+୨ ବିଜ୍ଞାନ ଓ ବାଣିଜ୍ୟ ବାର୍ଷିକ ପରୀକ୍ଷା ଫଳ
ଦକ୍ଷିଣାଞ୍ଚଳ : ବିଜ୍ଞାନରେ ୭୦.୯୫ % ଓ ବାଣିଜ୍ୟରେ ୭୦.୭୩ % ପରୀକ୍ଷାର୍ଥୀ କୃତକାର୍ଯ୍ୟ

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ +୨ ବିଜ୍ଞାନ ଓ ବାଣିଜ୍ୟ ସ୍ରୋତର ବାର୍ଷିକ ପରୀକ୍ଷା ଫଳାଫଳ ଆଜି ପୂର୍ବାହ୍ଣରେ ପ୍ରକାଶିତ ହୋଇଛି l ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଭୁବନେଶ୍ୱର ସ୍ଥିତ ମୁଖ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସଂକ୍ଷିପ୍ତ ଉତ୍ସବରେ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାରାଣ୍ଡି ଅନୁଷ୍ଠାନିକ ଭାବେ ପୁସ୍ତିକା ଉନ୍ମୋଚନ କରିବା ସଂଗେ ସଂଗେ ଫଳାଫଳ ଘୋଷଣା କରିଥିଲେ l ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ସଚିବ ଏସ୍. ଅଶ୍ୱଥି, ବିଭାଗୀୟ ଯୁଗ୍ମ ସଚିବ ଶୁଭଶ୍ରୀ ନନ୍ଦ, ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଅଧ୍ୟକ୍ଷ ଅଶ୍ବିନୀ କୁମାର ମିଶ୍ର, ଉପାଧ୍ୟକ୍ଷ ଡ. ସୁନୀଲ ଜେନା, ସଚିବ ଶୁଭ୍ରବାଳା ବେହେରା ଓ ପରୀକ୍ଷା ନିୟନ୍ତ୍ରକ ଡ. ଅଶୋକ କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ l ଚଳିତ ୨0୨୩ ବର୍ଷର ଉଚ୍ଚ ମାଧ୍ୟମିକ ଶିକ୍ଷା ବାର୍ଷିକ ପରୀକ୍ଷାରେ ରାଜ୍ୟ ସ୍ତରରେ ବିଜ୍ଞାନ ସ୍ରୋତରେ 84.93 % ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ବାଣିଜ୍ୟ ସ୍ରୋତରେ 81.12 % ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି l
ଚଳିତ ବର୍ଷ ଓଡ଼ିଶାର ଦକ୍ଷିଣାଞ୍ଚଳ ଅଧୀନସ୍ଥ ୮ଟି ଜିଲ୍ଲା ଯଥା : ଗଞ୍ଜାମ, ଗଜପତି, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ା, ବୌଦ୍ଧ ଓ କନ୍ଧମାଳରେ ଉଭୟ +୨ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷାରେ ଛାତ୍ରଛାତ୍ରୀମାନେ ଆଶାତୀତ ସଫଳତା ହାସଲ କରିଥିବା ଘୋଷିତ ଫଳାଫଳରୁ ସୂଚନା ମିଳୁଛି l
