ପାରଳାରେ ଦେବସ୍ନାନ ପୁର୍ଣମା ଅନୁଷ୍ଠିତ

ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ଶ୍ରୀଜଗନ୍ନାଥ ମନ୍ଦିରରେ ଅତ୍ୟନ୍ତ ଭକ୍ତିପୂତ ଭାବେ ରବିବାର ଦିନ ୩ ଠାକୁରଙ୍କ ଦେବସ୍ନାନ ପୂର୍ଣ୍ଣିମା ଅନୁଷ୍ଠିତ ହୋଇଯାଇଛି ।  ପ୍ରତେକ ଦିନ ଭଳି ଆଜି ଭୋରରେ ୩ ଠାକୁରଙ୍କ ପୂଜା ଵିଧି ଓ ଆଳତି ସମ୍ପୂର୍ଣ ହୋଇଥିଲା । ପରେ ସକାଳ ୧୦ ଘଣ୍ଟା ସମୟରେ ତିନି ଠାକୁରଙ୍କୁ  ସ୍ନାନ ମଣ୍ଡପକୁ ନିଆ ଯାଇଥିଲା । ସ୍ନାନ ମଣ୍ଡପରେ ୩ ଠାକୁରଙ୍କୁ ୧୦୮ କଳସୀ ଜଳ ଦ୍ୱାରା ପ୍ରଥମେ  ସ୍ନାନ କରାଯିବା ପରେ ୧୦୮ ପଇଡ଼ ଦ୍ୱାରା ପୁଣି ସ୍ନାନ କରାଯାଇଥିଲା ।  ଏହା ପରେ ଗଙ୍ଗା ଜଳରେ ସ୍ନାନ କରାଯାଇ ୩ ଦିଅଁଙ୍କୁ ଚନ୍ଦନ ଲାଗି କରାଯାଇଥିଲା । ଅପରାହ୍ନରେ ୩ ଠାକୁର ସ୍ନାନ ମଣ୍ଡପରେ ଭକ୍ତଙ୍କୁ ଦର୍ଶନ ଦେଇଥିଲେ । ଶ୍ରୀଜଗନ୍ନାଥଙ୍କୁ ଆଜି ସ୍ନାନ ମଣ୍ଡପରେ ଗଜାନନଙ୍କ ଅବତାରରେ ସୁସଜିତ କରାଯାଇ ଭକ୍ତଙ୍କ ଉଦେଶ୍ୟରେ ଦର୍ଶନ ପାଇଁ ବ୍ୟବସ୍ଥା ହୋଇଥିଲା । ଏହାପରେ ଅଣସର ନୀତି କରାଯାଇଥିଲା । ସ୍ନାନ ପରେ ଜ୍ଵରରେ ପଡିବେ ମହାପ୍ରଭୁ । ଏହାପରେ ଉପଶମ ପାଇଁ ଚାଲିବ ଉପଚାର । ମହାପ୍ରଭୁ ସୁସ୍ଥ ହୋଇ ଆସନ୍ତା ୧୯ ତାରିଖରେ ନବଯୌବନ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ । ଜୁନ ୨୦ ତାରିଖରେ ରଥରେ ବସି ଯିବେ ଜନ୍ମ ବେଦୀକୁ ।    ପ୍ରକାଶ ଯେ, ପାରଳାଖେମୁଣ୍ଡି ଜଗନ୍ନାଥ ମନ୍ଦିର ଅତି ପ୍ରାଚୀନ ମନ୍ଦିର ଅଟେ । ଏଥିସହ ପାରଳାଖେମୁଣ୍ଡି ରଥଯାତ୍ରା ଦକ୍ଷିଣ ଓଡିଶାରେ ଏବଂ ଆନ୍ଧ୍ର ଓଡିଶା ସୀମାନ୍ତ ଅଞ୍ଚଳରେ ବେଶ ପ୍ରଖ୍ୟାତ ଓ ଲୋକପ୍ରିୟତା ରହି ଆସିଛି । ଦେବ  ସ୍ନାନ ପୂର୍ଣ୍ଣିମା ରଥଯାତ୍ରା ଆରମ୍ଭର ପ୍ରଥମ ପର୍ବ ଅଟେ । ତେଣୁ ଆଜିର ଦେବ ସ୍ନାନ ପୂର୍ଣ୍ଣିମାରେ ୩ ଦିଅଁଙ୍କ ଦର୍ଶନ ପାଇଁ ପଡୋଶୀ ଆନ୍ଧ୍ର ସମେତ ଦକ୍ଷିଣ ଓଡିଶାରୁ ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁ ସମାଗମ ହୋଇଥିବା ଲକ୍ଷ୍ୟ କରାଯାଇଛି ।

Leave a Reply

Your email address will not be published. Required fields are marked *

Sorry this site disable right click
Sorry this site disable selection
Sorry this site is not allow cut.
Sorry this site is not allow copy.
Sorry this site is not allow paste.
Sorry this site is not allow to inspect element.
Sorry this site is not allow to view source.