ଗ୍ରେଡପେ ୪୨୦୦ ପୂରଣ ହେଲାନି, ଜୁନ୍ ପହିଲାରୁ ସମୂହ ଛୁଟିରେ ଯିବେ ଅମଲା


ରାଜ୍ୟ ମିଳିତ ଅମଲା ମଞ୍ଚର ନିଷ୍ପତ୍ତି କ୍ରମେ ଜୁନ ପହିଲାରୁ ଗଜପତି ଜିଲ୍ଲା ଅମଲା ସଂଘର କର୍ମକର୍ତ୍ତା ତଥା ସଦସ୍ୟଗଣ ସମୂହ ଛୁଟିରେ ଯିବେ ବୋଲି ଜଣାପଡିଛି । ଗତ ଏକ ସପ୍ତାହ ହେଲାଣି ଅମଲା ସଂଘ କଳା ବ୍ୟାଜ୍ ପରିଧାନ କରି ପ୍ରତିବାଦ ଜାରି ରଖିଥିବା ବେଳେ ସରକାର ଓ ପ୍ରଶାସନ କିଛି ପଦକ୍ଷେପ ଗ୍ରହଣ ନ କରିବା ଫଳରେ ଆନ୍ଦୋଳନକୁ ତୀବ୍ରତର କରିବା ନେଇ ସଂଘ ପକ୍ଷରୁ କୁହାଯାଇଛି । ଆଜି କଳାବ୍ୟାଜ ପରିଧାନର ଶେଷ ଦିବସରେ ଜିଲ୍ଲା ଅମଲା ସଂଘର କର୍ମକର୍ତ୍ତାମାନେ ଜିଲ୍ଲାର ସମସ୍ତ ବ୍ଲକ କାର୍ଯ୍ୟାଳୟ ତଥା ବିଭିନ୍ନ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଜନିତି ପ୍ରସାର ପତ୍ର ଧରି ପ୍ରତିବାଦ କରିଥିବାର ଦେଖିବାକୁ ମିଳିଥିଲା । ଜିଲ୍ଲାସ୍ତରୀୟ ଅମଲାମାନଙ୍କ ପ୍ରତି ରାଜ୍ୟ ସରକାରଙ୍କର ବୈମାତୃକ ମନୋଭାବ ପୋଷଣ ତଥା ଯୋଗ୍ୟତା ଭିତ୍ତିରେ ଦରମା ପ୍ରଦାନ ପାଇଁ ଟାଳଟୁଳ ନୀତି ଅବଲମ୍ବନ କରୁଥିବାରୁ ଜିଲ୍ଲାସ୍ତରୀୟ ଅମଲାଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ସପ୍ତାହେ ହେଲାଣି ଏହାର ପ୍ରତିବାଦ ଜାରି ରହିଥିବା ବେଳେ ୩୧ ତାରିଖ ସୁଦ୍ଧା ଜିଲ୍ଲାସ୍ତରୀୟ ଅମଲାମାନଙ୍କ ୪୨୦୦ଟଙ୍କା ଗ୍ରେଡପେ ଲାଗୁ ନ କରନ୍ତି ତେବେ ଜୁନ ପହିଲାରୁ ଜିଲ୍ଲାସ୍ତରୀୟ ସମସ୍ତ ଅମଲାମାନେ ସମୂହ ଛୁଟିରେ ଯିବେ ବୋଲି ସଂଘ ପକ୍ଷରୁ କୁହାଯାଇଛି । ସେହିପରି ଗୋଷାଣି ବ୍ଲକରେ ଅମଲା ସଂଘ ପକ୍ଷରୁ ପ୍ରତିବାଦ କରାଯାଇଛି । ଗୋଷାଣି ପଞ୍ଚାୟତ ସମିତି କାର୍ଯ୍ୟାଳୟ ଓ ବିଇଓ କାର୍ଯ୍ୟାଳୟ ସମ୍ମୁଖରେ ଅମଲା ସଂଘର କର୍ମକର୍ତ୍ତାମାନେ କଳାବ୍ୟାଜ ପରିଧାନ କରି ପ୍ଲାକେଟ ଧରି ପ୍ରତିବାଦ କରିଥିଲେ । ଏଥିରେ ଅମଲା ସଂଘର ବୃନ୍ଦାବନ ଗମାଙ୍ଗ, ଗୀତା ପଣ୍ଡା, ସୁମନ୍ତ ପ୍ରଧାନ, ନାସନ ଗମାଙ୍ଗ, ପି.ସୁନିତା, ଶେଷଗିରି ବେହେରା ପ୍ରମୁଖ ଉପସ୍ଥିତ ରହିଥିବାର ଦେଖିବାକୁ ମିଳିଥିଲା ।

Leave a Reply

Your email address will not be published. Required fields are marked *

Sorry this site disable right click
Sorry this site disable selection
Sorry this site is not allow cut.
Sorry this site is not allow copy.
Sorry this site is not allow paste.
Sorry this site is not allow to inspect element.
Sorry this site is not allow to view source.