ସରୁନି ଦାଦନ ଦୁଃଖ, ମୃତଦେହ ଗାଁକୁ ଆଣିବା ପାଇଁ ଚାଲିଛି କସରତ


ଗଜପତି : ପୁଣି ଦାଦନ ଦୁଃଖ, ଦାଦନ ଖଟିବାକୁ ଯାଇ ଅକାଳେ ଚାଲିଗଲା ଜୀବନ , ଅସୁସ୍ଥତା କାରଣରୁ ଚାଲିଗଲା ଜୀବନ, ଏବେ ଶବ ଆଣିବାକୁ ଚାଲିଛି କସରତ, ସହଯୋଗ ପାଇଁ ପ୍ରଶାସନର ଦ୍ବାରସ୍ଥ ହୋଇଛନ୍ତି ପରିବାର। ଗଜପତି ଜିଲ୍ଲା ବାସୀ କାମଧନ୍ଦା ନ ପାଇ ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ଯାଉଥିବା ବେଳେ ସେଠାରେ ଯଦି ଅକାଳରେ ମୃତ୍ୟୁବରଣ କରନ୍ତି ତେବେ ଶବ ଆଣିବାକୁ ବହୁ କସରତ କରିବାକୁ ପଡୁଛି। ସୁଚନା ପ୍ରକାରେ ଗଜପତି ଜିଲ୍ଲା ଗାରବନ୍ଧ ଥାନା ଅନ୍ତର୍ଗତ ରାୟଗଡ ବ୍ଳକର ଗଣ୍ଡାହାତୀ ଗ୍ରାମର ରାଜ କୁମାର ଲିମା ଙ୍କ ପୁଅ ରାହୁଲ ଲିମା ଗତ ଦୁଇ ବର୍ଷ ହେଲା ତିରିପୁରୁ ଜିଲ୍ଲାରେ ଦାଦନ ଖଟିବାକୁ ଯାଇ ଏକ ଘରୋଇ କମ୍ପାନୀରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ, ବୁଧବାର ଦିନ ରାତ୍ର ଦୁଇ ଘଣ୍ଟା ସମୟରେ ଏସ ସି ଏମ୍ ଗାର୍ମେଣ୍ଟ ପ୍ରାଇଭେଟ ଲିମିଟେଡ ରେ କାର୍ଯ୍ୟ କରୁଥିବା ବେଳେ ହଠାତ ଦେହ ଅସୁସ୍ଥ ହୋଇ ମୃତ୍ୟୁ ବରଣ କରିଥିବା ଖବର ପାଇବା ପରେ ତାର ମୃତ ଶରୀର ନିଜ ଗ୍ରାମ କୁ ଆଣିବା ପାଇଁ ତାଙ୍କ ପରିବାର ର ସାମର୍ଥ୍ୟ ନଥିବାରୁ ମୃତ ଶରୀର କୁ ଆଣିବା ପାଇଁ ମୃତ ବ୍ୟକ୍ତିଙ୍କ ପିତା ଓ ଗ୍ରାମବାସୀ ମୃତ ଶରୀର କୁ ନିଜ ଗ୍ରାମକୁ ଆଣିବା ପାଇଁ ପ୍ରଶାସନର ଦ୍ୱାରସ୍ଥ ହେବା ପରେ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ଜିଲ୍ଲା ଶ୍ରମ ଅଧିକାରୀଙ୍କ ପଦକ୍ଷେପକୁ ଅପେକ୍ଷା, ଶ୍ରମ ଅଧିକାରୀଙ୍କ ଅନୁପସ୍ଥିତି କାରଣରୁ ଅପେକ୍ଷା କରି ରହିଛନ୍ତି ପରିବାର ଲୋକେ।

Leave a Reply

Your email address will not be published. Required fields are marked *

Sorry this site disable right click
Sorry this site disable selection
Sorry this site is not allow cut.
Sorry this site is not allow copy.
Sorry this site is not allow paste.
Sorry this site is not allow to inspect element.
Sorry this site is not allow to view source.