ଗଞ୍ଜେଇ ମାଫିଆ ବିଜୟ ପାଣି ଓ ତା ପୁଅ ସତ୍ରୁଜିତ୍ ପାଣିର ସମ୍ପତ୍ତି ବାଜ୍ୟାପ୍ତି କଲା ପୁରୀ ପୋଲିସ

ଗଞ୍ଜେଇ ମାଫିଆ ବିଜୟ ପାଣି ଓ ତା ପୁଅ ସତ୍ରୁଜିତ୍ ପାଣିର ସମ୍ପତ୍ତି ବାଜ୍ୟାପ୍ତି କଲା ପୁରୀ ପୋଲିସ । ଗତ ମେ ୩ ତାରିଖରେ କୁଖ୍ୟାତ ଗଞ୍ଜେଇ ମାଫିଆ ବିଜୟ ପାଣି ଓ ତା ପୁଅ ସତ୍ରୁଜିତ୍ ପାଣିକୁ ପୁରୀ ସଦର ବ୍ରହ୍ମଗିରି ଥାନା ପୋଲିସ ଗିରଫ କରିଥିଲା । ଏମାନଙ୍କ ଠାରୁ ପୋଲିସ ଓ ଏସଆଇଟି ଟିମ୍ ୬୨୪ କେ.ଜି ରୁ ଉର୍ଦ୍ଧ୍ଵ ଗଞ୍ଜେଇ ଜବତ କରିଥିଲା । ଏଥିସହ ହାତ ତିଆରି ବୋମା ମଧ୍ୟ ପୋଲିସ ଜବତ କରିଥିଲା । ଅଭିଯୁକ୍ତ ବାପ ପୁଅ କନ୍ଧମାଳରୁ ଗଞ୍ଜେଇ ଆଣି ଘରେ ଠୁଳ କରି ରଖିବା ସହ ରଥଯାତ୍ରାରେ ବେପାର କରିବା ପାଇଁ ଯୋଜନା କରିଥିଲେ । ଦୀର୍ଘ ଦିନ ଧରି ବାପ ପୁଅ ଏହି କାରବାରରେ ସଂପୃକ୍ତ ଥିଲା । ଏହି ଘଟଣାରେ ପୁରୀ ପୋଲିସ ୩ କୋଟି ଟଙ୍କାର ସମ୍ପତି ବାଜ୍ୟପ୍ତି କରିଛି । ଏଥିରେ ୯ଟି ପ୍ଲଟ, ୪ଟି ଘର ସହ ଚାରିଚକିଆ ଓ ଦୁଇଚକିଆ ଯାନ ଆଟାଜ୍ ହୋଇଛି। କୋଲକୋତା ସ୍ଥିତ SAFEMA ବରିଷ୍ଠ ଅଧିକାରୀଙ୍କ ଠାରୁ ସମ୍ପତ୍ତି ବାଜ୍ୟାପ୍ତି ପାଇଁ ଅନୁମତି ମିଳିଥିବା ଟାଉନ୍ ଥାନା ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏସପି ଡଃ କନୱର ବିଶାଳ ସିଂ ସୂଚନା ଦେଇଛନ୍ତି । ପୂର୍ବରୁ ମଧ୍ୟ ଜଣେ ବ୍ରାଉନ୍ ସୁଗାର ବେପାରୀଙ୍କ ୧ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ସମ୍ପତି ବାଜ୍ୟପ୍ତି ହୋଇଥିଲା ।

Leave a Reply

Your email address will not be published. Required fields are marked *

Sorry this site disable right click
Sorry this site disable selection
Sorry this site is not allow cut.
Sorry this site is not allow copy.
Sorry this site is not allow paste.
Sorry this site is not allow to inspect element.
Sorry this site is not allow to view source.