ଦକ୍ଷିଣାଞ୍ଚଳ ଅଧୀନସ୍ଥ ଆଠଟି ଜିଲ୍ଲାରେ ଚଳିତ +୨ ବିଜ୍ଞାନ ପରୀକ୍ଷାରେ ସର୍ବମୋଟ 18983 ଜଣ ପରୀକ୍ଷାର୍ଥୀ ଫର୍ମପୂରଣ କରିଥିଲେ l ତନ୍ମଧ୍ୟରୁ 18774 ଜଣ ପରୀକ୍ଷା ଦେଇଥିଲେ l କୃତକାର୍ଯ୍ୟ ହୋଇଛନ୍ତି 14343 ଜଣ ଏବଂ ଉତ୍ତୀର୍ଣ୍ଣ ହାର ରହିଛି 70.95 ପ୍ରତିଶତ l ଏମାନଙ୍କ ମଧ୍ୟରୁ 5889 ଜଣ ପ୍ରଥମ, 4831 ଜଣ ଦ୍ବିତୀୟ ଓ 3633 ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ 80 ଜଣ କମ୍ପାଟମେଣ୍ଟରେ ପାଶ୍ କରିଛନ୍ତି l 44 ଜଣ ପରୀକ୍ଷାର୍ଥୀ +୨ ବିଜ୍ଞାନ ପରୀକ୍ଷାରେ କପି ଅଭିଯୁକ୍ତ ହୋଇଥିବା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦକ୍ଷିଣାଞ୍ଚଳ ଉପସଚିବ ଡକ୍ଟର୍ କୁଳମଣି ଓଝାଙ୍କ ସୂତ୍ରରୁ ଜଣାପଡ଼ିଛି l
ସେହିପରି ଚଳିତ ବର୍ଷ +୨ ବାଣିଜ୍ୟ ପରୀକ୍ଷାରେ ଦକ୍ଷିଣାଞ୍ଚଳ ଅଧୀନସ୍ଥ ଆଠଟି ଜିଲ୍ଲାରେ ସର୍ବମୋଟ 4792 ଜଣ ପରୀକ୍ଷାର୍ଥୀ ଫର୍ମ ପୂରଣ କରିଥିଲେ ଏବଂ ତନ୍ମଧ୍ୟରୁ 4723 ଜଣ ପରୀକ୍ଷା ଦେଇଥିଲେ l ସେମାନଙ୍କ ମଧ୍ୟରୁ 3568 ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି ଏବଂ ଉତ୍ତୀର୍ଣ୍ଣ ହାର ରହିଛି 70.73 ପ୍ରତିଶତ l 1259 ଜଣ ପ୍ରଥମ, 790 ଜଣ ଦ୍ବିତୀୟ, 1363 ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ 21 ଜଣ କମ୍ପାର୍ଟମେଣ୍ଟରେ ପାଶ୍ କରିଛନ୍ତି l +୨ ବାଣିଜ୍ୟ ପରୀକ୍ଷାରେ ଏ ବର୍ଷ କପି ଅଭିଯୋଗରେ 08 ଜଣ ପରୀକ୍ଷାର୍ଥୀ ଅଭିଯୁକ୍ତ ହୋଇଥିବା ଉପସଚିବ ଡ. ଓଝା ଜଣାଇଛନ୍ତି l
ଗଞ୍ଜାମ ଜିଲ୍ଲାରେ +୨ ବିଜ୍ଞାନ ପରୀକ୍ଷାରେ ମୋଟ 9601ଜଣ ପରୀକ୍ଷାର୍ଥୀ ଫର୍ମପୂରଣ କରିଥିଲେ l ତନ୍ମଧ୍ୟରୁ 9467 ଜଣ ପରୀକ୍ଷା ଦେଇଥିଲେ l କୃତକାର୍ଯ୍ୟ ହୋଇଛନ୍ତି 7771 ଜଣ ଏବଂ ଉତ୍ତୀର୍ଣ୍ଣ ହାର ରହିଛି 82.08 ପ୍ରତିଶତ l ଏମାନଙ୍କ ମଧ୍ୟରୁ 3864 ଜଣ ପ୍ରଥମ, 2473 ଜଣ ଦ୍ବିତୀୟ 1401 ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ 33 ଜଣ କମ୍ପାଟମେଣ୍ଟରେ ପାଶ୍ କରିଛନ୍ତି l 10 ଜଣ ପରୀକ୍ଷାର୍ଥୀ +୨ ବିଜ୍ଞାନ ପରୀକ୍ଷାରେ କପି ଅଭିଯୋଗରେ ଅଭିଯୁକ୍ତ ହୋଇଛନ୍ତି l
