ଆଉଟସୋର୍ସିଂ କର୍ମଚାରୀଙ୍କ ବିକ୍ଷୋଭ ପ୍ରଦର୍ଶନ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଆଉଟସୋର୍ସିଂ କର୍ମଚାରୀମାନେ ଆନ୍ଦୋଳନ ବିକ୍ଷୋଭ କରିଥିବାର ଦେଖିବାକୁ ମିଳିଛି । ଜିଲ୍ଲାରେ ଥିବା ଆଉଟସୋର୍ସିଂ କର୍ମଚାରୀମାନେ ଏକତ୍ରିତ ହୋଇ ସମାନ କାମକୁ ସମାନ ଦରମା ପ୍ରଦାନ, ସ୍ଥାୟୀ ନିଯୁକ୍ତି କରିବା, ମହିଳା କର୍ମଚାରୀ ମାନଙ୍କୁ ଗର୍ଭବତୀ ସମୟରେ ଛୁଟି ପ୍ରଦାନ, ଅବସର ସମୟ ପର୍ଯ୍ୟନ୍ତ ଚାକିରୀରେ ସ୍ଥାୟୀତ୍ୱ, ଦରମା ବୃଦ୍ଧି ଇତ୍ୟାଦି ୧୨ ଦଫା ଦାବି ନେଇ ଏହି କର୍ମଚାରୀ ମାନେ ବିଜୁ କଲ୍ୟାଣି ମଣ୍ଡପ ଠାରୁ ଏକ ବିକ୍ଷୋଭ ଶୋଭାଯାତ୍ରା ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ପହଁଚି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଦାବି ପୂରଣ ନହେଲେ ଆଗାମୀ ଦିନରେ ରାଜ୍ୟ ସ୍ତରୀୟ ନେତୃବୃନ୍ଦଙ୍କ ନିର୍ଦ୍ଦେଶ କ୍ରମେ ନବୀନ ନିବାସ ଘେରାଉ କରାଯିବ ବୋଲି ଜିଲ୍ଲା ଆଉଟସୋର୍ସିଂ କର୍ମଚାରୀ ସଂଘର ସଭାପତି ରାଜୀବ ପାଢୀ ଚେତାବନୀ ଦେଇଛନ୍ତି । ଏନେଇ ଏକ ଦାବି ପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲା ପ୍ରଶାସନ ଜରିଆରେ ପ୍ରଦାନ କରିଛନ୍ତି । ଆଉଟସୋର୍ସିଂ କର୍ମଚାରୀମାନେ ଜଣାଇଛନ୍ତି ଯେ, ଗତ ମାର୍ଚ୍ଚ ୨୭ ତାରିଖରେ ଆମର ଏକ ପ୍ରତି ନିଧି ଦଳକୁ ଡାକି ଉନ୍ନୟନ କମିଶନର ଆଲୋଚନା କରି ଆମକୁ ମାସକ ମଧ୍ୟରେ ସମସଯାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ । ହେଲେ ଇତି ମଧ୍ୟରେ ପ୍ରତିଶ୍ରୁତି ଦେଇ ତିନି ମାସ ବିତିଯାଇଥିଲେ ମଧ୍ୟ କୌଣସି ଦାବି ପୁରଣ ହେଲାନାହିଁ କି ଆଲୋଚନା ମଧ୍ୟ ହେଲାଲନାହିଁ । ଯଦି ଆଗାମୀ ଏକ ସପ୍ତାହ ମଧ୍ୟରେ ଆମର ଦାବି ପୁରଣ ନହୁଏ ତେବେ ଆସନ୍ତା ମାସରେ କାର୍ଯ୍ୟ ବନ୍ଦ ସହିତ ଆନ୍ଦୋଳନକୁ ବ୍ୟାପକ କରାଯିବା ସହିତ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରିବା ପାଇଁ ବାଧ୍ୟ ହେବୁ ବୋଲି ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *

Sorry this site disable right click
Sorry this site disable selection
Sorry this site is not allow cut.
Sorry this site is not allow copy.
Sorry this site is not allow paste.
Sorry this site is not allow to inspect element.
Sorry this site is not allow to view source.