ରାଜତାରା କଲେଜକୁ +୩ ଖୋଲିବା ପାଇଁ ଅନୁମତି ମିଳିଲା

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ ସିଧାମଡଙ୍ଗ ଗ୍ରାମରେ ଥିବା ରାଜତାରା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ +୩ ଖୋଲିବାପାଇଁ ଅନୁମତି ମିଳିଥିବାର ଜଣାପଡିଛି । ଓଡିଶା ସରକାରଙ୍କ ଚିଠି ସଂଖ୍ୟା ୧୨୦୪ ପ୍ରକାରେ ୨୦୨୩-୨୪ ଶିକ୍ଷା ବର୍ଷରେ +୩ କଳା ବିଭାଗ ଖୋଲିବାପାଇଁ ସମ୍ମତି ଦେଇଛନ୍ତି । ମୋଟ ୧୨୮ଜଣ ଛାତ୍ରଛାତ୍ରୀଙ୍କ ପାଇଁ ଅନୁମତି ମିଳିଛି । ପ୍ରକାଶ ଯୋଗ୍ୟ ଯେ, ଉଲ୍ଲେଖିତ ଉଚ୍ଚ ବିଦ୍ୟାଳୟ ଗତ ୨୦୧୪ମସିହାରେ ସ୍ଥାପିତ ହୋଇଥିଲା । ଏହି ଅଞ୍ଚଳଟି ପଛୁଆ ବର୍ଗ, ଆଦିବାସୀ, ହରିଜନ ସମେତ ଅନଗ୍ରସର ପରିବାର ତଥା ଦିନ ମଜୁରିଆଙ୍କ ଅଞ୍ଚଳ ହୋଇଥିବାରୁ ଏହି ଅଞ୍ଚଳର ଗରୀବ ଶ୍ରେଣୀରେ ପାଠପଢୁଆ ପିଲାଙ୍କ ଲାଗି ବହୁ ଉପକୃତ ହୋଇପାରିବ । +୩ ମହାବିଦ୍ୟାଳୟ ଖୋଲିବାପାଇଁ ସରକାରଙ୍କ ପକ୍ଷରୁ ଅନୁମତି ଦିଆଯାଇଥିବାକୁ ନେଇ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି । ଏନେଇ ଅଞ୍ଚଳବାସୀଙ୍କ ସମେତ କଲେଜର ସମ୍ପାଦକ କେ.ଅରୁଲ କୁମାର ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି । ଉକ୍ତ କଲେଜ ଖୋଲିବା ଫଳରେ ଏହି ଅଞ୍ଚଳର ଯୁବଗୋଷ୍ଠୀ ଯଥେଷ୍ଟ ଶିକ୍ଷାକ୍ଷେତ୍ରରେ ଅଗ୍ରଗତି ହୋଇପାରିବେ ବୋଲି ବୁଦ୍ଧିଜୀବୀମାନେ ଆଶା ପ୍ରକଟ କରିଛନ୍ତି ।

Leave a Reply

Your email address will not be published. Required fields are marked *

Sorry this site disable right click
Sorry this site disable selection
Sorry this site is not allow cut.
Sorry this site is not allow copy.
Sorry this site is not allow paste.
Sorry this site is not allow to inspect element.
Sorry this site is not allow to view source.