ସେହିପରି ଚଳିତ ବର୍ଷ ଗଞ୍ଜାମ ଜିଲ୍ଲାରେ +୨ ବାଣିଜ୍ୟ ପରୀକ୍ଷାରେ ମୋଟ 2220 ଜଣ ପରୀକ୍ଷାର୍ଥୀ ଫର୍ମ ପୂରଣ କରିଥିଲେ ଏବଂ ତନ୍ମଧ୍ୟରୁ 2193 ଜଣ ପରୀକ୍ଷା ଦେଇଥିଲେ l ସେମାନଙ୍କ ମଧ୍ୟରୁ 1792 ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି ଏବଂ ଉତ୍ତୀର୍ଣ୍ଣ ହାର ରହିଛି 81.71 ପ୍ରତିଶତ l 868 ଜଣ ପ୍ରଥମ, 370 ଜଣ ଦ୍ବିତୀୟ, 547 ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ 7 ଜଣ କମ୍ପାର୍ଟମେଣ୍ଟରେ ପାଶ୍ କରିଛନ୍ତି l କପି ଅଭିଯୋଗରେ ଜଣେ ପରୀକ୍ଷାର୍ଥୀ ଅଭିଯୁକ୍ତ ହୋଇଛନ୍ତି l
ଗଜପତି ଜିଲ୍ଲାରେ +୨ ବିଜ୍ଞାନ ପରୀକ୍ଷାରେ ମୋଟ 982 ଜଣ ପରୀକ୍ଷାର୍ଥୀ ଫର୍ମପୂରଣ କରିଥିଲେ l ତନ୍ମଧ୍ୟରୁ 965 ଜଣ ପରୀକ୍ଷା ଦେଇଥିଲେ l କୃତକାର୍ଯ୍ୟ ହୋଇଛନ୍ତି 594 ଜଣ ଏବଂ ଉତ୍ତୀର୍ଣ୍ଣ ହାର ରହିଛି 61.55 ପ୍ରତିଶତ l ଏମାନଙ୍କ ମଧ୍ୟରୁ 68 ଜଣ ପ୍ରଥମ, 204 ଜଣ ଦ୍ବିତୀୟ ଓ 310 ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ 12 ଜଣ କମ୍ପାଟମେଣ୍ଟରେ ପାଶ୍ କରିଛନ୍ତି l ଜଣେ ପରୀକ୍ଷାର୍ଥୀ +୨ ବିଜ୍ଞାନ ପରୀକ୍ଷାରେ କପି ଅଭିଯୁକ୍ତ ହୋଇଛନ୍ତି l
ସେହିପରି ଚଳିତ ବର୍ଷ ଗଜପତି ଜିଲ୍ଲାରେ +୨ ବାଣିଜ୍ୟ ପରୀକ୍ଷାରେ ମୋଟ 104 ଜଣ ପରୀକ୍ଷାର୍ଥୀ ଫର୍ମ ପୂରଣ କରିଥିଲେ ଏବଂ ତନ୍ମଧ୍ୟରୁ 101 ଜଣ ପରୀକ୍ଷା ଦେଇଥିଲେ l ସେମାନଙ୍କ ମଧ୍ୟରୁ 76 ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି ଏବଂ ଉତ୍ତୀର୍ଣ୍ଣ ହାର ରହିଛି 75.24 ପ୍ରତିଶତ l 11 ଜଣ ପ୍ରଥମ, 17 ଜଣ ଦ୍ବିତୀୟ, 48 ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ଜଣାପଡ଼ିଛି ଳ କମ୍ପାର୍ଟମେଣ୍ଟ କି ମାଲ୍ ପ୍ରାକ୍ଟିସ୍ କେହି ନାହାନ୍ତି l
କୋରାପୁଟ ଜିଲ୍ଲାରେ +୨ ବିଜ୍ଞାନ ପରୀକ୍ଷାରେ ମୋଟ 2734 ଜଣ ପରୀକ୍ଷାର୍ଥୀ ଫର୍ମପୂରଣ କରିଥିଲେ l ତନ୍ମଧ୍ୟରୁ 2991 ଜଣ ପରୀକ୍ଷା ଦେଇଥିଲେ l କୃତକାର୍ଯ୍ୟ ହୋଇଛନ୍ତି 1886 ଜଣ ଏବଂ ଉତ୍ତୀର୍ଣ୍ଣ ହାର ରହିଛି 70.08 ପ୍ରତିଶତ l ଏମାନଙ୍କ ମଧ୍ୟରୁ 633 ଜଣ ପ୍ରଥମ, 613 ଜଣ ଦ୍ବିତୀୟ ଓ 633 ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ 7 ଜଣ କମ୍ପାଟମେଣ୍ଟରେ ପାଶ୍ କରିଛନ୍ତି l 14 ଜଣ ପରୀକ୍ଷାର୍ଥୀ +୨ ବିଜ୍ଞାନ ପରୀକ୍ଷାରେ କପି ଅଭିଯୁକ୍ତ ହୋଇଛନ୍ତି l
