ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, ଚିକିତ୍ସା ନିମନ୍ତେ ବିଶାଖାପାଟଣା ସ୍ଥାନାନ୍ତରିତ

ପାରଳାଖେମୁଣ୍ଡି, : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଜଣେ ଯୁବକଙ୍କୁ କିଛି ପୋଲିସ କର୍ମଚାରୀ ଓ ଯୁବକମାନେ ମିଶି ମରଣାନ୍ତକ ଆକ୍ରମଣ କରିଥିବାର ଜଣାପଡିଛି । ଘଟଣାରୁ ପ୍ରକାଶ ଯେ, ଜି. ସନ୍ତୋଷ (୪୦) ଯିଏକି ଏକ ଚିକେନ୍ ଦୋକାନରେ କାମ କରନ୍ତି ସେ ଆଜି ମଧ୍ୟାହ୍ନ ସମୟରେ ନିଜ ଘରକୁ ଫେରୁଥିବା ବେଳେ ମାର୍କେଟସାହିର କିଛି ଯୁବକ ଓ ପୋଲିସ କର୍ମଚାରୀ ମାନଙ୍କ ସହ କୌଣସି କଥାକୁ ନେଇ ଜାତିଆଣ ଆକ୍ଷେପ କରି ଯୁକ୍ତିତର୍କ ହୋଇଥିଲା । ଏତିକିରେ ବିନା ଡ୍ୟୁଟିରେ ଥିବା ପୋଲିସ କର୍ମଚାରୀଗଣ ଓ ତାଙ୍କ ସହ ଥିବା କିଛି ଯୁବକଗଣ ଉତକ୍ଷିପ୍ତ ହୋଇ ଜି.ସନ୍ତୋଷଙ୍କୁ ସଂଘବଦ୍ଧ ଭାବେ ନିର୍ଦ୍ଧୁମ ମାରିଥିଲେ । ଫଳରେ ସନ୍ତୋଷଙ୍କ ନାକ ଫାଟିଯିବା ସହ କାନରୁ ରକ୍ତ ଶ୍ରାବ ହେଉଛି । ସନ୍ତୋଷଙ୍କୁ ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରିଥିବା ବେଳେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ଉଚ୍ଚ ଚିକିତ୍ସା ନିମନ୍ତେ ବିଶାଖାପାଟଣା ସ୍ଥାନାନ୍ତର କରାଯାଇଛି । ଏନେଇ ପାରଳାଖେମୁଣ୍ଡି ଆଦର୍ଶ ଥାନାରେ ଲିଖିତ ଅଭିଯୋଗ କରିଥିବାର ଜଣାପଡିଛି ।