କାର୍ଯ୍ୟରତ କର୍ମଚାରୀ ତଥା ଅଧିକାରୀମାନଙ୍କ ସହ ଯୁବଗୋଷ୍ଠୀମାନେ ସ୍ବେଚ୍ଛାକୃତ ଭାବେ ରକ୍ତ ଦାନ କରିଥିଲେ । ଏନେଇ ପାରଳା ଏସବିଆଇ ମୁଖ୍ୟ ଶାଖାର ମୁଖ୍ୟ ପରିଚାଳକ ଚକ୍ରଧର ନାୟକ କହିଛନ୍ତି ଯେ, ଏହି ରକ୍ତ ଦାନ ଶିବିର ମୁଖ୍ୟତଃ ବାହାନଗା ରେଳ ଦୁର୍ଘଟଣାରେ ହଜାର ସଂଖ୍ୟକ ଗୁରୁତର ଆହତଙ୍କ ସହାୟତା ନିମନ୍ତେ ଆୟୋଜନ କରାଯାଇଛି । ଏହି ରେଳ ଦୁର୍ଘଟଣା ଅତି ଦୁଃଖଦ ଘଟଣା ଅଟେ । ଆମ୍ଭେ ସେହି ସ୍ଥାନକୁ ଯାଇନପାରିଲେ ମଧ୍ୟ ଆବଶ୍ୟକସ୍ଥଳେ ସଂଗୃହୀତ ରକ୍ତ ସେଠାକୁ ଯାଇପାରେ ବୋଲି ଅନୁମାନ କରି ଏପରି ଆୟୋଜନ କରାଯାଇଥିବାର କହିଛନ୍ତି । ଏହି ରକ୍ତଦାନ ଶିବିରରେ ଜିଲ୍ଲା ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ଡାକ୍ତର ଜେ. ପଟ୍ଟନାୟକ, ରକ୍ତଭଣ୍ଡାରର ଖଗେଶ୍ଵର ବେହେରା ପ୍ରତ୍ୟେକ୍ଷ ଭାବେ ଉପସ୍ଥିତ ରହି ରକ୍ତ ସଂଗୃହୀତ କରିଥିଲେ । ଏହି ଶିବିରକୁ ଏସବିଆଇର ସୁଶୀଳ କୁମାର ପାଢୀ, ଅଶୋକ କୁମାର ସାହୁ, ଶ୍ରୀନୁ ସାହୁ, ବିକାଶ କୁମାର ସାହୁ ପ୍ରମୁଖ ଅଧିକାରୀ ଓ କର୍ମଚାରୀମାନେ ପରିଚାଳନାରେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *

Sorry this site disable right click
Sorry this site disable selection
Sorry this site is not allow cut.
Sorry this site is not allow copy.
Sorry this site is not allow paste.
Sorry this site is not allow to inspect element.
Sorry this site is not allow to view source.