କେନ୍ଦ୍ରୀୟ ବିଦ୍ୟାଳୟ ଅଭିଭାବକ ସଂଘ ପକ୍ଷରୁ ବିଦାୟକାଳୀନ ସମ୍ବର୍ଦ୍ଧନା

କେନ୍ଦ୍ରୀୟ ବିଦ୍ୟାଳୟ ଅଭିଭାବକ ସଂଘ ଆସିକା ପକ୍ଷରୁ ଆଜି ଏସ୍ କେ ମହାରାଜ ସାରଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଆସିକା କେନ୍ଦ୍ରୀୟ ବିଦ୍ୟାଳୟ ର ଗତ ୦୨ ମଇ ୨୦୨୩ରେ ଯୋଗଦେଇଥିବା ନୂତନ ପ୍ରିନସପାଲ ଡଃ ନରେନ୍ଦ୍ର ମେହେର ଏହି ସମ୍ବର୍ଦ୍ଧନା ସଭା ରେ ପୌରହିତ୍ୟ କରିଥିଲେ। କେନ୍ଦ୍ରୀୟ ବିଦ୍ୟାଳୟ ଆସିକା ଅଭିଭାବକ ସଂଘର ସାଧାରଣ ସମ୍ପାଦକ ସନ୍ତୋଷ କୁମାର ସେଠୀ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। ଉପସ୍ଥିତ ଅଭିଭାବକମାନେ ଏସ୍ କେ ମହାରାଜ କିପରି କାର୍ଯ୍ୟକ୍ଷେତ୍ରରେ ସୂଚାରୁରୂପେ କାର୍ଯ୍ୟ ସମ୍ପାଦନ କରିଥିଲେ ତାହା ଉପସ୍ଥାପନ କରିଥିଲେ। ସ୍ଥାୟୀ ପ୍ରିନସପାଲ ଜୟଶ୍ରୀ ତ୍ରିପାଠୀଙ୍କ ଯିବା ପରେ ଇନଚାର୍ଜ ଭାବରେ ରହି ବିପଦପୂର୍ଣ୍ଣ କୋଠାରୁ ନବନିର୍ମିତ କେନ୍ଦ୍ରୀୟ ବିଦ୍ୟାଳୟ କୋଠାକୁ ସ୍ଥାନାନ୍ତରଣ କରିବା ଏବଂ ଯୁକ୍ତ ଦୁଇ ଖୋଲିବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଭୂୟସୀ ପ୍ରଶଂସା କରାଯାଇଥିଲା। ଅଭିଭାବକ ସଂଘର ଦାବି କୁ ସମ୍ମାନ ଜଣାଇ ଉତ୍ତମ ସମନ୍ୱୟ ରଖି ଜିଲ୍ଲା ପ୍ରଶାସନ କୁ ଅବଗତ କରିବା ଏବଂ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରଶାସନିକ ଅଧିକାରୀ ଙ୍କୁ ଅବଗତ କରାଇବା ରେ ପ୍ରମୁଖ ଭୂମିକା ସଦାସର୍ବଦା ଅଭିଭାବକ ମହଲରେ ସ୍ମୃତି ହୋଇ ରହିବ ବୋଲି ଅଭିଭାବକମାନେ ବର୍ଣ୍ଣନା କରିଥିଲେ। ମହାରାଜ ସାରଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ଷେତ୍ରରେ ଅବସର ଏକ ପ୍ରକ୍ରିୟା କିନ୍ତୁ ଶିକ୍ଷକ ଜୀବନର ଶେଷ ସମୟ ପର୍ଯ୍ୟନ୍ତ ଗୁରୁ ଦାୟିତ୍ବ ଅଛି, ସେଥିପାଇଁ ଶିକ୍ଷକ ସମାଜ ମହାନ୍। ଡଃ ନରେନ୍ଦ୍ର ମେହେର ପ୍ରିନସପାଲ ଭାବେ ଯୋଗ ଦେବା ଏବଂ ଯୁକ୍ତ ଦୁଇ ବିଜ୍ଞାନ ଏହି ଶିକ୍ଷାବର୍ଷରୁ ଆରମ୍ଭ ହୋଇଥିବାରୁ ସମସ୍ତ ଗୁରୁଦାୟିତ୍ଵ ବହନ କରି ଛାତ୍ର ଛାତ୍ରୀଙ୍କ ସଫଳତା ପାଇଁ ସମସ୍ତ ଚେଷ୍ଟା କରିବା ପାଇଁ ଅନୁରୋଧ କରାଯାଇଥିଲା। ଅଭିଭାବକମାନେ ଏଭଳି ସହଯୋଗ ପ୍ରଦାନ କରନ୍ତୁ ମହାରାଜ ସାର ଯେଉଁ କାମ ଆଗେଇ ନେଇଛନ୍ତି ଆମେ ମିଳିତ ଭାବେ ଚେଷ୍ଟା ଜାରି ରଖିବା। ଛାତ୍ର ଛାତ୍ରୀଙ୍କ ଭବିଷ୍ୟତ ଗଢିତୋଳିବା ସହ କେନ୍ଦ୍ରୀୟ ବିଦ୍ୟାଳୟ ଆସିକା ର ସୁନାମ ପ୍ରତିଷ୍ଠା କରିପାରିଲେ ହିଁ ଆମ ଶ୍ରମ ସାର୍ଥକ ହୋଇପାରିବ ବୋଲି ନୂତନ ପ୍ରିନସପାଲ ନିଜ ମତପ୍ରକାଶ କରିଥିଲେ। କେନ୍ଦ୍ରୀୟ ବିଦ୍ୟାଳୟରେ ଆୟୋଜିତ ଏହି ସମ୍ବର୍ଦ୍ଧନା ସଭାରେ ଅଭିଭାବକ ସଂଘ ର ଉପସଭାପତି ସୁଦଷ୍ଟା ପଟ୍ଟନାୟକ ଏବଂ ଶ୍ୟାମସୁନ୍ଦର ପାଢି, ସାଧାରଣ ସମ୍ପାଦକ ସନ୍ତୋଷ କୁମାର ସେଠୀ, ସହ ସମ୍ପାଦକ ପ୍ରଶାନ୍ତ କର, କୋଷାଧ୍ୟକ୍ଷ ଅରୁଣ କୁମାର ସେଠୀ, ଜିତେନ୍ଦ୍ର କୁମାର ଜେନା, ଶିବାନୀ କୁମାର ମହାପାତ୍ର, ବସନ୍ତ ସେଠୀ, ବସ୍ତିଆ ସାର, ନାରାୟଣ ପାଣିଗ୍ରାହୀ, ଅକ୍ଷୟ ସ୍ବାଇଁ, ସରୋଜ ମହାପାତ୍ର, ଶଙ୍କର ଆଦି ଅଭିଭାବକ ବୃନ୍ଦ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *

Sorry this site disable right click
Sorry this site disable selection
Sorry this site is not allow cut.
Sorry this site is not allow copy.
Sorry this site is not allow paste.
Sorry this site is not allow to inspect element.
Sorry this site is not allow to view source.