ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା

ଆଉ ଦିନକ ପରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ଆସନ୍ତାକାଲି ମାତ୍ର ୩ ଘଣ୍ଟା ପାଇଁ ନବଯୌବନ ବେଶରେ ଦର୍ଶନ ଦେବେ ବିଶ୍ୱନିଅନ୍ତା। ଜ୍ୱରରୁ ସୁସ୍ଥ ହେବା ପରେ ଗତକାଲି ପରି ମହାପ୍ରଭୁଙ୍କର ଆଜି ମଧ୍ୟ ବନକଲାଗି ନିତି ଅନୁଷ୍ଠିତ ହେବ । ସେପଟେ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଁଚିଥିବା ବେଳେ ରଥଟଣାକୁ ନେଇ ମକଡ୍ରିଲ କରିଛି ପୋଲିସ । ସେଇଭଳି ଟ୍ରାଫିକ ଆରେଞ୍ଜମେଣ୍ଟକୁ ନେଇ ରୁଟ ପ୍ଲାନ ପ୍ରସ୍ତୁତ ସରିଥିବା ବେଳେ ପରିବହନ ବିଭାଗ ପକ୍ଷରୁ ବସ୍ ଭଡା ନିର୍ଧାରଣ ଓ ଅନ୍ୟାନ୍ୟ ପ୍ରସ୍ତୁତି ସରିଛି। ଅନ୍ୟପଟରେ ଘୋଷଯାତ୍ରା ପାଇଁ ପ୍ରଥମଥର କରି ରେଳବାଇ ଓ ତଟ ସୁରକ୍ଷା ତରଫରୁ ସରିଛି ପ୍ରସ୍ତୁତି । ଜ୍ୱର ରୋଗରୁ ସୁସ୍ଥ ହେବା ପରେ ମହାବାହୁ ଆସନ୍ତାକାଲି ନବଯୌବନ ବେଶରେ ଦର୍ଶନ ଦେବେ ଭକ୍ତଗଣଙ୍କୁ । ଏଥର ଉଭାଯାତ୍ରା ନ ଥିବାରୁ ଓ ତା ପରଦିନ ଘୋଷଯାତ୍ରା ଥିବାରୁ ମାତ୍ର ୩ ଘଣ୍ଟା ପାଇଁ ନବଯୌବନ ଦର୍ଶନ କରିବେ ଭକ୍ତ ଓ ଶ୍ରଦ୍ଧାଳୁ । ଆସନ୍ତାକାଲି ସକାଳ ୬ ଟାରେ ଚଳା ଅପସର ପରେ ୭ଟା ୩0 ସୁଦ୍ଧା ଅଣସର ତାଟି ଓ ପଟିଦିଅଁ ବିସର୍ଜନ ହେବେ ।ସକାଳ ୮ ଟାରୁ ୯ ପର୍ଯ୍ୟନ୍ତ ପରିମାଣିକ ଟିକେଟ ଦର୍ଶନର ବ୍ୟବସ୍ଥା ହୋଇଛି । ପରେ ସକାଳ ୯ଟା ରୁ ୧୧ ଟା ପର୍ଯ୍ୟନ୍ତ ସାହାଣମେଲା ଦର୍ଶନ କରିବେ ଶ୍ରଦ୍ଧାଳୁ । ସେପଟେ ପରଦିନ ଘୋଷଯାତ୍ରା ରହିଥିବାରୁ ଆଜି ରଥଟଣାର ମକଡ୍ରିଲ କରିଛି ପୋଲିସ । ଭିଡ ଭିତରେ ରଥ ଗୁଡିକ କିଭଳି ଟଣାଯିବ, ଇନର ଓ ଆଉଟଡୋର କର୍ଡନ କିଭଳି ରହିବ ଏନେଇ ତିନିଟି ପୋଲିସ ଜିପକୁ ନେଇ ରଥଭଳି ଟଣାଯାଇ କରାଯାଇଛି ମକଡ୍ରିଲ । ସେପଟେ ଟ୍ରାଫିକ ଆରେଞ୍ଜମେଣ୍ଟକୁ ନେଇ ଚଳିତ ରଥଯାତ୍ରା ପାଇଁ ମିନିମମ ରେଷ୍ଟ୍ରିକ୍ସନ ଅନ୍ଲି ରେଗୁଲେସନ୍ ର ବାର୍ତ୍ତା ଦେଇଛି ପୋଲିସ। ପୁରୀର ସାହିବାସିନ୍ଦା ଓ ସେବାୟତ ମାନଙ୍କ ସହ ଆଲୋଚନା ପରେ ପ୍ରସ୍ତୁତ ହୋଇଛି ପ୍ଲାନ। ସେଇଭଳି ଟ୍ରାଫିକ ବ୍ୟବସ୍ଥାକୁ ୧୪ଟି ସେକ୍ଟର ଓ ୨୯ ଟି ଯୋନରେ ବିଭକ୍ତ କରାଯାଇଛି ।