ସେହିପରି ଚଳିତ ବର୍ଷ କୋରାପୁଟ ଜିଲ୍ଲାରେ +୨ ବାଣିଜ୍ୟ ପରୀକ୍ଷାରେ ମୋଟ 867 ଜଣ ପରୀକ୍ଷାର୍ଥୀ ଫର୍ମ ପୂରଣ କରିଥିଲେ ଏବଂ ତନ୍ମଧ୍ୟରୁ 855 ଜଣ ପରୀକ୍ଷା ଦେଇଥିଲେ l ସେମାନଙ୍କ ମଧ୍ୟରୁ 603 ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି ଏବଂ ଉତ୍ତୀର୍ଣ୍ଣ ହାର ରହିଛି 70.5 ପ୍ରତିଶତ l 118 ଜଣ ପ୍ରଥମ, 127 ଜଣ ଦ୍ବିତୀୟ, 286 ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ 2 ଜଣ ପରୀକ୍ଷାର୍ଥୀ କମ୍ପାର୍ଟମେଣ୍ଟରେ ପାଶ୍ କରିଛନ୍ତି l 2 ଜଣ ପରୀକ୍ଷାର୍ଥୀ କପି ଅଭିଯୋଗରେ ଅଭିଯୁକ୍ତ ହୋଇଛନ୍ତି l
ମାଲକାନଗିରି ଜିଲ୍ଲାରେ +୨ ବିଜ୍ଞାନ ପରୀକ୍ଷାରେ ମୋଟ 1142 ଜଣ ପରୀକ୍ଷାର୍ଥୀ ଫର୍ମପୂରଣ କରିଥିଲେ l ତନ୍ମଧ୍ୟରୁ 1126 ଜଣ ପରୀକ୍ଷା ଦେଇଥିଲେ l କୃତକାର୍ଯ୍ୟ ହୋଇଛନ୍ତି 839 ଜଣ ଏବଂ ଉତ୍ତୀର୍ଣ୍ଣ ହାର ରହିଛି 74.51 ପ୍ରତିଶତ l ଏମାନଙ୍କ ମଧ୍ୟରୁ 259 ଜଣ ପ୍ରଥମ, 322 ଜଣ ଦ୍ବିତୀୟ ଓ 255 ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ 3 ଜଣ କମ୍ପାଟମେଣ୍ଟରେ ପାଶ୍ କରିଛନ୍ତି l
ସେହିପରି ଚଳିତ ବର୍ଷ ମାଲକାନଗିରି ଜିଲ୍ଲାରେ +୨ ବାଣିଜ୍ୟ ପରୀକ୍ଷାରେ ମୋଟ 353 ଜଣ ପରୀକ୍ଷାର୍ଥୀ ଫର୍ମ ପୂରଣ କରିଥିଲେ ଏବଂ ତନ୍ମଧ୍ୟରୁ 346 ଜଣ ପରୀକ୍ଷା ଦେଇଥିଲେ l ସେମାନଙ୍କ ମଧ୍ୟରୁ 232 ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି ଏବଂ ଉତ୍ତୀର୍ଣ୍ଣ ହାର ରହିଛି 67.05 ପ୍ରତିଶତ l 32 ଜଣ ପ୍ରଥମ, 67 ଜଣ ଦ୍ବିତୀୟ, 132 ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ଜଣେ ପରୀକ୍ଷାର୍ଥୀ କମ୍ପାର୍ଟମେଣ୍ଟରେ ଉତ୍ତୀର୍ଣ୍ଣ ହୋଇଛନ୍ତି l
ନବରଙ୍ଗପୁର ଜିଲ୍ଲାରେ +୨ ବିଜ୍ଞାନ ପରୀକ୍ଷାରେ ମୋଟ 1737 ଜଣ ପରୀକ୍ଷାର୍ଥୀ ଫର୍ମପୂରଣ କରିଥିଲେ l ତନ୍ମଧ୍ୟରୁ 1718 ଜଣ ପରୀକ୍ଷା ଦେଇଥିଲେ l କୃତକାର୍ଯ୍ୟ ହୋଇଛନ୍ତି 1297 ଜଣ ଏବଂ ଉତ୍ତୀର୍ଣ୍ଣ ହାର ରହିଛି 75.49 ପ୍ରତିଶତ l ଏମାନଙ୍କ ମଧ୍ୟରୁ 325 ଜଣ ପ୍ରଥମ, 455 ଜଣ ଦ୍ବିତୀୟ ଓ 510 ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ 7 ଜଣ କମ୍ପାଟମେଣ୍ଟରେ ପାଶ୍ କରିଛନ୍ତି l ଜଣେ ପରୀକ୍ଷାର୍ଥୀ +୨ ବିଜ୍ଞାନ ପରୀକ୍ଷାରେ କପି ଅଭିଯୁକ୍ତ ହୋଇଛନ୍ତି l
