ସଡକ ଦୁର୍ଘଟଣାରେ ଇଲେକ୍ଟ୍ରିକାଲ ସୁପରଭାଇଜରଙ୍କ ମୃତ୍ୟୁ

କାଶୀନଗର, ୮।୬ :  ଗଜପତି ଜିଲ୍ଲା କାଶୀନଗର ଥାନା ଅନ୍ତର୍ଗତ କଣ୍ଡୁରୁ ଗ୍ରାମ ନିକଟସ୍ଥ ରାଜ୍ୟ ମୁଖ୍ୟ ରାସ୍ତାରେ ସଡକ ଦୁର୍ଘଟଣାରେ ଇଲେକ୍ଟ୍ରିକାଲ ସୁପରଭାଇଜରଙ୍କ ଅଭିଷେକ ପଟ୍ଟନାୟକ (୨୪)ଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତ୍ୟୁ ବ୍ୟକ୍ତିଙ୍କ ଘର ରାଉଲକେଲା ହୋଇଥିବା ବେଳେ ସେ ଓମକର ଏଜେନ୍ସି ତରଫରୁ ୩୩/୧୧କେଭି ଷ୍ଟ୍ରକଚର୍ ସୁରକ୍ଷା ତାଲିମ ସୂପରଭାଇଯାର ଦାୟିତ୍ୱରେ କାର୍ଯ୍ୟରତ ଥିଲେ । ସେ ପାରଳାଖେମୁଣ୍ଡିରେ ରହି କାଶୀନଗର ସବ୍-ଡିଭିଜନରେ ଥିବା ଇଲେକ୍ଟ୍ରିକାଲ କର୍ମଚାରୀଙ୍କୁ ସୁରକ୍ଷା ତାଲିମ  ପାଇଁ ଗୁରୁବାର ଦିନ କାଶୀନଗର ଆସିଥିଲେ । ତାଲିମ କାର୍ଯ୍ୟକ୍ରମ ଶେଷ କରି ନିଜ ବାଇକ ଯୋଗେ ପାରଳାଖେମୁଣ୍ଡି ଫେରୁଥିବା ବେଳେ ଏକ ଅଟୋରିକ୍ସା ସହ ଧକ୍କା ହୋଇଥିଲା । ପରେ ଉକ୍ତ ଦୁର୍ଘଟଣା ସ୍ଥଳରୁ ଅଭିଷେକଙ୍କୁ ଉକ୍ତ ଅଟୋରେ ହିଁ ସଙ୍ଗେ ସଙ୍ଗେ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟକୁ ନେଇଥିବା ବେଳେ ସେଠାରେ ତାଙ୍କ ମୃତ୍ୟୁ ହୋଇଥିବା ଡାକ୍ତର ଘୋଷଣା କରିଥିଲେ । କାଶୀନଗର ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି  ତଦନ୍ତ ଜାରି କରିଥିବା ଜଣାପଡିଛି । ଅଭିଷେକଙ୍କ ମୃତ୍ୟୁକୁ ନେଇ ବିଦ୍ୟୁତ ବିଭାଗରେ ଶୋକର ଛାୟା ଖେଳିଯାଇଛି ।

Leave a Reply

Your email address will not be published. Required fields are marked *

Sorry this site disable right click
Sorry this site disable selection
Sorry this site is not allow cut.
Sorry this site is not allow copy.
Sorry this site is not allow paste.
Sorry this site is not allow to inspect element.
Sorry this site is not allow to view source.