ରାଜ୍ୟ ତଥା ରାଜ୍ୟ ବାହାରୁ ଆସୁଥିବା ବସ୍ ଏବଂ ରେଗୁଲାର ବସ୍ ପାଇଁ ସ୍ୱତନ୍ତ୍ର ରୁଟ ପ୍ଲାନ ସରିଛି ।ଅନ୍ୟପଟରେ ପୁରୀରୁ ଭୁବନେଶ୍ୱର ପର୍ଯ୍ୟନ୍ତ ୩ ଟି ଇଣ୍ଟରସେପ୍ଟର ମାଧ୍ୟମରେ ଯାନବାହନ ଉପରେ ନଜର ରଖିବ ଆର୍.ଟି.ଓ. ଏବଂ ବସରେ ଦରତାଲିକା ଲଗାଇବା ବାଧ୍ୟତାମୂଳକ ରହିବ। ସେପଟେ ରଥଯାତ୍ରା ସମୟରେ ୧୨୫ ସ୍ଵତନ୍ତ୍ର ଟ୍ରେନ ଚାଲିବ | ଯାତ୍ରୀଙ୍କ ସୁରକ୍ଷାକୁ ପ୍ରାଥମିକତା ଦିଆଯିବା ସହ ପ୍ରଥମକରି ଯାତ୍ରୀଙ୍କୁ ଲୁଟ କରୁଥିବା ଲୁଟେରାଙ୍କ ଚିହ୍ନଟ ପାଇଁ face recognition system ଲାଗୁ କରିବ ରେଳବାଇ ଓ ତଟ ସୁରକ୍ଷା ବାହିନୀ। ବାଲେଶ୍ଵରରୁ ପୁରୀ ପର୍ଯ୍ୟନ୍ତ ସ୍ୱତନ୍ତ୍ର ଟିମ ସୁରକ୍ଷା ତଦାରଖ କରିବା ସହ ପାରାଦୀପରେ ଏକ ଇଣ୍ଟର ସେପ୍ଟର ରଖାଯାଇ ସାଗର ତଟ ସୁରକ୍ଷା ନିୟନ୍ତ୍ରିତ କରାଯିବ।ସହଯୋଗ ପାଇଁ ସାଗର ମିତ୍ର ମାନଙ୍କୁ ନିୟୋଜିତ କରାଯିବ । ପ୍ରଥମକରି ୫୦ ଟନ ଫାଷ୍ଟ ପାଟ୍ରୋଲିଙ୍ଗ ବୋଟ ମୁତୟନ ହେବ । ରାଜ୍ୟରେ heatwave ର ପ୍ରକୋପକୁ ନଜରରେ ରଖି ସମସ୍ତ ପୋଲିସଙ୍କ ପାଖରେ ମହଜୁଦ ରହିବ ପାଣି ଓ ORS । ଭକ୍ତଙ୍କୁ ଏହି ପାଣି ଓ ORS ଯୋଗାଈବା ସହ ଜରୁରୀ କାଳୀନ ପରିସ୍ଥିତିରେ ଭକ୍ତଙ୍କୁ ଡାକ୍ତରଖାନାରେ ପହଂଚାଇବାକୁ ପୋଲିସ୍କୁ ନିର୍ଦେଶ ଦିଆଯାଇଛି।

Leave a Reply

Your email address will not be published. Required fields are marked *

Sorry this site disable right click
Sorry this site disable selection
Sorry this site is not allow cut.
Sorry this site is not allow copy.
Sorry this site is not allow paste.
Sorry this site is not allow to inspect element.
Sorry this site is not allow to view source.