ଜିଲ୍ଲାର ବିଭିନ୍ନ ସମସ୍ୟା ସମାଧାନ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକ ପତ୍ର ପ୍ରଦାନ କଲେ ଏସ୍‌କେସିଜି ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ର ସମୂହ ।

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାର ବିଭିନ୍ନ ସମସ୍ୟା ଗୁଡିକର ସମାଧାନ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ର ସମୂହ ଗଜପତି ଜିଲ୍ଲାପାଳଙ୍କ ଜରିଆରେ ୧୩ଦଫା ସମ୍ବଳିତ ଏକ ସ୍ମାରକ ପତ୍ର ପ୍ରଦାନ କରିଥିବାର ଜଣାପଡିଛି । ଛାତ୍ର ନେତା ବାଣି ପ୍ରସାଦ ମାଳିଙ୍କ ନେତୃତ୍ୱରେ ବହୁ ଛାତ୍ରଛାତ୍ରୀ ଏକତ୍ରିତ ହୋଇ ଜିଲ୍ଲାପାଳଙ୍କ ସହ ସାକ୍ଷାତ କରି ଆଲୋଚନା କରିଥିଲେ । ଛାତ୍ର ସମୂହଙ୍କ ପ୍ରମୁଖ ଦାବି ମଧ୍ୟରେ ଗଜପତି ଜିଲ୍ଲା ଶିଳ୍ପ ବିହୀନ ଜିଲ୍ଲା ହୋଇଥିବାରୁ ଏଠାରେ ବେରୋଜଗାରୀ ସଂଖ୍ୟା ବଢି ବାଧ୍ୟ ହୋଇ ଦାଦନ ଖଟିବାକୁ ଅନ୍ୟରାଜ୍ୟକୁ ଯାଇ ନିର୍ଯ୍ୟାତିତ ହେବା, ଜିଲ୍ଲାରେ ଶିକ୍ଷା ବ୍ୟବସ୍ଥା ଦୟନୀୟ ସ୍ଥିତିରେ ରହିଥିବା, ଭୂମିହୀନ ଆଦିବାସୀ ଦଳିତ ଓ ଗରିବ ଲୋକ ମାନଙ୍କୁ ଜମିପଟ୍ଟା ପ୍ରାଦନ କରିବା, ଜିଲ୍ଲାରେ ରୋଗୀମାନଙ୍କୁ ସଠିକ ଚିକିତ୍ସା ନ ମିଳିବା, ଶ୍ରୀ କୃଷ୍ଣ ଚନ୍ଦ୍ର ଗଜପତି ନାରାୟ ଦେବଙ୍କ ଜନ୍ମ ମାଟିରେ ବର୍ତ୍ତମାନ ଯାଏ ମେଡିକାଲ କଲେଜ ନଖୋଲିବା, ପାରଳାଖେମୁଣ୍ଡି ଠାରୁ ରାୟଗଡ ଜିଲ୍ଲା ତଥା ରାୟଗଡ ପର୍ଯ୍ୟନ୍ତ ରେଳ ଲାଇନ୍ ବ୍ୟବସ୍ଥା, ୫୦୦ ସିଟ୍ ବିଶିଷ୍ଠ ପାଠାଗାରର ସ୍ଥାପନ, ସୀତା ସାଗର ଓ ରାମ ସାଗରର ସୌନ୍ଦର୍ଯ୍ୟକରଣ ବ୍ୟବସ୍ଥା, ବାର୍ଦ୍ଧକ୍ୟ ଭତ୍ତା ୫୦୦ ଟଙ୍କାରୁ ୩୦୦୦ ଟଙ୍କା ପ୍ରଦାନ କରିବା, ପାରଳାଖେମୁଣ୍ଡି ସହରର ମୁଖ୍ୟରାସ୍ତାର ପ୍ରଶସ୍ତିକରଣ ସହ ଉଭୟ ପାଶ୍ୱର୍ରେ ଡ୍ରେନେଜ୍ ବ୍ୟବସ୍ଥା ଏବଂ ଆଲୋକୀକରଣ ବ୍ୟବସ୍ଥା, ଶ୍ରୀ କୃଷ୍ଣ ଚନ୍ଦ୍ର ଗଜପତି ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ବିଶ୍ୱ ବିଦ୍ୟାଳୟରରେ ପରିଣତ କରିବା, ଗଜପତି ଜିଲ୍ଲାରେ ଛାତ୍ରଛାତ୍ରୀମାନଙ୍କ ପାଇଁ ଆଇଏଏସ୍‌, ଓଏଏସ୍ ଏବଂ ବିଭିନ୍ନ ପ୍ରତିଯୋଗିତା ମୂଳକ ପରୀକ୍ଷାମାନ ପାଇଁ କୋଚିଂ ବ୍ୟବସ୍ଥା କରିବା ଆଦି ଦାବି କରିଛନ୍ତି । ଏନେଇ ଗଜପତି ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ ଛାତ୍ରଗଣଙ୍କୁ ଏସବୁ ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିବାର ଛାତ୍ର ଗଣ ଜଣାଇଛନ୍ତି । ଯଦି ସମାସ୍ୟା ଗୁଡିକର ସମାଧାନ ନ ହେଲେ ଆଗାମୀ ଦିନରେ ଆଇନ ଅନୁଯାୟୀ ଆନ୍ଦୋଳନ କରିବାକୁ ନିଷ୍ପତ୍ତି ନିଆଯିବ ବୋଲି ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *

Sorry this site disable right click
Sorry this site disable selection
Sorry this site is not allow cut.
Sorry this site is not allow copy.
Sorry this site is not allow paste.
Sorry this site is not allow to inspect element.
Sorry this site is not allow to view source.