ଦୁର୍ନୀତି ବିରୁଦ୍ଧରେ ଗର୍ଜିଲା ଦଳିତ ଅଧିକାର ମଞ୍ଚ !
ଦୁର୍ନୀତି ବିରୁଦ୍ଧରେ ଗର୍ଜିଲା ଦଳିତ ଅଧିକାର ମଞ୍ଚ

ନୂଆପଡା ଜିଲ୍ଲା ରେ ଦୁର୍ନୀତି ଥମିବା ର ନାଁ ନେଉନାହିଁ । ଏହା ବିରୁଦ୍ଧରେ ସ୍ଥାନୀୟ ଜନ ସାଧାରଣ ଙ୍କ ସହ ବିଭିନ୍ନ ସଙ୍ଗଠନ ସ୍ୱର ଉତ୍ତୋଳନ କରୁଥିଲେ ହେଁ ଜିଲ୍ଲା ପ୍ରଶାସନ ନିରବଦ୍ରଷ୍ଟା ସାଜିଛି । ଜିଲ୍ଲା ର ପାଞ୍ଚ ଗୋଟି ବ୍ଲକ ରେ PDS ଦୁର୍ନୀତି ଅଭିଯୋଗ ହେଉଥିଲେ ହେଁ ଜିଲ୍ଲା ପ୍ରଶାସନ ଭ୍ରୁକ୍ଷେପ କରୁନଥିବା ଅଭିଯୋଗ ହୋଇଛି । ଠିକ ଏଭଳି ଏକ ଘଟଣା କୁ ନେଇ ରାଜ ରାସ୍ତାକି ଓଲ୍ହାଇ ବୋଡେ଼ନ ବ୍ଲକ କାର୍ଯ୍ୟାଳୟ ଘେରାଉ କରିଛି ଦଳିତ ଅଧିକାର ମଞ୍ଚ । ଆଗାମୀ ସାତ ଦିନ ମଧ୍ୟରେ ଦୋଷୀ ଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ସହ ଜନ ସାଧାରଣଙ୍କ ଅଧିକାର ଯୋଗାଇ ନଦେଲେ ବ୍ଲକ କାର୍ଯ୍ୟାଳୟ କୁ ତାଲା ମାରିବା ର ଚେତାବନୀ ଦେଇଛନ୍ତି ଦଳିତ ଅଧିକାର ମଞ୍ଚ ର ରାଜ୍ୟ ସଭାପତି କମଳ ଚରଣ ତାଣ୍ଡି । ସୂଚନା ଅନୁସାରେ ବୋଡେ଼ନ ବ୍ଲକର ବୋଡ଼େନ, ଲରକା ଓ ପଲସଦା ପଞ୍ଚାୟତ ରେ ସାଧାରଣ ଗରିବ ହିତାଧିକାରୀଙ୍କ ମାସମାସ ର ପିଡିଏସ ଚାଉଳ କୁ ବିଭାଗୀୟ କର୍ମଚାରୀ ଓ ଅଧିକାରୀ ହଡ଼ପ କରି ଦୁର୍ନୀତି କରିଥିବା ଅଭିଯୋଗ କରିଛନ୍ତି ।। ସେହିଭଳି ତଥା କେଶରାଜପୁର ଗାଁ ରେ କାମ ନକରି ମିଥ୍ୟା ବିଲ କରି ମନରେଗା ରେ ଦୁର୍ନୀତି, ବୋଡେ଼ନ ବ୍ଲକ ସଦର ମହକୁମା ଠାରେ PDS ରେ ନଅ ଲକ୍ଷ ଟଙ୍କା ର ଦୁର୍ନୀତି କରିଥିବା କୁ ନେଇ ବିଡିଓ ଙ୍କୁ ଅବଗତ କରାଇ ପ୍ରମାଣ ଦେଇଥିଲେ ହେଁ କୌଣସି କାର୍ଯ୍ୟାନୁଷ୍ଠାନ ନିଆ ଯାଇନାହିଁ । ସେ ବିରୁଦ୍ଧରେ ତୁରନ୍ତ ପଦକ୍ଷେପ ନିଆଯାଉ ବୋଲି ଆନ୍ଦୋଳନ କାରୀ ମାନେ ଦାବି ବାଢିଛନ୍ତି । ଦଳିତ ଅଧିକାର ମଞ୍ଚ ର ଆହ୍ୱାନ କ୍ରମେ ଶହଶହ ଲୋକ ଆଜି ବୋଡେ଼ନ ଠାରେ ଏକ ଶୋଭାଯାତ୍ରାରେ ବାହାରି ବୋଡେ଼ନ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହି ଅବସର ରେ ବିଡିଓ ଅନୁପସ୍ଥିତ ରହି ଲୋକଙ୍କ ସାମନା କରିବାକୁ WEOଙ୍କୁ ଦାୟୀତ୍ବ ଦେଇ ଚାଲି ଯାଇଥିବା ଦଳିତ ଅଧିକାର ମଞ୍ଚ ଅଭିଯୋଗ କରିଛି । ପଲସଦା ପଞ୍ଚାୟତର ଚାରି ମାସର ଚାଉଳ ଆସନ୍ତା କାଲି ଦେବାକୁ ପ୍ରତିଶ୍ରୁତି ଦେବା ସହ ଲରକା ପଞ୍ଚାୟତର ଜାନୁଆରୀ ମାସର ଚାଉଳ ଆସନ୍ତା ସାତଦିନ ମଧ୍ୟରେ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ଅଧିକାରୀ । ବୋଡ଼େନ ପଞ୍ଚାୟତର ପିଡିଏସରେ ନଅ ଲକ୍ଷ ଟଙ୍କାର ଦୁର୍ନୀତିର ତଦନ୍ତ ସରିଥିବା ତଥା ଦୁର୍ନୀତିର ପ୍ରମାଣ ମିଳିଥିବା ସ୍ବୀକାର କରିଛି ପ୍ରଶାସନ। ଦୁର୍ନୀତିରେ ସଂଶ୍ଲିଷ୍ଟ ଥିବା ସମସ୍ତ ଅଧିକାରୀଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି WEO । ହେଲେ ଲୋକ ଏହି ପ୍ରଚଣ୍ଡ ଖରାରେ ଦିନସାରା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଠିଆ ହୋଇ ରହିବା ପରେ ବିଡିଓ ଲୋକଙ୍କୁ ସାମନା ନକରିବା ସମସ୍ତ ଙ୍କୁ ବ୍ୟଥିତ କରିଥିଲା । ଏହି ଧୃଷ୍ଟତା ଜନସାଧାରଣ ସହ୍ୟ କରିବେ ନାହିଁ। ଆସନ୍ତା ଦିନରେ ଏହାର ଉଚିତ ଜବାବ ଲୋକେ ଦେବା ସହ ଦୋଷୀ ଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନହେଲେ ଅନିର୍ଦ୍ଦିଷ୍ଟ ସମୟ ଯାଏ ବ୍ଲକ କାର୍ଯ୍ୟାଳୟ କୁ ତାଲା ମାରି ଆନ୍ଦୋଳନ କରାଯିବ ବୋଲି ଦଳିତ ଅଧିକାର ମଞ୍ଚ ର ସଭାପତି ଚେତାବନୀ ଦେଇଛନ୍ତି ।