ଫିଲ୍ମ ଷ୍ଟାଇଲରେ ଲୁଟ, ବ୍ୟବସାୟୀ ଘରେ କଳା କନାବୁଲାଇଲେ ଡକାୟତ

ଭବାନୀପାଟଣା,୨୯।୫ : କଳାହାଣ୍ଡି ଜିଲ୍ଲା କେସିଙ୍ଗା ୱାର୍ଡ ନଂ ୯ର ବିଶିଷ୍ଟ ବ୍ୟବସାୟୀ ସୁବାସ ଅଗ୍ରୱାଲଙ୍କ ବାସଭବନରୁ ଗତ କାଲି ମଧ୍ୟ ରାତି ସମୟରେ କିଛି ଦୁବୃର୍ତ୍ତ ଘରର ପଛ ପଟ ରୋଷେଇ ଘର ର କବାଟ ଭାଙ୍ଗି ୮ ରୁ ୯ ଜଣ ଦୁର୍ବୃତ୍ତ ଘର ଭିତରକୁ ପଶି ପରିବାର ସମସ୍ତ ଲୋକଙ୍କୁ ଖଣ୍ଡା ତଲବାର ଦେଖାଇ ଧମକ ଦେଇ ରଶିରେ ମୁଁହ, ଗୋଡ଼ ଓ ହାତ ବାନ୍ଧି ନଗଦ ୬ ଲକ୍ଷ ଟଙ୍କା ସୁନା ଓ ରୂପା ଗହଣା ଚୋରି କରି ନେଇଯାଇ ଥିଲେ । ସୁବାସ ଅଗ୍ରୱାଲଙ୍କ କହିବା ଅନୁଯାୟୀ ଦୂର୍ବୁର୍ତ୍ତ ମାନେ ହିନ୍ଦୀ ଓ ବିହାରି ଭାଷାରେ କଥା ବାର୍ତ୍ତା ହେଉଥିଲେ । ଏ ଠାରେ ପ୍ରକାଶ ଥାଉ କି ସୁବାସ ଅଗ୍ରୱାଲ କେସିଙ୍ଗା ସହରର ଜଣେ ଜଣାଶୁଣା ବ୍ୟବସାୟୀ ତାଙ୍କର କେସିଙ୍ଗାରେ ଏକ କୃଷି ଯନ୍ତ୍ରପାତି କାରଖାନା ଅଛି । ଖବର ପାଇ କେସିଙ୍ଗା ଆଇ ଆଇସି ସତ୍ୟକୁମାର ନନ୍ଦ ଙ୍କ ନେତୃତ୍ୱରେ ସ୍ଥାନୀୟ ପୋଲିସ ଅଧିକାରୀଙ୍କ ସହ ଘଟଣାସ୍ଥଳକୁ ଯାଇ ତଦନ୍ତ କରୁଥିବା ଜଣାପଡିଛି । ଭବାନୀପାଟଣାରୁ ସାଇନଟିଫିକ ଟିମ୍ ଓ ସନ୍ଧାନି କୁକୁର ଆଣି ତଦନ୍ତ କରାଯାଉଛି । କେସିଙ୍ଗାରେ ଯାତାୟାତର ସମସ୍ତ ସୁବିଧା ଥିବାରୁ ବାହାର ରାଜ୍ୟ ଓ ଜିଲ୍ଲାରୁ ଚୋରମାନେ ଆସି ଚୋରି କରି ପଳାଇ ଯାଇଥିବା ଅନୁମାନ କରାଯାଉଛି । ତେଣୁ ଏଠାରେ ପୋଲିସର ରାତ୍ରି ପେଟ୍ରୋଲିଙ୍ଗ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି ।କେସିଙ୍ଗା ଏକ ଆଦର୍ଶ ଥାନା ଓ ଏଠାରେ ଚୋରି ଡକାୟତି କମ ବୋଲି ପୁଲିସ କହୁଥିବା ବେଳେ ଡକାୟତ ମାନେ ପୋଲିସକୁ ଖୋଲାଖୋଲି ଚେଲେଞ୍ଜ କରୁଛନ୍ତି lକଳାହାଣ୍ଡି ଏସପି ଅଭିଳାଶ ଜି ମଧ୍ୟ ଏହି ଘଟଣା ଉପରେ ନଜର ରଖିଥିବା ପ୍ରକାଶ କରିଛନନ୍ତି l

Leave a Reply

Your email address will not be published. Required fields are marked *

Sorry this site disable right click
Sorry this site disable selection
Sorry this site is not allow cut.
Sorry this site is not allow copy.
Sorry this site is not allow paste.
Sorry this site is not allow to inspect element.
Sorry this site is not allow to view source.