ଭାରସାମ୍ୟ ହରାଇ ଓଲଟିଲା ଶାଳ ମଞ୍ଜି ବୋଝେଇ ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲପର

ବାଲିଗୁଡ଼ା::ଭାରସାମ୍ୟ ହରାଇ ଓଲଟିଲା ଶାଳମଞ୍ଜି ବୋଝେଇ ଟ୍ରକ୍ । ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲପର । ଏଭଳି ଏକ ଘଟଣା ଘଟିଛି, କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ଗଦ୍ରିଙ୍ଗିଆ ଘାଟି ନିକଟରେ । ସୂଚନା ପ୍ରକାରେ ବୁଧବାର ଦିନ ବାଲିଗୁଡ଼ା ଥାନା ବାରଖମା ଗ୍ରାମରୁ ଏକ ୧୪ ଚକିଆ ଟ୍ରକ ନଂ. ଏମଏଚ୍ ୪୦ ସିଏମ୍-୬୧୨୮ ରେ ଶାଳ ମଞ୍ଜି ବୋଝେଇ କରି ବାଲିଗୁଡ଼ା ୫୯ ନଂ.ଜାତୀୟ ରାଜପଥ ଦେଇ ରାୟପୁର ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା l ହେଲେ ବାଲିଗୁଡ଼ାରୁ ପ୍ରାୟ ୧୮ କିଲୋମିଟର ଯିବା ପରେ ଗଦ୍ରିଙ୍ଗିଆ ଘାଟି ନିକଟସ୍ଥ ଇର୍ପିଗୁଡ଼ା ବୁଲାଣି ରାସ୍ତାରେ ଏକ ଗାଈ ରାସ୍ତା ଉପରକୁ ଆସିଯିବା ଯୋଗୁଁ ଭାରସାମ୍ୟ ହରାଇ ପଡ଼ିଥିଲେ ଚାଳକ । ସୌଭାଗ୍ୟ ବଶତଃ ଡ୍ରାଇଭର ଓ ହେଲପର ଅଳ୍ପକେ ବର୍ତ୍ତି ଯାଇଥବା ଜଣାପଡ଼ିଛି । ଦୁର୍ଘଟଣାରେ ଡ୍ରାଇଭର ସାମାନ୍ୟ ଆହତ ହୋଇଥିବା ବେଳେ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ପରେ ଫେରିଥିବା ଜଣାପଡ଼ିଛି । ବାରମ୍ବାର ଏହି ଅଞ୍ଚଳରେ ଦୁର୍ଘଟଣା ଘଟି ଜନଜୀବନ ସମେତ ଗାଈଗୋରୁ ଏବଂ ଅନ୍ୟ ଜନ୍ତୁଙ୍କ ଜୀବନ ହାନି ଘଟୁଛି । ଏଣୁ ଏହି ଜାତୀୟ ରାଜପଥ କର୍ତ୍ତୃପକ୍ଷ ସମ୍ପୃକ୍ତ ସ୍ଥାନରେ ସାଇନ୍ ବୋର୍ଡ଼ ଲଗାଇବା ସହ ପ୍ରଶାସନ ରାଜରାସ୍ତାରେ ଗାଈଗୋରୁ, ଛେଳି, ମେଣ୍ଡା ଆଦି ଗୃହପାଳିତ ପଶୁ ଚଳପ୍ରଚଳ ପ୍ରତି ଗୁରୁତ୍ବାରୋପ କରିବା ଆବଶ୍ୟକ ବୋଲି ସାଧାରଣରେ ଦାବି ହେଉଛି ।

Leave a Reply

Your email address will not be published. Required fields are marked *

Sorry this site disable right click
Sorry this site disable selection
Sorry this site is not allow cut.
Sorry this site is not allow copy.
Sorry this site is not allow paste.
Sorry this site is not allow to inspect element.
Sorry this site is not allow to view source.