ସେହିପରି ଚଳିତ ବର୍ଷ ନବରଙ୍ଗପୁର ଜିଲ୍ଲାରେ +୨ ବାଣିଜ୍ୟ ପରୀକ୍ଷାରେ ମୋଟ 347 ଜଣ ପରୀକ୍ଷାର୍ଥୀ ଫର୍ମ ପୂରଣ କରିଥିଲେ ଏବଂ ତନ୍ମଧ୍ୟରୁ 344 ଜଣ ପରୀକ୍ଷା ଦେଇଥିଲେ l ସେମାନଙ୍କ ମଧ୍ୟରୁ 249 ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି ଏବଂ ଉତ୍ତୀର୍ଣ୍ଣ ହାର ରହିଛି 72 ପ୍ରତିଶତ l 67 ଜଣ ପ୍ରଥମ, 61 ଜଣ ଦ୍ବିତୀୟ, 121 ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ କମ୍ପାର୍ଟମେଣ୍ଟରେ କେହି ନାହାନ୍ତି l ୨ ଜଣ କପି ଅଭିଯୁକ୍ତ ହୋଇଛନ୍ତି l
ରାୟଗଡ଼ା ଜିଲ୍ଲାରେ +୨ ବିଜ୍ଞାନ ପରୀକ୍ଷାରେ ମୋଟ 1881 ଜଣ ପରୀକ୍ଷାର୍ଥୀ ଫର୍ମପୂରଣ କରିଥିଲେ l ତନ୍ମଧ୍ୟରୁ 1857 ଜଣ ପରୀକ୍ଷା ଦେଇଥିଲେ l କୃତକାର୍ଯ୍ୟ ହୋଇଛନ୍ତି 1344 ଜଣ ଏବଂ ଉତ୍ତୀର୍ଣ୍ଣ ହାର ରହିଛି 72.37 ପ୍ରତିଶତ l ଏମାନଙ୍କ ମଧ୍ୟରୁ 619 ଜଣ ପ୍ରଥମ, 458 ଜଣ ଦ୍ବିତୀୟ ଓ 260 ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ 7 ଜଣ କମ୍ପାଟମେଣ୍ଟରେ ଉତ୍ତୀର୍ଣ୍ଣ ହୋଇଛନ୍ତି l 13 ଜଣ ପରୀକ୍ଷାର୍ଥୀ +୨ ବିଜ୍ଞାନ ପରୀକ୍ଷାରେ କପି ଅଭିଯୁକ୍ତ ହୋଇଛନ୍ତି l
ସେହିପରି ଚଳିତ ବର୍ଷ ରାୟଗଡ଼ା ଜିଲ୍ଲାରେ +୨ ବାଣିଜ୍ୟ ପରୀକ୍ଷାରେ ମୋଟ 683 ଜଣ ପରୀକ୍ଷାର୍ଥୀ ଫର୍ମ ପୂରଣ କରିଥିଲେ ଏବଂ ତନ୍ମଧ୍ୟରୁ 672 ଜଣ ପରୀକ୍ଷା ଦେଇଥିଲେ l ସେମାନଙ୍କ ମଧ୍ୟରୁ 455 ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି ଏବଂ ଉତ୍ତୀର୍ଣ୍ଣ ହାର ରହିଛି 67 ପ୍ରତିଶତ l 128 ଜଣ ପ୍ରଥମ, 94 ଜଣ ଦ୍ବିତୀୟ, 222 ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ଜଣାପଡ଼ିଛି l 11 ଜଣ କମ୍ପାର୍ଟମେଣ୍ଟାଲରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ 2 ଜଣ କପି ଅଭିଯୋଗରେ ଅଭିଯୁକ୍ତ ହ
