ଗଜପତିରେ +୨ ପରୀକ୍ଷା ଫଳାଫଳ ପ୍ରକାଶିତ

ବିଜ୍ଞାନରେ ୬୧.୫୫ ଓ ବାଣିଜ୍ୟରେ ୭୫.୨୪ ପ୍ରତିଶ ପାସ ହାର ।

ଗଜପତି ଜିଲ୍ଲାରେ +୨ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳାଫଳ ପ୍ରକାଶିତ ହୋଇଛି । ବିଜ୍ଞାନ ଓ ବାଣିଜ୍ୟ ବିଭାଗର ଫଳାଫଳ ସନ୍ତୋଷ ଜନକ ରହିଥିବା ବେଳେ ବିଜ୍ଞାନରେ ମୋଟ ୬୧.୫୫ ଓ ବାଣିଜ୍ୟରେ ୭୫.୨୪ ପ୍ରତିଶତ ପାସ ହାର ରହିଛି । ଜିଲ୍ଲାରେ ମୋଟ ୧୩ ଗୋଟି ବିଜ୍ଞାନ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ମୋଟ ୯୮୨ ଜଣ ପରୀକ୍ଷା ପାଇଁ ଆବେଦନ କରିଥିବା ବେଳେ ୯୬୫ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ଏଥି ମଧ୍ୟରୁ ଜଣେ କପି କରି ଧରାପଡିଥିବା ବେଳେ ୧୬ ଜଣ ଅନୁପସ୍ଥିତ ରହିଥିଲେ । ଜିଲ୍ଲା ମୋଟ ବିଜ୍ଞାନରେ ୫୯୪ଜଣ କୃତକାର୍ଯ୍ୟ ହୋଇ ମୋଟ ୬୧.୫୫ ପାସହାର ରହିଥିବାର ଜଣାପଡିଛି । ସେହିପରି ଜିଲ୍ଲାରେ ଥିବା ଗୋଟିଏ ମାତ୍ର ବାଣିଜ୍ୟ ଉଚ୍ଚ ମାଧ୍ୟମିକ ବିିଦ୍ୟାଳୟରେ ୧୦୪ ଜଣ ଫର୍ମ ଭରିଥିଲେ । ଏଥି ମଧ୍ୟରୁ ୧୦୧ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ଅବଶିଷ୍ଟ ୩ଜଣ ଅନୁପସ୍ଥିତ ରହିଥିବା ବେଳେ ୭୬ ଜଣ କୃତକାର୍ଯ୍ୟ ହୋଇ ମୋଟ ପାସହାର ୭୫.୨୪ ରହିଥିବାର ଜଣାପଡିଛି । ଜିଲ୍ଲାରେ ବିଜ୍ଞାନ ବିଭାଗରେ ମୋଟ ୬୮ଜଣ ପ୍ରଥମ ଶ୍ରେଣୀ, ୨୦୪ଜଣ ଦ୍ୱିତୀୟ ଶ୍ରେଣୀ ଏବଂ ୩୧୦ ଜଣ ତୃତୀୟ ଶ୍ରେଣୀରେ ପାସ ହୋଇଥିବା ବେଳେ କମ୍ପାର୍ଟମେଣ୍ଟରେ ୧୨ଜଣ ଉତ୍ତିର୍ଣ୍ଣ ହୋଇଛନ୍ତି । ସେହିଭଳି ବାଣିଜ୍ୟ ବିଭାଗରେ ପ୍ରଥମ ଶ୍ରେଣୀରେ ୧୧ ଜଣ, ଦ୍ୱିତୀୟ ଶ୍ରେଣୀରେ ୧୭ ଜଣ ଏବଂ ତୃତୀୟ ଶ୍ରେଣୀରେ ୪୮ଜଣ ଉତ୍ତିର୍ଣ୍ଣ ହୋଇଥିବାର ହୋଇଛନ୍ତି । ତେବେ ବିଜ୍ଞାନ ପରୀକ୍ଷାରେ ରାଜ୍ୟ ପାସ ହାର କ୍ଷେତ୍ରରେ ଗଜପତି ଜିଲ୍ଲା ୬୧.୫୫ପ୍ରତିଶତ ରଖି ସର୍ବ ନିମ୍ନ ପାସ ହାର ରହିଥିବାର ଜଣାପଡିଛି ।

Leave a Reply

Your email address will not be published. Required fields are marked *

Sorry this site disable right click
Sorry this site disable selection
Sorry this site is not allow cut.
Sorry this site is not allow copy.
Sorry this site is not allow paste.
Sorry this site is not allow to inspect element.
Sorry this site is not allow to view source.