ଆମ୍ବ ଗୋଟେଇବାକୁ ଯାଇଥିବା ବେଳେ ଯୁବକକୁ ଦଳି ଦେଲା ଦନ୍ତା

ଭବାନୀପାଟଣା ,୨୯।୫ : ଗାଁ ନିକଟରେ ଥିବା ଆମ୍ବ ତୋଟାକୁ ଆମ୍ବ ଗୋଟାଇବାକୁ ଯାଇଥିବା ବେଳେ ହାତୀପଲ ଦଳିଦେବାରୁ ଘଟଣାସ୍ଥଳରେ ହିଁ ଜଣେ ବ୍ୟକ୍ତିଙ୍କ ଦୁଃଖଦ ମୃତ୍ୟୁ ଘଟିଛି । ମୃତ ବ୍ୟକ୍ତି ଜଣକ ହେଲେ ଲାଞ୍ଜିଗଡ଼ ବ୍ଲକ ବସନ୍ତପଡ଼ା ଗାଁର ବାଙ୍ଗରା ମାଝୀ(୫୪) । ସେ ଆଜି ସକାଳୁ ଗାଁ ନିକଟରେ ଥିବା ଆମ୍ବ ତୋଟାକୁ ଆମ୍ବ ଗୋଟାଇବାକୁ ଯାଇଥିବାବେଳେ ହାତୀପଲଙ୍କ ହାବୁଡ଼ରେ ପଡ଼ିଯାଇଥିଲେ । ହାତୀ ପଲ ଦଳିଦେବାରୁ ତାଙ୍କ ଶରୀର ସଂପୂର୍ଣ୍ଣ ଭାବେ ଖିନଭିନ ହୋଇଯାଇଛି । ଏ ସଂପର୍କରେ ଖବର ପାଇ ବସନ୍ତପଡ଼ା ସରପଞ୍ଚ ଚାଞ୍ଚେର ମାଝୀ ଘଟଣାସ୍ଥଳରେ ପହଞ୍ଚିଥିବାବେଳେ ବନ ବିଭାଗର କର୍ମଚାରୀମାନେ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିବା ଜଣାପଡ଼ିଛି । ମୃତ ବାଙ୍ଗରାଙ୍କ ପରିବାର ଅତ୍ୟନ୍ତ ଗରିବ ହୋଇଥିବାରୁ ତାଙ୍କ ପରିବାରକୁ କ୍ଷତିପୂରଣ ରାଶି ଯୋଗାଇଦେବାକୁ ଦାବି ହେଉଛି । ତେବେ ତଦନ୍ତ ଓ ଶବ ବ୍ୟବଛେଦ ରିପୋର୍ଟ ଆସିବା ପରେ କ୍ଷତିପୂରଣ ଦିଆଯିବ ବୋଲି ବିଶ୍ୱନାଥପୁର ରେଞ୍ଜର ନରୋତମ ମାଝୀ ପ୍ରକାଶ କରିଛନ୍ତି l

Leave a Reply

Your email address will not be published. Required fields are marked *

Sorry this site disable right click
Sorry this site disable selection
Sorry this site is not allow cut.
Sorry this site is not allow copy.
Sorry this site is not allow paste.
Sorry this site is not allow to inspect element.
Sorry this site is not allow to view source.