ବୌଦ୍ଧ ଜିଲ୍ଲାରେ +୨ ବିଜ୍ଞାନ ପରୀକ୍ଷାରେ ମୋଟ 168 ଜଣ ପରୀକ୍ଷାର୍ଥୀ ଫର୍ମପୂରଣ କରିଥିଲେ l ତନ୍ମଧ୍ୟରୁ 165 ଜଣ ପରୀକ୍ଷା ଦେଇଥିଲେ l କୃତକାର୍ଯ୍ୟ ହୋଇଛନ୍ତି 112 ଜଣ ଏବଂ ଉତ୍ତୀର୍ଣ୍ଣ ହାର ରହିଛି 67.87 ପ୍ରତିଶତ l ଏମାନଙ୍କ ମଧ୍ୟରୁ 36 ଜଣ ପ୍ରଥମ, 36 ଜଣ ଦ୍ବିତୀୟ ଓ 40 ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ଜଣେ କପି ଅଭିଯୋଗରେ ଅଭିଯୁକ୍ତ ହୋଇଥିବା ଏହି ସୂତ୍ରରୁ ପ୍ରକାଶ l
ସେହିପରି ଚଳିତ ବର୍ଷ ବୌଦ୍ଧ ଜିଲ୍ଲାରେ +୨ ବାଣିଜ୍ୟ ପରୀକ୍ଷାରେ ମୋଟ 9 ଜଣ ପରୀକ୍ଷାର୍ଥୀ ଫର୍ମ ପୂରଣ କରିଥିଲେ ଏବଂ ତନ୍ମଧ୍ୟରୁ 9 ଜଣ ପରୀକ୍ଷା ଦେଇଥିଲେ l ସେମାନଙ୍କ ମଧ୍ୟରୁ 5 ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି ଏବଂ ଉତ୍ତୀର୍ଣ୍ଣ ହାର ରହିଛି 100 ପ୍ରତିଶତ l 3 ଜଣ ପ୍ରଥମ, 2 ଜଣ ଦ୍ବିତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି l
କନ୍ଧମାଳ ଜିଲ୍ଲାରେ +୨ ବିଜ୍ଞାନ ପରୀକ୍ଷାରେ 810 ଫର୍ମ ପୂରଣ କରିଥିଲେ ଏବଂ 785 ଜଣ ପରୀକ୍ଷା ଦେଇଥିଲେ l କୃତକାର୍ଯ୍ୟ ହୋଇଛନ୍ତି 500 ଜଣ ଏବଂ ଉତ୍ତୀର୍ଣ୍ଣ ହାର ରହିଛି 63.69 ପ୍ରତିଶତ l ଏମାନଙ୍କ ମଧ୍ୟରୁ 85 ଜଣ ପ୍ରଥମ, 180 ଜଣ ଦ୍ବିତୀୟ ଓ 224 ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ 11 ଜଣ କମ୍ପାଟମେଣ୍ଟରେ ପାଶ୍ କରିଛନ୍ତି l 4 ଜଣ ପରୀକ୍ଷାର୍ଥୀ +୨ ବିଜ୍ଞାନ ପରୀକ୍ଷାରେ କପି ଅଭିଯୁକ୍ତ ହୋଇଛନ୍ତି l
ସେହିପରି ଚଳିତ ବର୍ଷ କନ୍ଧମାଳ ଜିଲ୍ଲାରେ +୨ ବାଣିଜ୍ୟ ପରୀକ୍ଷାରେ ମୋଟ 209 ଜଣ ପରୀକ୍ଷାର୍ଥୀ ଫର୍ମ ପୂରଣ କରିଥିଲେ ଏବଂ ତନ୍ମଧ୍ୟରୁ 203 ଜଣ ପରୀକ୍ଷା ଦେଇଥିଲେ l ସେମାନଙ୍କ ମଧ୍ୟରୁ 156 ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି ଏବଂ ଉତ୍ତୀର୍ଣ୍ଣ ହାର ରହିଛି 76.84 ପ୍ରତିଶତ l 32 ଜଣ ପ୍ରଥମ, 52 ଜଣ ଦ୍ବିତୀୟ, 72 ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ଜଣେ ପରୀକ୍ଷାର୍ଥୀ କପି ଅଭିଯୋଗରେ ଅଭିଯୁକ୍ତ ହୋଇଥିବା ଉପସଚିବ ଡ. ଓଝାଙ୍କ ସୂତ୍ରରୁ ଜଣାପଡ଼ିଛି
