ମାଳପୁରା ଗାଁ ରାମ ମନ୍ଦିରରୁ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟିନେଲେ ଦୁର୍ବୁତ୍ତ

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ମାଳପୁରା ଗାଁ ସ୍ଥିତ ରାମମନ୍ଦିରରୁ ଲକ୍ଷ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଲୁଟି ନେଇଛନ୍ତି ଦୁର୍ବୁତ୍ତ । ରାମ ମନ୍ଦିର ପରିସରରେ ଥିବା ମାଆ ତାରିଣୀ ଓ ସନ୍ତୋଷୀଙ୍କର ନଅ ଗୋଟି ସୁନା ଟିକିଲି ଚୋରି ହୋଇଥିବା ଅଭିଯୋଗ ହୋଇଛି । ଚୋର ମାନେ ମନ୍ଦିର ଭିତରେ ପଶି ମନ୍ଦିର ତାଲା ଭାଙ୍ଗି ଲୁଟ କରିଛନ୍ତି । ଏ ନେଇ ସକାଳେ ପୂଜକ ଖବର ଦେବାପରେ ମନ୍ଦିର କମିଟି ପକ୍ଷରୁ କାମାକ୍ଷାନଗର ଥାନାରେ ଅଭିଯୋଗ ଦିଆଯାଇଛି । ଯାହାକୁ ଭିତ୍ତି କରି ତଦନ୍ତ ଆରମ୍ଭ କରିଛି କାମାକ୍ଷାନଗର ପୋଲିସ । ତେବେ ଗତ କିଛି ଦିନ ହେବ ଅଞ୍ଚଳରେ ମନ୍ଦିର ଗୁଡିକୁ ଲୁଟେରା ମାନେ ଟାର୍ଗେଟ କରୁଥିବା ଜଣାପଡିଛି । ଯାହାକୁ ନେଇ ପୋଲିସ ପାଟ୍ରୋଲିଂ ବ୍ୟବସ୍ଥା ଅଧିକ କଡାକଡି କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।
